ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:—୩

 ହଜିଲା ଦରବ:—୩

 

 ଦିଲ୍ଲୀପ କୁମାର ନନ୍ଦୀ

 

ବିଞ୍ଚୁଣି ଛାଞ୍ଚୁଣି କନ୍ଥିଲି ରେଜାଇ

ଆସନ ନାହିଁ କି ବୈଠିକି

ରୁଖା ଠଣା କଣା ଜଳକବାଟଟା

ପାରୁଛ ସତେ ସିକା ଦେଖି?୧?

 

ଢିଙ୍କିକୁଟା ଚ଼ୁଡ଼ା ଖାଉଛି ତ ହଡ଼ା

ବିହଳିଟା ତଣ୍ଟିରେ ଗଣ୍ଠି

ଘର ଭଜା ଡାଲି ଗଲାଣି ତ ଚାଲି

ଗୁଆ ଘିଅ କି ଅବା ସୁଣ୍ଠି।୨।

 

ସେ କାଳ ପଖାଳ ଗଲାଣି ତ ଚ଼ାଲି

ଆମ୍ବୁଲ ଜୁଆ ବରକୋଳି

ବାରି ଥିଲେ ସିନା ତୋଳିବ କାକୁଡ଼ି

ଲଅନରେ ରେଶମୀ ଦୋଳି।୩।

 

ବେଶର ସାକର ନାହିଁ କ୍ଷୀରି ପୁରୀ

ଘାଣ୍ଟଟା ତ ପୋଡ଼ି ଗଲାଣି

ସାହି ଭାଇ ବନ୍ଧୁ ଗୁଆ ବରଣିଟା

ଚୁଲିକୁ ତ ଚାଲି ଗଲାଣି।୪।

କାଏମା, ଧର୍ମଶାଳା, ଯାଜପୁର

 

Related posts

ମାଟ୍ରିକ ପରୀକ୍ଷାରେ ୬୦୦ ନମ୍ବରରୁ ୫୮୦ ନମ୍ବର ରଖିଲେ ଜ୍ଯୋତ୍ସ୍ନାରାଣୀ

ଦାଦନ ମହିଳାଙ୍କ  ମୃତ୍ୟୁ , ଦୁଇ ବର୍ଷ ତଳେ ଦାଦନ ଖଟିବାକୁ ଯାଇଥିଲେ 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ନିରବ ସ୍ୱାକ୍ଷର 

Sunil Chandra Nayak

Leave a Comment

error: Content is protected !!