ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ବଡ଼୍‌ ଖିଜ୍‌ନି

 ବଡ଼୍‌ ଖିଜ୍‌ନି

ଖିଜିଖିଜି ତୁଇ ତୋର୍‌ କଥା ରଖ୍‌ସୁ
କାହାରିର୍‌ କଥା ନାଇଁ ଲହେ
ସଭେ ଜାନିଥିଲେ ତୁଇ ମହାଜନର୍‌ ଝି
ପାଏନ୍‌ଥିଁ ପହଁଟାବୁ ଜୁଏ
ମୁହୁଁ ନି’ଫିଟାନ୍‌ ତୋର୍‌ ବାପର୍‌ ଆଗେଁ
ତୋର୍‌ ଖୁସି ଲାଗି ଦଲିଦିଏ ତୋର୍‌ ବୁଆ
ରଖ୍‌ବାକେ ତତେ ବଡ଼େ ସରାଗେଁ। ୧
ବାଲୁତ୍‌ ବେଲୁଁ ପଢ଼ିଛେଁ ତୋର୍‌ ସାଂଗେ
ଜିତିଛୁ, କେଭେଁ ନାଇଁହୁଏ ହାର୍‌
ହାର୍‌ଲେଁ ଭି କାହାର୍‌ ଜିଭେଁ ହାଡ଼୍‌ ଅଛେ
କହି ଖାଏବା ତୋର୍‌ ବୁଆନୁ ମାର୍‌
ସେଥିର୍‌ ଲାଗି ବନିଗଲୁ ଏନ୍‌ରେଘିଏନ୍‌
ତୋର୍‌ ସରି ତୁଇ ସାଂଗ୍‌ଟେ ବାଛି ନି’ପାର୍‌ଲୁ
ହର୍‌ମିଶା ରହିଗଲୁ ପଁର୍‌ପଁଚିଏନ୍‌। ୨
କେଁଛୋ କାର୍‌ ବଘି ଇସ୍‌କୁଲ୍‌ ଯାଉଥିଲୁ
ଆମେ ଚାଲୁଁ ଦୁଇକୋଶ୍‌ ଗୁଡ଼େଁ 
ତତେ ଝାଁକ୍‌ବାର୍‌ କାହାର୍‌ ଦମ୍‌ ନି’ଥାଇ
ଚୁପ୍‌ରା କୁଟନ୍‌ ଖାଲି ପଛ୍‌ଆଡ଼େଁ 
ହେଲେଁ ନନୀ ଗା କାଏଁଯେ ପସଂଦ୍‌ କଲୁ ମତେ
ମୁଇଁ କାଏଁଯେ କରିଥିତିଁ ମନା, ବର୍‌ଦାନ୍‌ ମିଲ୍‌ଲା
କନିଆଁ ହିସାବେଁ ପାଇ ତୋତେ। ୩
ଫଟା ଗିଜ୍‌ମୁନା ଦଗ୍‌ଲି ମୋର୍‌ ଲାଗି
ପିଂଧ୍‌ବାର୍‌ଟା ଥିଲା ସପନ୍‌
ତୋର୍‌ ହାତ୍‌ ଧରି ବଦ୍‌ଲି ଗଲା ଭାଏଗ୍‌
ହେଜି ନି’ହୁଏ ଦେଖି ଦର୍‌ପନ୍‌
ହେଲେଁ କୁହୁଲୁଥିସି ମନ୍‌ ହର୍‌ମିଶା
ମାଏଝିକେ ମାଏଝି ବଲି ସଁସେ ନି’କରିପାରେଁ
ସୁଆଁଲି ଦେଲେଁ ହେସୁ ରିସା।୪
ହେଇ ଟଁକା ଟଁକା ସବୁ ହେଲା ବଁକା
କରି ନାଇଁହୁଏ ଆଉ ଛାଟ୍‌
ମାହାପୁରୁ ବଲି ଅଛନ୍‌ ପରେ ଜନେ
ଭାଂଗି ପକାସନ୍‌ ସମ୍‌କର୍‌ ନାଟ୍‌
ତୁଇ ଚିହ୍ନିଥିଲୁ ଖାଲି ତୋର୍‌ ବୁଆକେ
ତାର୍‌ ବୁତେଁ ରାଏଜ୍‌ ଚଲୁଥିତା ଯଦି
କିଏ ପଚାର୍‌ତା କାଏଁ କେଭେଁ କାହାକେ।୫
ମୁଇଁ ଗଅଁଲିଆ ପାଏଲିଁ ମାହାଲିଆ
ତୋର୍‌ ସାଂଗେ ଅନର୍‌ଯାପ୍‌ ଧନ୍‌
ହେଲେଁ ଆଏଜ୍‌ ତକ୍ ଘିନି ନି ପାର୍‌ଲୁ
ଇ ଗରିବ୍‌ ଗଅଁଲିଆ ପିଲାର୍‌ ମନ୍‌
ମନ୍‌କେ ପଏସାଥିଁ ନାଇଁହୁଏ ଘିନିବିକି
ଜୀବନ୍‌ ଭଏର୍ କେଭେଁ ସୁଖ୍‌ ନି’ଭୁଗେ କିହେ
ଭାବ୍‌ ଦିଆନିଆଥିଁ ଯାଇଥିଲେଁ ଠକି। ୬
ସମିଆ ହିସାବେଁ ଖାକେଁକୁଲେଁ ଗୁଟେ
ଲଟ୍‌କୁ ବଲୁଥିଲିଁ ମୁଇଁ
ଚେହେରା ଉତ୍‌ରିବା ବଲି ପେଟ୍‌ ଭଂଗେଇ
ଥୁର୍‌ଥୁର୍‌ କଲୁ ମତେ ତୁଇ
ଆଏଜ୍‌ ଡାକ୍ତର କରିଦେଲା ସଫା ମନା
ଘଏତା ବଦ୍‌ଲି ଗଲେଁ ଭି ଖାକ୍‌ ନି’ଭରେ ଆଉ 
ଆମର୍‌ ବଁଶର୍‌ ବୁଡ଼େଇ ଦେଲୁ ବାନା। ୭
ଧନୀ ଲୁକର୍‌ ମନେ ଚଲୁଥିଲେଁ ସଁସାର୍‌
ଗରିବ୍‌ ଯାଏତେନ କେଭୁଁ ସରି 
ଧନୀ କେଭେଁ ଏକ୍‌ଲା ଚଲି ପାର୍‌ବେ କାଏଁ
ଗରିବ୍‌କେ ଆଶ୍‌ରା ନି’କରି
ଖିଜ୍‌ନି ବୁଦ୍ଧି କାମ୍‌ ନି’ଦିଏ ସବୁବେଲେଁ
ମାହାପୁରୁକେ ଯୁଡ଼ାହାତ୍‌ କରି ଡାକ୍‌ ଥରେ
ଶୁନ୍‌ଲେଁ ଶୁନ୍‌ବେ କେଭେଁ ହେଲେଁ। ୮

ଗଅଁଲିଆ କବି ସୁଧୀର୍‌ ପଁଡ଼ା

Related posts

ଟ୍ରାନ୍ସଫର୍ମର ଚୋରୀ ଅଭିଯୋଗରେ ଜଣେ ଗିରଫ

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୁଲ୍ୟରେ ଶିଶୁ ଦିବସ ପାଳିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରେମମୟ ପ୍ରାଣ

Sunil Chandra Nayak

Leave a Comment

error: Content is protected !!