ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଳତୀ କୁ ସହାୟତାର ହାତ ବଢ଼ାଇଲା ଆଦିବାସୀ ସଂଘ

ଯୁକ୍ତ ଦୁଇ ପରେ ପାଠ ପଢା ରେ ଡୋରି ବନ୍ଧା ଯାଇଥିଲା

 ଧର୍ମଗଡ:୧୨/୦୭/୨୨: ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମର ଜଣେ ଆଦିବାସୀ ସମ୍ପ୍ରଦାୟର ଝିଅ ଅର୍ଥ ଅଭାବରୁ ଯୁକ୍ତ ଦୁଇ ପାସ କରିବା ପରେ ପାଠପଢି ପାରୁନଥିବା ବେଳେ ଏ ସମ୍ପର୍କ ରେ ଖବର ପାଇ ଆଜି ଧର୍ମଗଡ ଆଦିବାସୀ ସଙ୍ଘ ସମ୍ପୃକ୍ତ ଝିଅ କୁ ସହାୟତାର ହାତ ବଢ଼ାଇଛି।ସଙ୍ଘ ର ସମ୍ପାଦକ ଗୋବର୍ଦ୍ଧନ ଶବର, ଉପସଭାପତି -ବନମାଳୀ ଭୋଇ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ମାଝୀ, ରୁକୁରାମ ଶବର, ନିରଞ୍ଜନ ଧରୁଆ, ଜୈବଲ କୁମାର ବାଗ ପ୍ରମୁଖ ଆଜି ଜୟନ୍ତପୁର ଗ୍ରାମ କୁ ଯାଇ ମାଳତୀ ଓ ଅଭିଭାବକ ଙ୍କ ସହ ଆଲୋଚନା କରିଥିଲେ। ଝିଅ ମାଳତୀ ନାଏକ ଙ୍କ ଯାବତୀୟ ପଢ଼ା ଖର୍ଚ୍ଚ ସଂଘ ବହନ କରିବା ପ୍ରତିଶୃତି କର୍ମକର୍ତ୍ତା ମାନେ ଦେଇଥିଲେ । ଏହାସହ ମାଳତୀ ପରିବାର କୁ କିଛି ଅର୍ଥ ମଧ୍ୟ ସହାୟତା କରିଥିଲେ। ମାଳତୀ ଜଣେ ମେଧାବୀ ଛାତ୍ରୀ ଥିଲେ ହିଁ ଅର୍ଥ ଅଭାଵ କାରଣରୁ ଆଗକୁ ପଢିପାରିନାହାନ୍ତି । ବିଧବା ବୃଦ୍ଧା ମାଆ କଷ୍ଟେ ମଷ୍ଟେ ମାଳତୀ କୁ ଯୁକ୍ତ ଦୁଇ ଯାଏ ପାଠ ପଢାଇବାରେ ସକ୍ଷମ ହୋଇଥିଲେ । ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ମାଲତି ର ଆଗ୍ରହ ସତ୍ତ୍ୱେ ଆର୍ଥିକ ଅଭାବ ଯୋଗୁ ପାଠ ପଢ଼ାରେ ରୋକ ଲାଗିଥିଲା। ଏପରି ପରିସ୍ଥିତି ରେ ଆଦିବାସୀ ସଂଗଠନ ମାଳତୀ ର ପାଠ ପଢ଼ା ର ସମସ୍ତ ଦାୟିତ୍ୱ ନେବ ବୋଲି ଆଜି ପ୍ରତିଶୃତି ଦେବା ପରେ ମାଳତୀ ର ଉଚ୍ଚ ଶିକ୍ଷା ଆଶା ଫଳବତୀ ହେବା ସମ୍ଭାବନା ସୃଷ୍ଟି ହୋଇଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ମିନାକ୍ଷୀ ଧର ଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

ଆଧୁନିକ କଳାଶିଳ୍ସୀ ସୁରେନ୍ଦ୍ର ମହାନ୍ତିଙ୍କ ଶତବାର୍ଷିକୀ ଜୟନ୍ତୀ ପାଳିତ

Sunil Chandra Nayak

ଦୁଇଟି ବିଦ୍ୟାଳୟର A1 ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

Leave a Comment

error: Content is protected !!