ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷା ରେ ଭୁଶୁଡ଼ିଲା ଘର ଅଳ୍ପକେ ବର୍ତିଲେ ୨ ବର୍ଷ ର ଝିଅ

ଡାବୁଗାଁ, ୭/୮ ଶନିବାର ରାତିରୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ବର୍ଷା ର ପ୍ରଭାବରୁ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ କନ୍ଧ ସାହିରେ ନର ସାନ୍ତା ଙ୍କ ଘର ରବିବାର ସକାଳ ସମୟରେ ବର୍ଷା ରେ ଭୁଶୁଡି ଯାଇଥିବା ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ପରିବାର ର ସମସ୍ତେ ଘର ବାରଣ୍ଡା ରେ ବସିଥିବା ବେଳେ ତାଙ୍କ ଝିଅ ସଲୋନୀ ସାନ୍ତା (୨) ଘର ଭିତରେ ଖେଳୁଥିବା ସମୟରେ ଘର ର ୨ କାନ୍ଥ ଭୁଶୁଡି ଯାଇଥିଲା ଫଳରେ ଝିଅ ର ପିଠିରେ ଅଳ୍ପ ମାଡ଼ ବାଜିଥିବା ପରିବାର ଲୋକେ କହିଥିଲେ । ସୂଚନାଯୋଗ୍ୟ ବର୍ଷା ରେ ଘର ଭିତରେ ପାଣି ପଡୁଥିବା ଯୋଗୁଁ ନର ସାନ୍ତା ଜରି ପାଲ ପାଇଁ ଡାବୁଗାଁ ରାଜସ୍ୱ ନିରିକ୍ଷକ ଙ୍କ ପାଖକୁ ଯାଇଥିଲେ କିନ୍ତୁ ବର୍ଷା ହେଉନାହିଁ ଯେଉଁଦିନ ବର୍ଷା ହେବ ସେହିଦିନ ଜରି ପାଲ ଦିଆଯିବ ବୋଲି କହି ତାଙ୍କୁ ସେଠାରୁ ପଠାଇଦେଇଥିଲେ । ସରକାରଙ୍କ ଯୋଜନା କାହା ପାଇଁ ଯଦି ଜଣେ ଗରିବ ପରିବାର ଯୋଜନା ର ଲାଭ ଉଠାଇ ପାରୁନାହାନ୍ତି ତେବେ ଯୋଜନା ର ମୂଲ୍ୟ କିଛି ନାହିଁ । ଜରି ପାଲ ମିଳିନଥିବାରୁ ବର୍ଷା ରେ କାନ୍ଥ ଓଦା ହୋଇ ଭୁଶୁଡି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କାନ୍ଥ ଭୁଶୁଡିବା ଯୋଗୁଁ ଘର ଭିତରେ ଥିବା ଟିଭି , ଖଟ ଓ ଆସବାଵ ପତ୍ର ନଷ୍ଟ ହୋଇଯାଇଛି । ଏଥିପାଇଁ ଦାଇ କିଏ ? ନର କହିବା ଅନୁଯାୟୀ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ଚେଷ୍ଟା କରିଥିଲେ କିନ୍ତୁ ଚେଷ୍ଟା ସଫଳ ହୋଇ ନାହିଁ । ଏହି ସାହି ଟି ଡଙ୍ଗରିଗୁଡା ପଞ୍ଚାୟତ ଅଧୀନରେ ଅଛି ହେଲେ ଡଙ୍ଗରିଗୁଡା ର ସରପଞ୍ଚ ଖବର ପାଇ ମଧ୍ୟ ସେଠାରେ ପହଞ୍ଚିନଥିବା ଜଣାଯାଉଛି । ସରପଞ୍ଚ କାହା ପାଇଁ । କାହା ସେବାରେ ସେ ଅଛନ୍ତି । ନିଜ ର ଫାଇଦା ପାଇଁ ନା ଲୋକଙ୍କ ସେବା ପାଇଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି କରୁଛି । ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

କୋକସରା ରେ ଯୋଗଦେଲେ ନୂତନ ବିଡ଼ିଓ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଗୀତା ଜ୍ଞାନ

Sunil Chandra Nayak

ଧର୍ମଗଡ ଏନଏସି ନିର୍ବାଚନ:  ଦାଖଲ ହେଲା ୪୬ ନାମାଙ୍କନ

Sunil Chandra Nayak

Leave a Comment

error: Content is protected !!