ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ଚେମ୍ବର ଅଫ କମର୍ସ ପକ୍ଷରୁ ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଧର୍ମଗଡ଼ ଚେମ୍ବର ଅଫ କମର୍ସ ପକ୍ଷରୁ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଙ୍କୁ ଆଜି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଂଘର ସଭାପତି ଵିଦ୍ୟାଧର ସାହୁଙ୍କ ନେତୃତ୍ୱରେ ସମ୍ପାଦକ ଅରୁଣ କୁମାର ତାୟଲ, ଉପସଭାପତି ଯଶୋବନ୍ତ ମେହେର,ବରିଷ୍ଠ ସଦସ୍ୟ ହୃଷିକେଶ ମିଶ୍ର, ଅତୁଲ୍ୟ ମେହେର, ବୈଦ୍ୟନାଥ ବେହେରା, ବିକାଶ ରଞ୍ଜନ ମେହେର,ସୁନ୍ଦର ଅଗ୍ରୱାଲ, ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଧର୍ମଗଡ଼ ସହରରେ ପାନୀୟ ଜଳ ଓ ପରିମଳର ସୁବ୍ୟବସ୍ଥା,ଟ୍ରାଫିକ ସମସ୍ୟା, ଟ୍ରେଡ଼ ଲାଇସେନ୍ସ, ହୋଲଡିଂ ଟେକ୍ସ, ସହରର ବିଭିନ୍ନ ସ୍ଥାନରେ ଶୌଚାଳୟ ତଥା ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଦିଗରେ ନବନିର୍ବାଚିତ ଅଧ୍ୟକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଧର୍ମଗଡ଼ ସହରକୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି

ପ୍ରକାଶ କରି ଏଥିରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ଶ୍ରମିକ ଦିବସ ୨୦୨୨ ମହାସମାରୋହରେ ପାଳିତ

ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ଶୋକସଭା

ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ପଣ୍ଡକୁଳ ପ୍ରାଥମିକ ବିଦ୍ୟାଳୟ ଖୋଲିଲେ,

Sunil Chandra Nayak

Leave a Comment

error: Content is protected !!