ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରପତି ଙ୍କ ପ୍ରତି ବିବାଦୀୟ ସମ୍ବୋଧନ କୁ ଧର୍ମଗଡ ଭାଜପା ର ବିରୋଧ

ଅଧିର ରଞ୍ଜନ ଚୌଧୁରୀ ଙ୍କ କୁଶ ପୁତ୍ତଳିକା ଦାହ

 ଧର୍ମଗଡ: ୨୯/୦୭/୨୦୨୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତ୍ନୀ ଭାବେ ସମ୍ବୋଧନ କରିଥିବା କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଙ୍କ କୁଶ ପୁତ୍ତଳିକା ଦାହ କରିଛି ଧର୍ମଗଡ ବିଜେପି । ଆଜି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଏକ ପ୍ରତିବାଦ ରେଲୀ ସହର ପରିକ୍ରମା କରିଥିବା ବେଳେ ସ୍ଥାନୀୟ ଚା ରିଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମହାମହିମ ରାଷ୍ଟ୍ରପତିଙ୍କୁ କଂଗ୍ରେସର ବରିଷ୍ଠ ନେତା ତଥା ବର୍ତ୍ତମାନ ର ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ କ୍ଷମା ମାଗନ୍ତୁ ବୋଲି ବିଜେପି ପକ୍ଷରୁ ଦାବୀ କରାଯିବା ସହ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ କ୍ଷମା ମାଗନ୍ତୁ ବୋଲି ବିଜେପି ନେତାମାନେ ଦାବୀ କରିଥିଲେ ।

   ପ୍ରତିବାଦ ସଭା ରେ କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ପଟଯୋଷୀ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଧନଞ୍ଜୟ ପାତ୍ର , ଯୁବମୋର୍ଚ୍ଚା ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା , ରାଜ୍ୟ କୃଷକ ମୋର୍ଚ୍ଚା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅପରେସ ସ୍ବାଇଁ , ସମିତି ସଭ୍ୟ ସରୋଜ କୁମାର ଶବର , ବରିଷ୍ଠ ନେତା ଦିଗସନ ମଙ୍ଗରାଜ , ଛିଲିପା ସରପଞ୍ଚ ବିଭୂଦତ୍ତ ପ୍ରଧାନୀ , ମଣ୍ତଳ ସଭାପତି ଜୟ ଶଙ୍କର ମୁଣ୍ଡ , ନଗର ସଭାପତି ହରେକୃଷ୍ଣ ପଣ୍ଡା , ସାଧାରଣ ସମ୍ପାଦକ ଡମ୍ବରୁଧର ଠାକୁର ଜିଲ୍ଲା ଲିଗାଲ ସେଲର ସଭାପତି ଘନଶ୍ୟାମ ଅଗ୍ରୱାଲ , ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ସଭାପତି ଜଗବନ୍ଧୁ ମିଶ୍ର , ଯୁବମୋର୍ଚ୍ଚା ସଭାପତି ସୌରଭ ମିତ୍ତଳ , ସାଧାରଣ ସମ୍ପାଦକ ଚନ୍ଦନ କୁମାର ପାତ୍ର ସମସ୍ତ ବିଜେପି କାଉନସିଲର ଙ୍କ ସହ ବହୁ ବରିଷ୍ଠ ନେତା କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

Related posts

ମହାଶକ୍ତି ଫାଉଣ୍ଡେସନ ସହାୟତା ରେ ହିତାଧିକାରୀଙ୍କୁ ଦୁଇଲକ୍ଷ ଟଙ୍କାର ବୀମାରାଶୀ ପ୍ରଦାନ

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା ପ୍ରତିଯୋଗିତା ଉପ କମିଟିର ବୈଠକ  

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ସ୍ବାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!