ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ଆଦିବାସୀ ମହାସଂଘ ବୈଠକ

ଡାବୁଗାଁ, ୮/୧୦ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ରେଭିନ୍ୟୁ ନୂଆଗୁଡାସ୍ଥିତ ପରଜା ବିକାଶ ପରିଷଦ ସଭାଗୃହ ଠାରେ ଜିଲା ଓଡିଶା ଆଦିବାସୀ ମହାସଂଘ ର ଏକ ବୈଠକ ମହାସଂଘ ର ଆବାହକ ରାଜମନ ଭତ୍ରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ପ୍ରତ୍ୟେକ ଆଦିବାସୀ ସମାଜ କୁ ଆଦିବାସୀ ମହାସଂଘ ରେ ସାମିଲ କରିବା ପାଇଁ ପ୍ରତ୍ୟେକ ସମାଜର ସଭାପତି ମାନଙ୍କ ମତାମତ ନିଆଯାଇଥିଲା | ସମସ୍ତ ସଭାପତି ମାନେ ମହାସଂଘରେ ସାମିଲ ହେବାପାଇଁ ନିଜ ନିଜର ସମ୍ମତି ଜଣାଇଥିଲେ | ଶୀଘ୍ର ସବୁ ସମାଜ ମହାସଂଘରେ ସାମିଲ ହେବା, ଜାତିଗତ ପ୍ରମାଣପତ୍ର ଓ ଅଣ ଆଦିବାସୀ ମାନେ ଆଦିବାସୀ ନାମରେ ସଂଘ ଗଠନ କରି ବିଭିନ୍ନ କାର୍ଯ୍ୟକ୍ରମମାନ କରୁଛନ୍ତି | ସେଗୁଡିକ କିପରି ବନ୍ଦ କରାଯିବ ସେ ନେଇ ଆଲୋଚନା କରଯାଇଥିଲା | ଏହି ବୈଠକରେ ଭତରା ସମାଜ ସଭାପତି ଅର୍ଜୁନ ଭତ୍ରା ଓ ସମ୍ପାଦକ ଜୟରାମ ଭତ୍ରା, ଅମନାତ୍ୟ ସମାଜ ସଭାପତି ଅର୍ଜୁନ ଅମନାତ୍ୟ ଓ ନିରଞ୍ଜନ ପୂଜାରୀ, ଭଞ୍ଜରା ସମାଜ ସଭାପତି ମିଟୁ ଭଞ୍ଜରା ଓ ସମ୍ପାଦକ ନାରାୟଣ ଭଞ୍ଜରା, ଭୁଞ୍ଜିଆ ସମାଜ ସଭାପତି ହରଲାଲ ଝାଙ୍କର ଓ ସମ୍ପାଦକ ସଞ୍ଜୟ ମାଝି, ଗଣ୍ଡ ସମାଜ ସଭାପତି ପୁନୀତରାମ ଗଣ୍ଡ ଓ ସମ୍ପାଦକ ଦଶରଥ ଗଣ୍ଡ, କୁଇ ବା କନ୍ଧ ସମାଜ ସଭାପତି ରବି ଜାନୀ, ପରଜା ସମାଜ ସଭାପତି ମଙ୍ଗଳାଦେଇ ଜାନୀ ଓ ସମ୍ପାଦକ ଭଗବାନ ଜାନୀ, ରାଜଗଣ୍ଡ ସମାଜ ରାଜ୍ୟ ସଭାପତି ଲଚ୍ଛମନ ମାଝି ଓ ଜିଲା ସଭାପତି ଭଦ୍ରୁ ମାଝି, ସୌରା ସମାଜ ସଭାପତି ଜଗତ ଜୀବନ ନାୟକ ଓ ସମ୍ପାଦକ ବଳରାମ ନାୟକ, ହଲବା ସମାଜ ସଭାପତି ଚନ୍ଦ୍ର ମହଲ ହଲବା ଓ ସମ୍ପାଦକ ଦେଓ କୁମାର ସମରଥ, ହଟିଆ ଗଣ୍ଡ ସମାଜ ସଭାପତି କାମେଶ୍ଵର ମାଝି , ଗାଦବା ସମାଜ ସଭାପତି ମଧୁ ଗାଦବା ଓ ଜିଲାରେ ବସବାସ କରୁଥିବା ପ୍ରାୟ ୧୩ ପ୍ରକାର ଜନଜାତି ସମାଜର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ ଡାବୁଗାଁ ଭତରା ବିକାଶ ପରିଷଦ ର ସଭାପତି ମୋହନ ନାୟକ ପରିଚାଳନା କରିଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଗୁରୁ

Sunil Chandra Nayak

ଗୋଳାମୁଣ୍ଡା ପୋଲିସ ଦ୍ୱାରା ୬କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ 

Sunil Chandra Nayak

ଭବାନୀପାଟଣା ଠାରେ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!