ନୂଆପଡା: ନୂଆପଡା ଉପକଣ୍ଠ ସଦର ଟାନୱାଟ ଛକ ନିକଟରେ ଓୟୁଜେ ନୂଆପଡା ଶାଖା ଏନଡିୟୁଜେ ତରଫରୁ ଜଳଛତ୍ର ର ଶୁଭାରମ୍ଭ କରାଗଲା । ସୁଚନା ମୁତାବକ,ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଅଛି ଫଳରେ ପଥଚାରି ମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତା କଡରେ ପାନିୟ ଜଳ ର ଘୋର ଅଭାବ ପରିଲକ୍ଷିତ ହେଉଅଛି । ଏହି ସବୁ କୁ ଦୃଷ୍ଟି ରେ ରଖି ପଥଚାରି ମାନଙ୍କୁ ସ୍ବଚ୍ଛ ଶୀତଳ ପାନିୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ରେ ନୂଆପଡା ଡିଷ୍ଟ୍ରିକ୍ଟ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ(NDUJ) ତରଫରୁ ଏକ ଛୋଟ ପ୍ରୟାସ ଆରମ୍ଭ କରା ଯାଇଛି । ଏହି ଅବସର ରେ ସୁଶାନ୍ତ କର,ସିମାଞ୍ଚଳ ମହାପାତ୍ର,ମକାରୁ ବେମାଲ,ରିଣ୍ଟୁ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲାବେଳେ ଆଗାମି ଦିନରେ ଜିଲ୍ଲା ର ପ୍ରତ୍ୟେକ ବ୍ଲକ ରେ ଜଳଛତ୍ର ଖୋଲିବା ସହ ଅନେକ କାର୍ଯ୍ୟକ୍ରମ ହାତକୁ ନେବାର ଯୋଜନା ରଖିଛି ଏନ୍ ଡି ୟୁ ଜେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ