ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଖୁଚାଷ ପାଇଁ କୃଷି ସମ୍ମିଳନୀ

ଗୋଳାମୁଣ୍ଡା ୨୬/୫ ମସିହା, କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଲେତେର ପଞ୍ଚାୟତର ମକ୍ରାଗୁଡାର କଠୁଳପଡା ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଚାଷୀ ମାନଙ୍କୁ ନେଇ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ୪୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । କୃଷିବିଭାଗ ଜରିଆରୁ ୧୮ ଜଣ ଚାଷୀଙ୍କୁ ୭ ହେକ୍ଟର ଜମିରେ ଆଖୁଚାଷ କରିବାକୁ ସବିତା ଓ ନୟନା ବିହନ ଯୋଗାଇଥିଲେ । ବହୁ ଦିନରୁ ଆଖୁଚାଷ ଲୁପ୍ତ ହୋଇଯାଇଥିଲା ପୁନର୍ବାର କୃଷିବିଭାଗ ଜରିଆରେ ତାଲିମ ଦେଇ ବିହନ ଯୋଗାଇବା ଚାଷୀଙ୍କ ମନରେ ଉତ୍ସାହ ଦେଖାଦେଇଛି । ଏହି ସମ୍ମିଳନୀରେ ବ୍ଲକ କୃଷିବିଭାଗ ଅଧିକାରୀ ବିଶ୍ୱଜିତ ସାହୁ, ବ୍ଲକ ସହ କୃଷି ଅଧିକାରୀ ଜଗନ୍ନାଥ ସେନାପତି,ଲେତେର ଭିଏଡବ୍ଲୁ ଛନ୍ଦାଚରଣ ଭୋଇ ,ଚପରିଆ ଭିଏଡବ୍ଲୁ ରଘୁନାଥ ଜାଲ, ମହାଳିଙ୍ଗ ଭିଏଡବ୍ଲୁ ସ୍ମୃତିରଞ୍ଜନ ସରାଫ ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କୁ ତାଲିମ ଦେବା ସହ ଆଖୁଚାଷ କରିବାକୁ ବିହନ ଯୋଗାଇଥିବାରୁ ମକ୍ରାଗୁଡା ଚାଷୀ ମାନେ ବ୍ଲକ କୃଷି ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ମସିହା,

Related posts

ମହିଳା ଙ୍କ ଆତ୍ମହତ୍ୟା, ହତ୍ୟା ସନ୍ଧେହ

Sunil Chandra Nayak

ନୂଆ ସିନେମା ଏଇ ରାକ୍ଷୀ ତୋ ରକ୍ଷା କବଚ’ ର ଅଡିଓ ରିଲିଜ

Sunil Chandra Nayak

କ୍ରୀଡାବିତଙ୍କ ସଫଳତା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣେ ବୋଲି କହିଲେ ବିଧାୟକ 

Sunil Chandra Nayak

Leave a Comment

error: Content is protected !!