ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ

ଭବାନୀପାଟଣା (ମ ନି ସ) ତା ୨.୧୦.୨୦୨୨: / ଆଜି ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ଉପ ଜିଲ୍ଲାପାଳ ଡ଼ ବିଶ୍ୱଜିତ୍ ଦାସ ଏବଂ ପୌରପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତ ବେହେରା ଯୋଗ ଦେଇ ଗାନ୍ଧିଛକ ସ୍ତିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି , ଷ୍ଟାଡିୟମ୍ ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଏବଂ ଗାନ୍ଧୀ ପାର୍କ ସ୍ତିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟଅର୍ପଣ ଓ ପୂଜ୍ୟପୂଜା କରିଥିଲେ। ପ୍ରଭାତ ଫେରି ତଥା ମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ରେ ଅତିଥିମାନଙ୍କ ସଙ୍ଗରେ ବିଭିନ୍ନ ହାଇସ୍କୁଲ ର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ, ସରକାରୀ ଅଧିକାରୀ,ସହରର ବିଶିଷ୍ଟ ବ୍ୟକ୍ତି, ଜନ ପ୍ରତିନିଧି ଓ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ସକାଳ ୫.୦୦ ଘ ସମୟରେ ସହରରେ ରାମଧୁନ ପରିବେଷଣ କରାଯାଇଥିଲା। ଗାନ୍ଧୀ ପାର୍କ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ହିନ୍ଦୁ, ମୁସଲିମ ଓ ଶିଖ ଧର୍ମର ପ୍ରତିନିଧି ନିଜ ନିଜ ପବିତ୍ର ଗ୍ରନ୍ଥ ରୁ ସର୍ବ ଧର୍ମ ସମ୍ୟନୟ, ଭାତୃଭାବ , ଅହିଂସା ଓ ଶାନ୍ତି ଉପରେ ଉଦ୍ଧୃତ ବାଣୀ ପରିବେଷଣ କରିଥିଲେ।ପ୍ରଥମେ ବାଲ ଗୋପାଳ ସେବା ନିକେତନ ର ସଙ୍ଗୀତ ଛାତ୍ର ମାନେ ଗାନ୍ଧୀଙ୍କ ପ୍ରିୟ ଭଜନ ରଘୂପତି ରାଘବ ପରିବେଷଣ କରିଥିଲେ । ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୀବନୀ ଉପରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରିଥିଲେ।ଭବାନୀପାଟଣା ସହରକୁ ସ୍ୱଚ୍ଛ ଓ ପରିଚ୍ଛନ୍ନ ସହର ରୂପେ ଗଢ଼ିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ। ଶେଷରେ ବାଲ ଗୋପାଳ ସେବା ନିକେତନ ଅନୁଷ୍ଠାନର ଛାତ୍ରମାନେ ବୈଷ୍ଣବ ଜନକେ ଗାନ କରିଥିଲେ। ଗାନ୍ଧୀ ପାର୍କ ରେ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା ପରିଚାଳନା କରିଥିଲେ ।ସଭା ଓ ମାଲ୍ୟ ଅର୍ପଣ କାର୍ଯ୍ୟକ୍ରମରେ ଶ୍ରୀ ରାହାସ ବିହାରୀ ବେହେରା,ଶ୍ରୀ ଅଜୟ ମିଶ୍ର,ଶ୍ରୀ ଭବାନୀ ଶଙ୍କର ନିଆଲ, ଡି ସି ପି ଓ ଶ୍ରୀ ସୈଲନ୍ଦୁ ମହାପାତ୍ର ,କୁଇଜ୍ ମାଷ୍ଟର ଶ୍ରୀ ଶୁଭେନ୍ଦୁ ବେହେରା, ଡି ଏସ୍ ଓ ଶ୍ରୀ ଶୁଭାଶିଷ ନାୟକ,ଶ୍ରୀ ରବି କାନୁନଗୋ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା,ପୌରପରିଷଦ ର ସଭ୍ୟ,ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।ସନ୍ଧ୍ୟାରେ ସ୍ଥାନୀୟ ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏହି ଚିତ୍ରକଳା ପ୍ରଦର୍ଶନୀକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ଓ ଜିଲ୍ଲାପାଳ ପୀ ଅନ୍ୱେଷା ରେଡ୍ଡୀ ଉଦଘାଟନ କରିଥିଲେ। ସଂଧ୍ୟା କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମଧ୍ୟରେ ପୌରପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ବେହେରା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ମୁଖ୍ୟ ବକ୍ତା ଶ୍ରୀ ଉମେଶ ଚନ୍ଦ୍ର ଶତପଥୀ ଉପସ୍ଥିତ ଥିଲେ। ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇଥିବା ବିଶିଷ୍ଟ ଚିତ୍ରକାର ମାନଙ୍କୁ ଅତିଥି ଗଣ ସାର୍ଟିଫିକେଟ ପ୍ରଦାନ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିକାଶ ସ୍କୁଲ ଓ ଆରୋବିନ୍ଦ କଳା ବିକାଶ କେନ୍ଦ୍ରର ଛାତ୍ରୀ ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। ସାନ୍ଧ୍ୟ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ ଶ୍ରୀ ହେମନ୍ତ ମୁଣ୍ଡ ଏବଂ ପରିଚାଳନା କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଅର୍ପିତା ବେହେରା।

Related posts

ଶିକ୍ଷା ବିଭାଗ ର ବିକଳ ଚିତ୍ର : ବିଦ୍ୟାଳୟ ଗୃହ ନିର୍ମାଣ ସାତ ବର୍ଷ ହେଲା ଅଧପନ୍ତରିଆ : ଝୁପୁଡି କୁଡ଼ିଆରେ ଚାଲିଛି ଶିକ୍ଷାଦାନ

Sunil Chandra Nayak

ଖରିଆର ଠାରେ ଜୟ ମାତାଦି ଗ୍ରୁପ ତରଫରୁ ୭୬ ତମ ଆଜାଦି କି ଅମୃତ ମହୋତ୍ସବ ଜୋର ସୋର ରେ ପାଳନ

Sunil Chandra Nayak

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!