ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:—୩

 ହଜିଲା ଦରବ:—୩

 

 ଦିଲ୍ଲୀପ କୁମାର ନନ୍ଦୀ

 

ବିଞ୍ଚୁଣି ଛାଞ୍ଚୁଣି କନ୍ଥିଲି ରେଜାଇ

ଆସନ ନାହିଁ କି ବୈଠିକି

ରୁଖା ଠଣା କଣା ଜଳକବାଟଟା

ପାରୁଛ ସତେ ସିକା ଦେଖି?୧?

 

ଢିଙ୍କିକୁଟା ଚ଼ୁଡ଼ା ଖାଉଛି ତ ହଡ଼ା

ବିହଳିଟା ତଣ୍ଟିରେ ଗଣ୍ଠି

ଘର ଭଜା ଡାଲି ଗଲାଣି ତ ଚାଲି

ଗୁଆ ଘିଅ କି ଅବା ସୁଣ୍ଠି।୨।

 

ସେ କାଳ ପଖାଳ ଗଲାଣି ତ ଚ଼ାଲି

ଆମ୍ବୁଲ ଜୁଆ ବରକୋଳି

ବାରି ଥିଲେ ସିନା ତୋଳିବ କାକୁଡ଼ି

ଲଅନରେ ରେଶମୀ ଦୋଳି।୩।

 

ବେଶର ସାକର ନାହିଁ କ୍ଷୀରି ପୁରୀ

ଘାଣ୍ଟଟା ତ ପୋଡ଼ି ଗଲାଣି

ସାହି ଭାଇ ବନ୍ଧୁ ଗୁଆ ବରଣିଟା

ଚୁଲିକୁ ତ ଚାଲି ଗଲାଣି।୪।

କାଏମା, ଧର୍ମଶାଳା, ଯାଜପୁର

 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ପ୍ରକୃତି

Sunil Chandra Nayak

ବସୁଧା ଯୋଜନା ପାଖରୁ ବେଆଇନ ବାଲି ଉଠାଣକୁ ଗ୍ରାମ ବାସୀ ଙ୍କ ବିରୋଧ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରକୃତି ରାଣୀ

Leave a Comment

error: Content is protected !!