ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏନଡିୟୁଜେ ତରଫରୁ ଜଳଛତ୍ର ର ଶୁଭାରମ୍ଭ

ନୂଆପଡା: ନୂଆପଡା ଉପକଣ୍ଠ ସଦର ଟାନୱାଟ ଛକ ନିକଟରେ ଓୟୁଜେ ନୂଆପଡା ଶାଖା ଏନଡିୟୁଜେ ତରଫରୁ ଜଳଛତ୍ର ର ଶୁଭାରମ୍ଭ କରାଗଲା । ସୁଚନା ମୁତାବକ,ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଅଛି ଫଳରେ ପଥଚାରି ମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତା କଡରେ ପାନିୟ ଜଳ ର ଘୋର ଅଭାବ ପରିଲକ୍ଷିତ ହେଉଅଛି । ଏହି ସବୁ କୁ ଦୃଷ୍ଟି ରେ ରଖି ପଥଚାରି ମାନଙ୍କୁ ସ୍ବଚ୍ଛ ଶୀତଳ ପାନିୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ରେ ନୂଆପଡା ଡିଷ୍ଟ୍ରିକ୍ଟ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ(NDUJ) ତରଫରୁ ଏକ ଛୋଟ ପ୍ରୟାସ ଆରମ୍ଭ କରା ଯାଇଛି । ଏହି ଅବସର ରେ ସୁଶାନ୍ତ କର,ସିମାଞ୍ଚଳ ମହାପାତ୍ର,ମକାରୁ ବେମାଲ,ରିଣ୍ଟୁ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲାବେଳେ ଆଗାମି ଦିନରେ ଜିଲ୍ଲା ର ପ୍ରତ୍ୟେକ ବ୍ଲକ ରେ ଜଳଛତ୍ର ଖୋଲିବା ସହ ଅନେକ କାର୍ଯ୍ୟକ୍ରମ ହାତକୁ ନେବାର ଯୋଜନା ରଖିଛି ଏନ୍ ଡି ୟୁ ଜେ   । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଫରଙ୍ଗ ରୁ ଜଣେ ମାନସିକ ବିକୃତ ବୃଦ୍ଧା ଉଦ୍ଧାର 

Sunil Chandra Nayak

କେୟାର ଇଣ୍ଡିଆ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାୟଗଡ ଜିଲ୍ଲାପାଳଙ୍କ ମୁନିଗୁଡା ବ୍ଲକରେ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!