ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅର୍ପିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା/ ସାଂସ୍କୃତିକ ଅନୁଷ୍ଠାନ ନଟରାଜ ନୃତ୍ୟ ପରିଷଦ ଓ ବରସୁଆଁ ର ସାଂସ୍କୃତିକ ଅନୁଷ୍ଠାନ ପ୍ରଗତି ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅର୍ପିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଟରାଜ ନୃତ୍ୟ ପରିଷଦ ର ମୁଖ୍ୟ ପ୍ରବୀର ଜେନା ଙ୍କ ସଭପତିତ୍ବ ଓ ପ୍ରଗତି ର ସାଧାରଣ ସଂପାଦକ ବସନ୍ତ କୁମାର ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା ର ମହାପ୍ରବନ୍ଧକ ବିଜୟ କୁମାର ରାଉତ, ସମାଜସେବୀ ବିମଳ ବିଶି, ଡଃ ସମର ମୁଦାଲି, ସଂଗୀତଜ୍ଞ ଶରତଚନ୍ଦ୍ର ଧଳ, ଡାକ୍ତର ରାମଚନ୍ଦ୍ର ମେହେର, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ପ୍ରଶଂସା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ସଂଗୀତ ହେଉଛି ହୃଦୟର ଉଛ୍ବାସ। ଏହା ଜୀବନକୁ ପ୍ରାଣବନ୍ତ ଓ ରୋମାଞ୍ଚିତ କରେ। ଏହି ଅବସରରେ ତାବଲା ବାଦକ ଗୁରୁ ପଦ୍ମନାଭ ନାୟକଙ୍କୁ ନଟରାଜ ବାଦ୍ୟ ବିଭୁଷଣ ଓ ସଂଗୀତ ଗୁରୁ ଡାକ୍ତର ସୁଶାନ୍ତ କୁମାର ପାଣିଙ୍କୁ ନଟରାଜ ସଂଗୀତ ସୁଧାକର ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ମୋନାଲିସା ସାହୁ ଓ ଜୟନ୍ତୀ ବେହେରାଙ୍କ ସଂଯୋଜନାରେ ଆୟୋଜିତ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ସ୍ନେହଲତା ଗୃପର କଳାକାର ମାନେ ସୁମଧୁର ସଂଗୀତ ପରିବେଷଣ କରିଥିଲେ। ଦିବଙ୍ଗତ କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ, କିଶୋର କୁମାର, ମୁକେଶ, ଲତା ମଙ୍ଗେସକର, ଆର ଡି ବର୍ମନ ପ୍ରମୁଖ ଙ୍କ ସଂଗୀତ କୁ ସ୍ନେହଲତା ପାତ୍ର, ବିଶ୍ବଜିତା ମହାପାତ୍ର, ମହମ୍ମଦ କଲିମ,ଅଜିତ ପୂଝାରୀ,ବନୋଜ କୁମାର,ମହମ୍ମଦ ଗ୍ୟାସୁଦ୍ଦିନ,କେ ରୀନା,ଅବିନାଶ ପାତ୍ର ପ୍ରମୁଖ ଗାନ କରିଥିଲେ। ପ୍ରାରମ୍ଭରେ ନଟରାଜ ନୃତ୍ୟ ପରିଷଦ ର ଶିଳ୍ପୀ ମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ମହେନ୍ଦ୍ର କୁମାର ପଟ୍ଟନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ,ଚନ୍ଦ୍ରଶେଖର ଶତପଥୀ, ମନୋରଞ୍ଜନ ଦାଶ, ଅଭିରାମ ପ୍ରଧାନ ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ରାନୁ ମହାପାତ୍ର,ଇନ୍ଦ୍ରାବଳୀ ମିସ୍ତ୍ରୀ,ବିନୟ ସିଂହ, ସୁବାସ ଗୁପ୍ତା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

 

Related posts

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ୨ ଅଭିଯୁକ୍ତ ଗିରଫ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଦୁହିତା

Sunil Chandra Nayak

ପାଟଖଲିଆ ଠାରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!