ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଓ ଅବିଭାବକ ସମ୍ମିଳନୀ

ଡାବୁଗାଁ, ୧୩/୭ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବଡଓଲମା ସରକାରୀ ଆଶ୍ରମ ବିଦ୍ୟାଳୟ ସଭାଗୃହରେ ଆଜି ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉକ୍ତ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଜଗଦୀଶ ଭତ୍ରା ଙ୍କ ସଭାପତିତ୍ଵରେ ଆଦର୍ଶ ଯୁବ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରା, ମୁଖ୍ୟ ଅତିଥି ବଡଓଲମା ସରପଞ୍ଚ ବୁଦାଇ ଭତ୍ରା, ସମ୍ମାନୀତ ଅତିଥି ନାଏବ ସରପଞ୍ଚ ମୋହନ ମିର୍ଗାନ, ପୁର୍ବତନ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିଧି ମାଝି, ସମାଜ ସେବୀ ଈଶ୍ଵର ଭତ୍ରା ଓ ମୁନା ପଣ୍ଡା, ଗୋପାଳ ହରିଜନ, କମଳା ଭତ୍ରା ଓ କୁମାରୀ ଭତ୍ରା, ଶିକ୍ଷୟତ୍ରୀ ରଶ୍ମିରେଖା ସ୍ଵାଇଁ, ଦମୟନ୍ତୀ ସ୍ଵାଇଁ, ଶିକ୍ଷକ ଅସୀତ୍ ପଣ୍ଡା, ଭୋଜରାଜ ମାଝି ପ୍ରମୁଖ ମଞ୍ଚରେ ଉପବିଶନ କରିଥିବାବେଳେ ସମ୍ମୁଖରେ ୨୩୦ ରୁ ଊର୍ଦ୍ଧ୍ଵ ଅଭିଭାବକ ମା ଓ ବାପା ମାନେ ଉପସ୍ଥିତ ରହି ବିଦ୍ୟାଳୟ ର ଅସୁବିଧା, ସୁବିଧା ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ବିଦ୍ୟାଳୟ ଟି ଫାଇଭ ଟି ଜୋଜନାରେ ଅନ୍ତର୍ଭୁକ୍ତ ହୋଇ ନ ଥିଲେ ମଧ୍ୟ ବିଦ୍ୟାଳୟ ଭିତରେ ପଶିଗଲେ ଦେଖାଯାଇଥାଏ ଯେପରି ଫାଇଭ ଟି ଅଧିନରେ ଅନ୍ତର୍ଭୁକ୍ତ ହୋଇଛି । ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ଵାରା ବିଦ୍ୟାଳୟ ଖୁଣ୍ଟି ମାନଙ୍କ ରେ ଚିତ୍ରିତ ବେଶ୍ ମନୋମୁଗ୍ଧକର, ବିଦ୍ୟାଳୟ ସାଜସଜ୍ଜା, ଫୁଲଗଛ ଧାଡିକି ଧାଡି ଦେଖି ଯେ କେହି ଦେଖିଲେ ଖୁସି ହୋଇ ଉଠିବ । ଦୁଃଖର କଥା ଉକ୍ତ ବିଦ୍ୟାଳୟ ରେ ପାନୀୟ ଜଳ ସ୍ତର ବହୁ ଦୁରତ୍ଵ ରେ ଥିବାରୁ ଭାଲୁଗୁଡା ଠାରେ ବୋରୱେଲ ଖୋଳା ଯାଇ ପାନୀୟ ଜଳ ପାଇପ ଯୋଗେ ଅଣାଯାଇ ପାନୀୟ ଜଳ ସମସ୍ୟା ଦୁରୀଭୁତ କରାଯାଇ ଥିଲେ ମଧ୍ୟ ବିଦ୍ୟୁତ୍ ବିଭ୍ରାଟ ଥିବାରୁ ଛାତ୍ରାବାସରେ ରହୁଥିବା ଛାତ୍ରୀ ଓ ଛାତ୍ର ନିବାସରେ ରହୁ ଥିବା ଛାତ୍ରୀ ଏପରି ମୋଟ ୪୫୦ ଜଣ ଦୁଇ ଦିନ ଗାଧୋଇ ନ ଥିବା ଦେଖାଦେଇଛି । ବିଦ୍ୟାଳୟରେ ବହୁ ସଂଖ୍ୟାରେ ଛାତ୍ରୀ ଛାତ୍ର ଥିବାରୁ ଶ୍ରେଣୀ ଗୃହ ଛାତ୍ରାବାସ ରୁପେ ବ୍ୟବହାର କରୁଛନ୍ତି । ଯେତିକି ଛାତ୍ରାବାସ ରହିଛି କେତେକ ଘର ଛାତରୁ ପାଣି ଗାଲୁଛି | ଏଣୁ ଜରୁରୀ କାଳୀନ ଭିତ୍ତିରେ ଛାତ୍ରାବାସର ଆବଶ୍ୟକତା ରହିଛି । ଅଭିଭାବକ ମାନେ ପ୍ରଶାସନ ପାଖରେ ଛାତ୍ରାବାସ ନିର୍ମାଣ ନିମନ୍ତେ ଦୃଢ ଦାବୀ ଜଣାଇଛନ୍ତି । ବିଦ୍ୟୁତ ବିଭ୍ରାଟ ଆମ ପ୍ରତିନିଧି ଦେଖି ପାପଡାହାଣ୍ଡି ଏସ୍ ଡି ଓ ଙ୍କୁ ଯୋଗାଯୋଗ କରିଥିଲେ, ଯୋଗାଯୋଗ ନ ହେବାରୁ ମେସେଜ କରି ଅବଗତ କରାଇଥିଲେ । ବିଦ୍ୟୁତ୍ ସରାବରାହ ଆସୁଛି, ଯାଉଛି । ଏଣୁ ବିଦ୍ୟୁତ୍ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଅନ୍ତେବାସୀ ଛାତ୍ରୀ ଛାତ୍ର ମାନଙ୍କ ପାଇଁ ବିଦ୍ୟୁତ ସରବରାହ ଠିକ କରାଇବାକୁ ଜନ ସାଧାରଣ ରେ ଦୃଢ ଦାବୀ ହେଉଛି । ଶିକ୍ଷକ ଜଗଦୀଶ ସାହୁ, ଅଧିକ୍ଷୀକା(ୱ୍।ଡେନ୍) ସଞ୍ଜୁକ୍ତା ସାହୁ,ଏ.ଏନ୍.ଏମ୍ ଜୟନ୍ତୀ ପୁଝାରି, କର୍ମଚାରୀ ଘାସି ପୁଝାରୀ ଓ ଅଜ୍ ବଲ୍ ଭତ୍ରା ଙ୍କ ସହ ସମସ୍ତ ଛାତ୍ରୀ ଛାତ୍ର ସହଯୋଗ କରିଥିଲେ । ବରିଷ୍ଠ ନାଗରୀକ ନିଧି ମାଝି ଓ ଈଶ୍ଵର ଭତ୍ରାଙ୍କୁ ବିଦ୍ୟାଳୟ ତରଫରୁ ଉତ୍ତରୀୟ ଦେଇ ସମ୍ବର୍ଧନା କରାଯାଇ ଥିଲା ।

ଦାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା ଙ୍କ ରିପୋର୍ଟ 

Related posts

ଜଙ୍ଗଲ ଜମି ବିବାଦ ର ଗ୍ରାମସଭା ହୋଇପାରିଲା ନାହିଁ

Sunil Chandra Nayak

ସକାଳ ର କବିତା

Sunil Chandra Nayak

ଚେଙ୍ଗଯୋଡା ପଡିଆର ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ! ବାର୍ଦା ସ୍ପୋର୍ଟିଂ ଟିମ୍ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!