ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା – ତାମ୍ବୁଳପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ…. 

ଜଗନ୍ନାଥ ଉପାସନାରେ ତାମ୍ଭୁଳ ବା ପାନ ଓତଃପ୍ରୋତ ଭାବେ ଜଡ଼ିତ। ଶ୍ରୀଜଗନ୍ନାଥ ପ୍ରତି ଧୂପ ପରେ ତାମ୍ଭୁଳ ସେବନ କରିଥାନ୍ତି। ଶେଷରେ ବଡ଼ସିଂହାର ଭୋଗ ପରେ ମଧ୍ୟ ତାମ୍ଭୁଳ ସେବନ କରିଥାନ୍ତି। ପ୍ରତିଦିନ ବଲ୍ଲଭ ଭୋଗ , ସକାଳ ଧୂପ , ମଧ୍ୟାହ୍ନ ଧୂପ , ସନ୍ଧ୍ୟା ଧୂପ , ବଡ଼ସିଂହାର ପରେ ୬ ଟି ବିଡ଼ିଆ ପାନ ଦିଆ ଯାଇଥାଏ। ଏହା ଛଡା ପହୁଡ଼ ନୀତି ପରେ ପଲଙ୍କ ତଳେ ୬ଟି ପାନ ରଖାଯାଇଥାଏ। ଏହିପରି ୩୬ଟି ପାନ ମଣୋହୀ କରାଯାଇଥାଏ।

ମହାପ୍ରଭୁଙ୍କ ପାଖରେ ନିତ୍ୟ ସେବା ସମର୍ପଣ କରାଯାଇଥାଏ ଏଥି ପାଇଁ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କୁ ସମସ୍ତ ସେବା ଯୋଗାଇଦେବା ପାଇଁ ଖଞ୍ଜା ହୋଇଛି ୩୬ ନିଯୋଗ। ତନ୍ମଧ୍ୟରୁ ଗୋଟିଏ ସେବା ହେଉଛି ହଡ଼ପ ନାୟକ ସେବା । ହଡ଼ପ ଅର୍ଥ ହେଉଛି ତାମ୍ଭୁଳ ବା ପାନ ଏବଂ ଏହାକୁ ଯୋଗାଉଥିବା ସେବକଙ୍କୁ ହଡ଼ପ ନାୟକ ବୋଲି କୁହନ୍ତି।

ଦୈନିକ ୩୬ଟି ବିଡ଼ିଆ ପାନ ବ୍ୟତୀତ ବିଶେଷ ଦିନ ମାନଙ୍କରେ ଅଧିକ ପାନ ଶ୍ରୀମନ୍ଦିରରେ ବ୍ୟବହୃତ ହୋଇଥାଏ। ଚନ୍ଦନ ଯାତ୍ରା ସମୟରେ ଚନ୍ଦନ ମଣ୍ଡପରେ ୫୦-୬୦ ଖଣ୍ଡ ବିଡ଼ିଆ ପାନ ମଣୋହୀ ହୋଇଥାଏ। ସେହିପରି ମହାପ୍ରଭୁଙ୍କ ନୌକା ବିହାର ସମୟରେ ଏହି ହଡ଼ପ ନାୟକ ତାମ୍ବୁଳ ପ୍ରଦାନ କରିଥାନ୍ତି। ଦିନ ଚାପରେ ୩୦ଟି ବିଡ଼ିଆ ମଣୋହି ହେଇଥିବା ବେଳେ ରାତି ଚାପ ରେ ୫୦ଟି ବିଡ଼ିଆ ମଣୋହି ହୋଇଥାଏ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ବିଡ଼ିଆ ମଣୋହି ହୋଇଥାଏ। 

ଶ୍ରୀମନ୍ଦିର ପରଂପରା ରେ ସିଂହାରୀମାନେ ଯେତେଥର ମଇଲମ କରନ୍ତି ସେତେଥର ଲାଗି ମାଳ ମା ବିମଳା ଙ୍କ ପାଖକୁ ଯାଇଥାଏ। ସେହିପରି ମହାପ୍ରଭୁଙ୍କୁ ଯେତେ ଥର ବିଡ଼ିଆ ମଣୋହୀ ହୋଇଥାଏ , ସେତେଥର ଏହି ବିଡ଼ିଆ ମା ବିମଳା ଙ୍କୁ ସମର୍ପଣ ହୋଇଥାଏ।

ବିଡ଼ିଆପାନ ପ୍ରସ୍ତୁତି….

୪ ଚଉତା ହୋଇ ଭଂଘା ହୋଇଥିବା ଏହି ପାନରେ ଚନ୍ଦନ , କର୍ପୂର , ଜାଇ ଫଳ , ଗୁଆ , ଅଳେଇଚ ଭଳି ସୁଗନ୍ଧିତ ମସଲା ଦିଆଯାଇ ଉପରେ ଏକ ଖଣ୍ଡ ଲବଙ୍ଗ ଖୁଞ୍ଚି ଦିଆଯାଇଥାଏ। ଏହାକୁ ବିଡ଼ିଆ ପାନ କୁହାଯାଏ ।

ଵିଦ୍ୟାଧର ସାହୁଙ୍କ ସଂଗୃହୀତ ତଥ୍ୟ….

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଦଳିତ ଅଧିକାର ମଞ୍ଚର ଦାବୀ କୁ ସମ୍ମାନ ଦେଇଥିବାରୁ ବୋଡେନ ବିଡିଓଙ୍କୁ ସାଧୁବାଦ ଜଣାଇଲେ ଦଳିତ ଅଧିକାର ମଞ୍ଚ ସଭାପତି

Sunil Chandra Nayak

ଖଡ଼ିଆଳ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ଉଦଘାଟିତ ହେଲା ଅଟଳ ଟିଙ୍କରୀଙ୍ଗ ଲେବ

Leave a Comment

error: Content is protected !!