ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନସିକ ଅନଗ୍ରସର ପୁଅ ଗୁପ୍ତ ଧନ ଲୋଭର ବଶବର୍ତ୍ତୀ ହୋଇ ନିଜ ବାପାଙ୍କୁ ବଳୀଦେବା ଉଦ୍ୟମ

ଉଦ୍ଧାର କରିବାକୁଯାଇ ଗ୍ରାମରକ୍ଷୀ ଆହତ

 କଲମପୁର – ଥୁଆମୂଳ ରାମପୁର: ୩୦/୪- ମ.ନି.ସ:- ଧନସମ୍ପର୍ତ୍ତି ଲୋଭରେ ପଡି ମନୁଷ୍ୟ ଭୁଲିଯାଉଛି ନିଜର ମାନବିକତା,ସମାଜରେ ଘଟାଉଛି ଅମାନୁଷିକ କାଣ୍ତ, ବର୍ବରତା ଆଚରଣରେ ନିଜ ବାପାଙ୍କୁ ମଧ୍ୟ ହତ୍ଯା ପାଇଁ ଉଦ୍ୟମ କରିବା ଭଳି ଜଙ୍ଘନ୍ଯ  ଘଟଣା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଘଟିଯାଇଛି ଯାହାକି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ଫାଣ୍ଡି ଅଧିନସ୍ଥ ସଦର ମହକୁମା ସ୍ଥିତ ବେଳପଡ଼ା ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଜଣାପଡିଛି। ଗୁପ୍ତ ଧନ ପାଇବା ଆଶାରେ ନିଜ ବାପାଙ୍କୁ ବଳୀ ଦେବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତାକ୍ତ ହୋଇଥିଲା।ସୂଚନା ଅନୁସାରେ ଜଣାପଡିଛି ଯେ, ବେଳପଡା ସ୍ଥିତ ବଳଦେବ ଭୋଇ ୭୦ ବର୍ଷଙ୍କ ପୁଅ ଲିଙ୍ଗରାଜ ଭୋଇ ୩୦ ବର୍ଷ କିଛି ବର୍ଷ ପୂର୍ବରୁ ମାନସିକ ବିକାର ଗ୍ରସ୍ତ ହୋଇ ଆସୁଥିଲେ । ଚିକିତ୍ସା ପାଇଁ ଅନେକ ଉଦ୍ୟମ ପରେ ମଧ୍ୟ ଆରୋଗ୍ୟ ହୋଇ ପାରିନଥିଲେ।ଏପରି ସ୍ଥଳେ ନିଜ ବାପାଙ୍କୁ ଏକ ତନ୍ତ୍ରମନ୍ତ୍ର ସାଧକ ବୋଲାଉଥିବା ରାଜପୁର ଗ୍ରାମର ଚିତ୍ରସେନ ରଣା ୭୦ ଙ୍କ ସହିତ ଭୂସମ୍ପତି ପାଇବା ଲୋଭ ନେଇ ନିଜ ବାପାଙ୍କୁ ଏକ ନୂତନ ପ୍ରକୋଷ୍ଠରେ ଭିତରେ ନୂତନ ଲୁଗା , ଫୁଲମାଳ ଓ ଅସ୍ତ୍ରଶସ୍ତ୍ର ସୁସଜିତ କରି ବଳୀ ଦେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ କୌଣସି ମତେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବାକୁ ଉଦ୍ୟମ କରୁଥିବାବେଳେ ଅଭିଯୁକ୍ତ ଅସ୍ତ୍ର ମାଧ୍ୟମରେ ପୁଲିସକୁ ଆକ୍ରମଣ କରିଥିଲା । ଏଥିରେ ସ୍ଥାନୀୟ ଗ୍ରାମରାକ୍ଷୀ ଗଙ୍ଗାରାମ ବାଗ ଆହତ ହୋଇଥିବାବେଳେ ଅନ୍ୟଜଣେ ସୁରକ୍ଷା କର୍ମୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖବରପାଇ ଜୟପାଟଣା ଏସ ଆଇ ବିନୟ ବାରାଲ,ଏସ ଏନ ପାତ୍ର , ନୀତି ଚତୁର୍ବେଦୀ, କଲମପୁର ଫାଣ୍ଡି ଅଧିକାରୀ ବିପିନ କିଶୋର ଝରିଆ , ଚକାଡୋଳା ବାଗ ତଥା ପୁଲିସ ସଦଳବଳ ପହଞ୍ଚି ସାଧକ ଓ ବୃଦ୍ଧା ବଳଦେବକୁ ଉଦ୍ଧାର କରିଥିବାବେଳେ ଅଭିଯୁକ୍ତଙ୍କୁ ବହୁ କଷ୍ଟସାଧ୍ୟ ପରେ ଗିରଫ କରା ଯାଇଥିଲା । ସାଧକ ଓ ଅଭିଯୁକ୍ତକୁ ତୂରନ୍ତ ଜୟପାଟଣା ଥାନାକୁ ସ୍ଥାନାନ୍ତରିତ କରାଯାଇଛି । ବୃଦ୍ଧା ବଳଦେବକୁ କଲମପୁର ଗୋଷ୍ଠୀସ୍ୱାସ୍ଥ୍ଯ କେନ୍ଦ୍ର ଠାରେ ଚିକିତ୍ସାଧିନ ରହିଛନ୍ତି। ଦୁଇ ଅଭିଯୁକ୍ତ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୁଲିସ ସୂତ୍ରରୁ ଜଣାପଡ଼ିଛି ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନବ ନିର୍ବାଚିତ କୁଳପତି ଓ ମୁଖ୍ୟ ସମ୍ପାଦକ ଙ୍କୁ ଖଡ଼ିଆଳ ଅଞ୍ଚଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ବିଶିଷ୍ଟ ଶିକ୍ଷାବିତ ୰ଡଃ ଅକ୍ଷୟ କୁମାର ନନ୍ଦଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ଗୀତା ଜ୍ଞାନ

Sunil Chandra Nayak

Leave a Comment

error: Content is protected !!