ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୁମୁରା ଧାନମଣ୍ଡି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା 

ଗୋଳାମୁଣ୍ଡା/ମସିହା/୩୦/୪/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତୁମୁରା ଧାନ ମଣ୍ଡି ଠାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା. ଦୁର୍ଘଟଣା ହେବା ଫଳରେ ଦୁଇଜଣ ଗଗୁରୁତ ହୋଇଥିବା ଦେଖିବାକୁ ମିଳିଛି.। ମିଳିଥିବା ସୂଚନା ଅନୁଯାୟୀ ଜୁନାଗଡ଼ ବ୍ଲକ ବୋରଗୁଡା ଗ୍ରାମର ମନଧର ମାଝୀ ଙ୍କ ପୁଅ ଦେବିସିଂ ମାଝୀ ବୟସ 42 ସେ ନିଶାସକ୍ତ ଅବସ୍ଥାରେ OD08L 9773 ବାଇକ ରେ କୌଣସି କାମ ରେ ବାହାର କୁ ଯାଉ ଥିବା ବେଳେ ଗୋଲାମୁଣ୍ଡା ବ୍ଲକ ତୁମୁରା ଠାରେ ତୁମୁରା ଗ୍ରାମର ରୋହିତ ପଟେଲଙ୍କ ପୁଅ ହେମନ୍ତ ପଟେଲ ଙ୍କୁ ଧକ୍କା ଦେଇ ଦୁର୍ଘଟଣା ର ଶିକାର ହୋଇଥିଲେ। ଯାହାରି ଫଳରେ ବାଇକ ଚଳକଙ୍କ ବାମ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଦାନ୍ତ ଭାଙ୍ଗି କାନ ପଟୁ ରକ୍ତ ବାହାରି ଯାଇଥିଲା ଏବଂ ଅନ୍ୟାନ୍ୟ ସ୍ଥାନରେ କ୍ଷତ ହୋଇଥିଲା । ଧକ୍କା ଦେଇଥିବା ହେମନ୍ତ ର ମୁଣ୍ଡ ଫାଟିଥିବା ପ୍ରକାଶ କରିଛନ୍ତିି।  ଦୁର୍ଘଟଣା ହେବାରୁ ଘଟଣା ସ୍ଥଳକୁ ଅଞ୍ଚଳବାସୀ ପହଞ୍ଚି ତଥା ଗ୍ରାମର ଜଗତରାମ ସାହୁ କଳାହାଣ୍ଡି ଲୋକ ସଭା ସାଂସଦ ଙ୍କ ରୋଗୀ କଲ୍ୟାଣ ପ୍ରତିନିଧି ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କୁ ଯୋଗାଯୋଗ କଲାପରେ ତୁରନ୍ତ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିବାରୁ ଆମ୍ବୁଲାନ୍ସ ଯୋଗେ 2 ଗୁରୁତରଙ୍କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଲୟ କୁ ନେଇ ଭର୍ତ୍ତି କରି ଚିକିତ୍ସିତ କରିଥିଲେ ପରେ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିଲେ।

ରାମକୁମାର ସେନାପତି ଗୋଳାମୁଣ୍ଡାବ୍ଲକ ମସିହା ରିପୋର୍ଟର

Related posts

ଆସନ୍ତୁ କଳି ଯୁଗର ୫ଟି ବାସସ୍ଥାନ ବିଷୟରେ ଜାଣିବା

Sunil Chandra Nayak

ପିତବାସପୁର ସ୍କୁଲ ପରିଦର୍ଶନ କଲେ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

କଲମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ

Sunil Chandra Nayak

Leave a Comment

error: Content is protected !!