ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳସେଚନ ପାଇଁ ମେଗାଲିଫ୍ଟ ନିର୍ବାହି ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରିଲେ ମୂଷାପାଲି ପଞ୍ଚାୟତ ଚାଷୀ

କୋକସରା,୧୪/୯- ( ମ ନି ସ)  ଇନ୍ଦ୍ରାବତୀ ମେଗାଲିଫ୍ଟ କୋକସରା ବ୍ଲକ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀଙ୍କୁ ଜଳଯୋଗାଣ ପାଇଁ ଅଞ୍ଚଳର ଚାଷୀମାନେ ଅଭିଯୋଗ ପରେ ଅଭିଯୋଗ କରି ଚାଷୀ ନୟାନ୍ତ ହେଲେଣି । ହେଲେ ନା ହୋଇପାରୁଛି ସମାଧାନ ନା ଚାଷଜମିକୁ ମିଳୁଛି ମେଗାଲିଫ୍ଟ କେନାଲରୁ ଜଳ। ଅନ୍ୟପଟେ ବର୍ଷା ଅଭାବରୁ କୋକସରା ବ୍ଲକ ଅଞ୍ଚଳର ଶହ ଶହ ହେକ୍ଟର ଚାଷଜମି ଫାଟି ଆଁ କଲାଣି। ପ୍ରତିଦିନ ସକାଳ ହେଲେ କୋକସରା ଧର୍ମଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଚାଷୀମାନେ ଆସି କୋକସରା ବ୍ଲକ କୁସୁମଖୁଣ୍ଟି ଠାରେ ଥିବା ମେଗାଲିଫ୍ଟ କେନାଲର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆସି ଫେରାଦ ହେଉଛନ୍ତି । କେତେବେଳେ ଧାରଣା ଦେଉଛନ୍ତି ତ କେତେବେଳେ କୀଟନାଶକ ଧରି ଜୀବନ ହାରିଦେବାକୁ ଚେତାବନୀ ମଧ୍ୟ ଦେଉଛନ୍ତି । ହେଲେ ଵିଭାଗୀୟ ଅଧିକାରୀଙ୍କ ତତ୍ପରତା ଦେଖିବାକୁ ମିଳୁନାହିଁ । ବୁଧବାର ପୁଣି କୋକସରା ବ୍ଲକ ମୂଷାପାଲି ଅଞ୍ଚଳର ଶତାଧିକ ଚାଷୀ ମେଗାଲିଫ୍ଟ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ ସହ ଜଳଯୋଗାଣ କରିବାକୁ ଦାବି କରିଥିବା ଦେଖିବାକୁ ମିଳିଛି। ଯେଉଁ ପ୍ରକଳ୍ପ ପାଇଁ ଦିନେ ଏହି ଅଞ୍ଚଳର ଚାଷୀ ମାନେ ବାରମ୍ବାର ଆନ୍ଦୋଳନ କରିଥିଲେ ରାଜ୍ୟ ସରକାର ଚାଷୀ ଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ ଓ ୨୦୨୧ ଜାନୁଆରୀରେ ଖୋଦ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ, ହେଲେ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥାର ଦାୟିତ୍ୱ ହୀନତା କାରଣରୁ ଭୂତଳ ପାଇପରେ ବୈଷୟିକ ତ୍ରୁଟି କାରଣରୁ ଶହ ଶହ ପଏଣ୍ଟରେ ପାଣି ଆସୁନାହିଁ ଓ ଚାଷୀ ଙ୍କୁ ନିରାଶ ହେବାକୁ ପଡିଛି। ବୁଧବାର ମୂଷାପାଲି ପଞ୍ଚାୟତ ଶତାଧିକ ଚାଷୀ ସରପଞ୍ଚ ଅକ୍ଷୟ କୁମାର ନାଏକ ଙ୍କ ନେତୃତ୍ୱରେ ଆସି ଅଭିଯୋଗ କରିଛନ୍ତି। ଏଥିରେ ଘନଶ୍ୟାମ ନାଏକ, ଦୈତାରି ସୁନାନୀ, ମଧୁ ସାଗର, ନାରାୟଣ ଗୋପାଳ, ଦୁର୍ଗା ପ୍ରସାଦ ଗୋପାଳ, ପ୍ରକାଶ ରାଉତ, ମହେଶ୍ବର ଦୁର୍ଗା, ଘେନୁରାମ ମାଝୀ, ବିଶେଶ୍ୱର ଗୋପାଳ, ପ୍ରକାଶ ରାଉତ, ରଖିରାମ ଦୁର୍ଗା, ଦୀନବନ୍ଧୁ ରାଉତ, ତୋଫାନ ନାଏକ ପ୍ରମୁଖ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିଥିଲେ । ନିର୍ବାହୀ ଯନ୍ତ୍ରୀ ଅକ୍ଷୟ ଭୋଇ ଉପସ୍ଥିତ ନଥିବା କାରଣରୁ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ମଲ୍ଲିକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଓ କୌଣସି ସମାଧାନ ନହେଲେ କାର୍ଯ୍ୟାଳୟ ଘେରାଉ ସହ ରାଜରାସ୍ତା ଅବରୋଧ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ଏନେଇ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇଙ୍କ ପ୍ରତିକ୍ରିୟା ନେବାରୁ ଚାଷୀଙ୍କ ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଳି କହିଛନ୍ତି।

Related posts

ରାମକୃଷ୍ଣ ହାଇସ୍କୁଲ ରେ ଜାତୀୟ କ୍ରୀଡା ଦିବସ ପାଳିତ

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବାସରେ ରାୟଗଡା ଜିଲ୍ଳାପରିଷଦ ସଭାପତି

Sunil Chandra Nayak

ସାମ୍ବାଦିକ ଅ6ର୍ଦ୍ଦନ୍ଧୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ସଭା, ରାଲି ଓ ଦାବୀ ପତ୍ର ପ୍ରଦାନ

Leave a Comment

error: Content is protected !!