ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଦୁର୍ଗେ ଦୁର୍ଗତି ନାଶିନୀ

ଦୁର୍ଗେ ଦୁର୍ଗତି ନାଶିନୀ

ଅପର୍ତ୍ତି ସେଠୀ

ଡର‌ ଡରିଯାଏ ବିପଦ ପଳାଏ
     ମାଆ ତୋର ଦର‌ଶନେ,
ତେଣୁ ତୁହି ଦୁର୍ଗେ‌ ଦୁର୍ଗତି ନାଶିନୀ
      ମହିଷା ମର୍ଦ୍ଦିଲୁ‌ ରଣେ।
ଦୁର୍ଗମ‌ ଗାମିନୀ‌ ମା’ ସିଂହ ବାହିନୀ
       ଜ୍ୟୋତିର୍ମୟୀ ତେଜୋସ୍ଵିନୀ,
ତୋତେଜପ୍ରକାଶେ‌ଆଲୋକଉଦ୍ଭାଷେ
        ହଟେ‌ ସେ କାଳ ଯାମିନୀ‌।
ଦୈତ୍ୟବିନାଶିନୀ‌ ଜୟମା’ ଭବାନୀ
         ଅମ୍ଵେ‌ ତ୍ରିଶୂଳ ଧାରିଣୀ,
ସତ୍ତ୍ଵ,ରଜ,ତମ ତ୍ରିଗୁଣ‌ ରଜ୍ଜୁରେ
         ବାନ୍ଧିଛୁ‌ ସାରା ଧରଣୀ।
ପରମ ବୈଷ୍ଣବୀ ବ୍ରହ୍ମାଣୀ‌ ରୁଦ୍ରାଣୀ
        ଘଟେ ଘଟେ ବିରାଜିଛୁ,
ଏ ଧରାଧାମରେ ଯୁଗେଯୁଗେ ମାଲୋ
         ଧର୍ମ ଧ୍ଵଜା ଉଡାଇଛୁ।
ସତ୍ୟ ସନାତନୀ ଅଭୟ ଦାୟିନୀ
         ମାତା ଜ୍ଞାନ ପ୍ରଦାୟିନୀ,
ଏ ସଂସାର କର୍ତ୍ତ୍ରୀ ମାତ ଜଗଦ୍ଧାତ୍ରୀ‌
         ତୁହି ତ୍ରୈଲୋକ୍ୟ ତାରିଣୀ।
ଏବେ ବି ବଞ୍ଚିଛି‌ ମହିଷା‌ ଅସୁର
         ବଢେ ଦୁର୍ନୀତି ଦୁଷ୍କର୍ମ,
ଆଉ ଥରେ ମାତ କର ତାକୁ ହତ
         ରହିଯାଉ ପୁଣି ଧର୍ମ।
ସଦ୍ଗତୀଦାୟିନୀ କଲ୍ୟାଣ କାରିଣୀ
        ତ୍ରିପୁର ମୋହିନୀ ମାତା,
ପ୍ରତି ହୃଦୟରୁ କଳୁଷ ବିନାଶ
        ଶାନ୍ତା,କାନ୍ତା‌ ,ଦଶହସ୍ତା‌।
ସ୍ନେହ,ପ୍ରେମ,ସଦଭାବ‌ ସୃଷ୍ଟି ହେଉ
        ପ୍ରତି ପ୍ରାଣୀ ହୃଦୟରେ,
ଘୃଣା ଅହଂକାର ଦୂରେ ଚାଲିଯାଉ
        ମାଆ ତୋର ନିର୍ଦ୍ଦେଶରେ।
ମୋକ୍ଷ ପ୍ରଦାୟିନୀ ଦୁର୍ଗା ଜଗନ୍ମାତା‌
        ତୁ ଚଣ୍ଡୀକା,କାଳୀମାତା,
ତୁହି ସ୍କନ୍ଧମାତା ପୁଣି ଛିନ୍ମମସ୍ତା‌
        ଭିନ୍ନ ନାମେ ପୁଣ୍ୟବ୍ରତା।
ଘର୍ଘର ନାଦିନୀ ବିଶ୍ଵ ବିନୋଦିନୀ
        ଶୈଳାଧିରାଜତନୟା,
ଚିନ୍ମୟୀ,ତନ୍ମୟୀ‌,ମୁଣ୍ମୟୀ‌,ବିସ୍ମୟୀ‌
        ତୁହି ମାତା‌ ଯୋଗମାୟା‌।
ଦିଅ ମା’ ଶକତି‌ ମାତ ଆଦିଶକ୍ତି
        ଦୂରେଇ‌ ଯାଉ ବିପତ୍ତି,
ଏ ସୃଷ୍ଟିରେ ଶାନ୍ତି ହେଉ ଉତପତ୍ତି
        ସର୍ବେ ପାଇଯାନ୍ତୁ ମୁକ୍ତି।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

 

Related posts

ଐତିହାସିକ ଅସୁରଗଡ ଦୁର୍ଗ ନିକଟରୁ ମାଓ ପୋଷ୍ଟର

Sunil Chandra Nayak

ମମତା ଶତପଥୀ ଙ୍କ କବିତା ସର୍ବଦା ସନ୍ତୁଷ୍ଟ 

Sunil Chandra Nayak

ଡାବୁଗାଁ ଉପଡାକଘରେ ଜାତୀୟ ପତାକା ବିକ୍ରି ଆରମ୍ଭ

Sunil Chandra Nayak

Leave a Comment

error: Content is protected !!