ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ ପରୋପକାରୀ ବୁଲିଆନ ନାୟକ ଙ୍କର ହୃଦଘାତ ରେ ମୃତ୍ୟୁ

କନ୍ଧମାଳ ଜିଲ୍ଲାର ଜଣା ଶୁଣା ଅତି ପରିଚିତ ସମାଜସେବୀ ତଥା ଆଇନଜୀବୀ ରାଜନେତା ଲେକଚର ବୁଲିଆନ ନାୟକ ଙ୍କର ଆଜି ଶୁକ୍ରବାର ଭୋର ୩ ଟା ସମୟରେ ଜି. ଉଦୟଗିରି ସ୍ଥିତ ନିଜ ବାସଭବନରେ ହୃଦଘାତ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ପ୍ରଥମେ ଅଧ୍ୟାପକ ଭାବେ ଚାକିରୀ କରିଥିଲେ। ସେଥିପାଇଁ ସେ ଲେକଚର ବୁଲିଆନ ନାମରେ ବେଶ ପରିଚିତ ଥିଲେ। ପରବର୍ତ୍ତୀ ସମୟରେ ସେ ଚାକିରୀ ଛାଡି ଓକିଲାତି କରିବା ସହ ରାଜନୀତି ଜୀବନ ଆରମ୍ଭ କରିଥିଲେ । ଲେକଚର ବୁଲିଆନ ଫୁଲବାଣୀ ଲୋକସଭା ଆସନ ରୁ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ବେଳେ ଦଶପଲ୍ଲା ଆସନରୁ ଜାତୀୟ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ସେ ଜଣେ ନିର୍ଭୀକ ଉଚ୍ଚ ଶିକ୍ଷିତ,ଦକ୍ଷ ସଙ୍ଗଠକ,ସୁ ବକ୍ତା, ଓ ପରୋପକାରୀ ବ୍ୟକ୍ତି ଥିଲେ। ସେ ବର୍ତ୍ତମାନ ଜି.ଉଦୟଗିରି ଏନ ଏ ସି ରେ ବିଜୁଜନତା ଦଳର କାଉନସିଲର ଥିଲେ। ଲେକଚର ବୁଲିଆନ ନାୟକ ଙ୍କର ଅକାଳମୃତ୍ୟୁ କୁ ନେଇ ଜି.ଉଦୟଗିରି ,ଦଶପଲ୍ଲା , ଫୁଲବାଣୀ, ସେ ଜଣେ ଜଣାଶୁଣା ବ୍ୟକ୍ତି ଥିବାରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି। ବିଜେଡି ଓ କଂଗ୍ରେସ ଦଳର ନେତା ନେତା କର୍ମୀ ମଧ୍ୟରେ ଏବଂ ଆଇନଜୀବୀ ମହଲରେ ଶୋକର ଛାୟା ଖେଳି ଯାଇଛି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଥୀ ବିନା ଶ୍ରାବଣ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପ୍ରାବୃଟ

Sunil Chandra Nayak

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି,ନବରଙ୍ଗପୁର ପକ୍ଷରୁ ୮ଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!