ଅଧିର ରଞ୍ଜନ ଚୌଧୁରୀ ଙ୍କ କୁଶ ପୁତ୍ତଳିକା ଦାହ
ଧର୍ମଗଡ: ୨୯/୦୭/୨୦୨୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତ୍ନୀ ଭାବେ ସମ୍ବୋଧନ କରିଥିବା କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଙ୍କ କୁଶ ପୁତ୍ତଳିକା ଦାହ କରିଛି ଧର୍ମଗଡ ବିଜେପି । ଆଜି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଏକ ପ୍ରତିବାଦ ରେଲୀ ସହର ପରିକ୍ରମା କରିଥିବା ବେଳେ ସ୍ଥାନୀୟ ଚା ରିଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମହାମହିମ ରାଷ୍ଟ୍ରପତିଙ୍କୁ କଂଗ୍ରେସର ବରିଷ୍ଠ ନେତା ତଥା ବର୍ତ୍ତମାନ ର ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ କ୍ଷମା ମାଗନ୍ତୁ ବୋଲି ବିଜେପି ପକ୍ଷରୁ ଦାବୀ କରାଯିବା ସହ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ କ୍ଷମା ମାଗନ୍ତୁ ବୋଲି ବିଜେପି ନେତାମାନେ ଦାବୀ କରିଥିଲେ ।
ପ୍ରତିବାଦ ସଭା ରେ କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ପଟଯୋଷୀ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଧନଞ୍ଜୟ ପାତ୍ର , ଯୁବମୋର୍ଚ୍ଚା ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା , ରାଜ୍ୟ କୃଷକ ମୋର୍ଚ୍ଚା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅପରେସ ସ୍ବାଇଁ , ସମିତି ସଭ୍ୟ ସରୋଜ କୁମାର ଶବର , ବରିଷ୍ଠ ନେତା ଦିଗସନ ମଙ୍ଗରାଜ , ଛିଲିପା ସରପଞ୍ଚ ବିଭୂଦତ୍ତ ପ୍ରଧାନୀ , ମଣ୍ତଳ ସଭାପତି ଜୟ ଶଙ୍କର ମୁଣ୍ଡ , ନଗର ସଭାପତି ହରେକୃଷ୍ଣ ପଣ୍ଡା , ସାଧାରଣ ସମ୍ପାଦକ ଡମ୍ବରୁଧର ଠାକୁର ଜିଲ୍ଲା ଲିଗାଲ ସେଲର ସଭାପତି ଘନଶ୍ୟାମ ଅଗ୍ରୱାଲ , ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ସଭାପତି ଜଗବନ୍ଧୁ ମିଶ୍ର , ଯୁବମୋର୍ଚ୍ଚା ସଭାପତି ସୌରଭ ମିତ୍ତଳ , ସାଧାରଣ ସମ୍ପାଦକ ଚନ୍ଦନ କୁମାର ପାତ୍ର ସମସ୍ତ ବିଜେପି କାଉନସିଲର ଙ୍କ ସହ ବହୁ ବରିଷ୍ଠ ନେତା କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ