ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାନ୍ଧୀ ଜୟନ୍ତୀରେ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ ଓ ଫଳ ବଣ୍ଟନ

ଢେ଼ଙ୍କାନାଳ (ମନିସ)_୨/୧୦:ଜାତିର ପିତା ମହାତ୍ମାଗାନ୍ଧୀ ଓ ଭାରତରତ୍ନ ପୁର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଉଭୟ ମହାପୁରୁଷ ଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ମହାବିରୋଡ଼ ଗାନ୍ଧୀ ଛକରେ ପୁଷ୍ପ ମାଲ୍ୟlର୍ପଣ ,ମହାବିରୋଡ଼ ସରକାରୀ ଡାକ୍ତରଖାନାରେ ସଫେଇ କାର୍ଯ୍ୟକ୍ରମ ଓ ଫଳ ବଣ୍ଟନ ସଂଘ ସଭାପତି ଇଂ ରାଜେଶ କୁମାର ଦେହୁରୀଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ତଥା ସଂଘ ଉପସଭାପତି ନବକିଶୋର ସାହୁ ଯୋଗଦେଇ ଥିଲେ ।ପ୍ରଥମେ ମହାବିରୋଡ଼ ଗାନ୍ଧୀ ଛକ ଠାରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ର ଚାରି ପାଖକୁ ପରିଷ୍କାର କରି ସାରିଲା ପରେ ବାପୁଜିଙ୍କ ପ୍ରତିମୂର୍ତ୍ତି ରେ ପୂଜାର୍ଚ୍ଚନା କରାଯାଇ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା ।ଏହାପରେ ମହାବିରୋଡ଼ ସରକାରୀ ଡାକ୍ତରଖାନା ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।ଜାତିର ପିତା ସବୁବେଳେ ସ୍ଵଛତା ଉପରେ ଗୁରୁତ୍ୱ ଦେଉଥିଲେ ।ମହାବିରୋଡ଼ ଡ଼ାକ୍ତରଖାନରେ ଆସିଥିବା ରୋଗୀ ମାନଙ୍କୁ ଫଳ ,ଓଆରଏସ ବଣ୍ଟନ କରାଯାଇଥିଲା,ଡାକ୍ତରଖାନାକୁ ଆସିଥିବା ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ଆହତଙ୍କୁ ସଙ୍ଘ ର କର୍ମକର୍ତା ମାନେ ବୋହି ଗାଡି ରେ ବସାଇ ପରଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସଂଘ ଉପଦେଷ୍ଟା ଦିବ୍ୟସିଂହ ଦେହୁରୀ, ବିରବର ସାହୁ,ଉପସଭାପତି ଦିପେଶ ପଣ୍ଡା,ସାଧାରଣ ସମ୍ପାଦକ ଟୁକୁନ ବିଶ୍ୱାଳ,ଯୁଗ୍ମ ସମ୍ପାଦକ ସୁବାସ ପଧାନ, କୋଷାଧ୍ୟକ୍ଷ ଅରବିନ୍ଦ ପାଳ,କମିଟି ସଦସ୍ୟ କ୍ଷୀରୋଦ ଦେହୁରୀ,ରଞ୍ଜିତ ସାହୁ,ବିରଞ୍ଚି ସାହୁ,ଦୀପକ ସାହୁ,ଚଗଲା ଦେହୁରୀ, ରିତେଶ ବ୍ରହ୍ମା,ସଂକର୍ସଣ ନାଏକ,ସୁମିତ୍ରା ମିଶ୍ର,ଟଙ୍କଧର ନାଏକ,ଜିତେନ୍ଦ୍ର ପାଣି,ଦୀପ୍ତିରଂଜନ ସାହୁ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ସାହିତ୍ୟ ଅଗଣା

Sunil Chandra Nayak

ପ୍ରଶାସନ ର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

Sunil Chandra Nayak

କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ 

Leave a Comment

error: Content is protected !!