ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ସାଂସଦଙ୍କର ଥୁଆମୂଳ ରାମପୁର ବ୍ଳକର ଗମନାଗମନ ସୁବିଧା କ୍ଷେତ୍ରରେ ଗୁରୁତ୍ୱ

କେନ୍ଦ୍ର ମନ୍ତ୍ରୀଙ୍କ ସହ ସାକ୍ଷାତ କରି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି

ଥୁଆମୂଳ ରାମପୁର:୨୯/୭ – ଥୁଆମୂଳ ରାମପୁର କଳାହାଣ୍ଡି ଜିଳ୍ଲା ଓ ନୂଆପଡା ଜିଲ୍ଲା ବର୍ତ୍ତମାନ ଗମନାଗମନ କ୍ଷେତ୍ରରେ ବହୁ ପଛରେ ପଡିଯାଇଛି। ଏହାକୁ ଦୃଷ୍ଟିରେ ରଖି ସାଂସଦ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଅଧିକାଂଶ ଅଞ୍ଚଳ ଗମନାଗମନ କ୍ଷେତ୍ରରେ ବହୁ ପଛରେ ପଡିଯାଇଛି ଏହାର ସୁବ୍ଯବସ୍ଥା ପାଇଁ କଳାହାଣ୍ଡି ସାଂସଦୀୟ କ୍ଷେତ୍ର କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗମନାଗମନ ସୁବ୍ଯବସ୍ଥା କରିବା ପାଇଁ କଳାହାଣ୍ଡି ସାଂସଦ ଶ୍ରୀଯୁକ୍ତ ବସନ୍ତ ପଣ୍ତା ଏକ ପ୍ରସ୍ତାବ ନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ନୀତିନ ଗଡକାରୀ ଙ୍କୁ ସାକ୍ଷାତ କରିଥିଲେ। ଥୁଆମୂଳ ରାମପୁର ବ୍ଳକର ଅନେକ ଅଞ୍ଚଳ ଏବେ ବି ଅବହେଳିତ ଭାବରେ ରହିଯାଇଛି। ବ୍ଳକରେ ଥିବା ୨୪ ଗୋଟି ଗ୍ରାମପଞ୍ଚାୟତ ରେ ଥିବା ଦୁର୍ଗମ ଅଞ୍ଚଳ ବର୍ତ୍ତମାନ ସମସ୍ୟା ଘେରରେ ଜର୍ଜରିତ ରହିଅଛି। ବିଶେଷ କରି ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଦୁଃଖ କହିଲେ ନସରେ ସ୍ଥାନୀୟ ଜନପ୍ରତିନିଧି ଙ୍କ ଇଛା ଶକ୍ତିର ଅଭାବ ଥିବାଭଳି ଜଣାପଡୁଛି। ଯାହାକି ଦୀର୍ଘ ଦିନରୁ ଗମନାଗମନ ପ୍ରତି ଧ୍ଯାନ ଦେଇପାରିଲେ ନାହିଁ।ଜଳବନ୍ଦୀ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଗମନାଗମନର ସୁବ୍ଯବସ୍ଥା ପାଇଁ ଅନେକ ଥର ନେତା ପ୍ରଶାସନ ପାଖରେ ଗମନାଗମନର ସ୍ଥାୟୀ ବ୍ଯବସ୍ଥା ପାଇଁ ଜଣାଇ ଆସୁଥିଲେ ହେଲେ ବହୁ ବିଳମ୍ବରେ ଏହାକୁ ଦୃଷ୍ଟିରେ ରଖି ରାଜ୍ଯ ସରକାରଙ୍କ ସହଯୋଗରେ ପୋଡାପଦର ଗ୍ରାମପଞ୍ଚାୟତ କୁ ସଂଯୋଗ କରିବା ପାଇଁ ଡି.ଚେପଟା ଘାଟ ଓ ତେନ୍ତୁଳି ପଦର ମଧ୍ଯ ଭାଗରେ ଥିବା ଗୋଲାଗାଡ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ କାର୍ଯ୍ଯ ଆରମ୍ଭ ହୋଇଥିଲା। କିନ୍ତୁ ଏହି ସେତୁର କାର୍ଯ୍ଯକାରୀ ଅବଧି ସମୟ ଶେଷ ହୋଇ ଯାଇଛି ତଥାପି ସେତୁ ନିର୍ମାଣ କାର୍ଯ୍ଯ ଶେଷ ହୋଇପାରିଲା ନାହିଁ। ଏପରିପ୍ରକ୍ଷୀରେ ସାଂସଦ ପଣ୍ତା ଇନ୍ଦ୍ରାବତୀ ଜଳ ଭଣ୍ତାର ଜଳବନ୍ଦୀ ଅଞ୍ଚଳ ଘୁଟ୍ରୃଖାଲଠାରୁ ତଳନାଗୀ ର ଲୁଦକୁଡି ପର୍ଯ୍ଯନ୍ତ ଏକ ସୁଉଚ୍ଚ ପୋଲ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ସେହିପରି କଲମପୁର- ଥୁଆମୂଳ ରାମପୁର ରାୟଗଡା ଜିଲ୍ଲା ସହିତ ସଂଯୋଗୀକରଣ ଓ ତଳଝାପି ଗ୍ରାମପଞ୍ଚାୟତ ନିକେସଜୋର, ମସ୍କାଗୁଡା,ଲାଞ୍ଜିଗଡ, ରାଣୀପଦର ତଳଝାପି କୁ ଇନ୍ଦ୍ରାବତୀ ନଦୀ ବାଧକ ସାଜିଛି ଏହି ଅଞ୍ଚଳ କୁ ସିଧାସଳଖ ଥୁଆମୂଳ ରାମପୁର ସହ ସଂଯୋଗ କରିବା ପାଇଁ ଏକ ପୋଲ ନିର୍ମାଣ, ଗୁଣପୁର ଗ୍ରାମପଞ୍ଚାୟତ ହାଡଖୁର୍ସି ଗ୍ରାମ ଗୁଣପୁର ମଧ୍ଯସ୍ଥଳରେ ପ୍ରଭାହିତ ନାଗାବଳୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ରଖିଛନ୍ତି। ଏହି ସବୁ ପ୍ରସ୍ତାବକୁ ଯଦି କେନ୍ଦ୍ର ଅନୁମୋଦନ କରି କାର୍ଯ୍ଯକାରୀ କରିବେ ତେବେ ଅଞ୍ଚଳରେ ଗମନାଗମନ ସୁବିଧା ମିଳିପାରିବ ବୋଲି ବିଭିନ୍ନ ମହଲରେ ଆଲୋଚନା ର ବିଷୟ ପାଲଟିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ୱାଇଏମଏଫଆଇ ପକ୍ଷରୁ ସଙ୍ଗୀତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସରୋଜ କୁମାର ଟୋଲଟିଆ ଙ୍କ କବିତା ଅର୍ନଦାତା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବିଲାତି କୁକୁର ଚାଷ

Sunil Chandra Nayak

Leave a Comment

error: Content is protected !!