ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ କଂଗ୍ରେସ ତରଫରୁ ତହସିଲ କାର୍ଯ୍ୟାଳୟ ଘେରାଉ ଓ ଦାବିପତ୍ର ପ୍ରଦାନ

ଗୋଲାମୁଣ୍ଡା ତା୦୬/୦୬(ମସିହା) କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସାଉଲ ମଙ୍ଗରାଜ ଙ୍କ ନେତୃତ୍ବରେ ଏକ ସୋଭା ଯାତ୍ରା ରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଶତାଧିକ କଂଗ୍ରେସ କର୍ମୀ ଏବଂ ହଜାର ହଜାର ଚାଷୀ ଫସଲ ବୀମା,ଭୁମିହିନଙ୍କୁ ଜମି ପଟ୍ଟା ଓ ମରୁଡି ପେକେଜରୁ ବଞ୍ଚିତ ହୋଇଥିବା ଆଦି ଦାବି ନେଇ ଆଜି ଗୋଲାମୁଣ୍ଡା ଠାକୁରାଣୀ ମନ୍ଦିର ଠାରୁ ଶୋଭା ଯାତ୍ରା ବାହାରି ଗୋଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ବୈଠକ ବସି ଅନେକ ସମସ୍ୟା ଉପରେ ଅଲୋଚନ କରି ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଗୋଲାମୁଣ୍ଡା ବ୍ଲକ ଏକ ମରୁଡି ପ୍ରପିଡିତ ବ୍ଳକ ବୋଲି ବେଶ ଜଣାଶୁଣା । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ୨୮ ଗୋଟି ଗ୍ରାମ ପଞ୍ଚାୟତ ସଂପୁର୍ଣ୍ଣ ମରୁଡ଼ିରେ ପ୍ରଭାବିତ ହୋଇଅଛି । ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଖରିଫ ଋତୁର ସଫଳ ବିମା କରାଯାଇ ଥିଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀ ମାନଙ୍କ ବ୍ୟାଙ୍କ୍ ଖାତାରେ ଫସଲ ବିମା ଟଙ୍କା ନପଡିବା ଦୁର୍ଭାଗ୍ୟ ଜନକ ବୋଲି ଯୁବ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସାଉଲ ମଙ୍ଗରାଜ ପ୍ରକାଶ କରିଥିଲେ ।

 ଆଦିବାସୀ ମାନଙ୍କୁ ସରକାରଙ୍କ ଦ୍ଵାରା ପ୍ରଦାନ ହୋଇଥିବା ଜଙ୍ଗଲ ଜମି ପଟ୍ଟା ଭୁଲେକ ରେ ସ୍ଥାନିତ ନହେବାରୁ ସରକାର ଙ୍କୁ ଦୃଢ଼ ନିନ୍ଦା କରିବା ସହ ପ୍ରଶାସକଙ୍କୁ ତାଗିତ କରି କହିଥିଲେ ଯଥା ଶିଘ୍ର ଜଙ୍ଗଲ ଜମି ପଟ୍ଟାକୁ ଅନୁମତି ପ୍ରଦାନ କରି ଭୂମିହୀନ ମାନଙ୍କୁ ୪ ଡିସିମିଲ ପଟ୍ଟା ପ୍ରଦାନ କରିବା ପାଇଁ ଦାବି କରିଥିଲେ ।ବୈଜଲପୁର ଓ ଖଲିଆକାନି ମଝିରେ ବେଆଇନ କ୍ରସରକୁ ବିରୋଧ କରି ପ୍ରଶାସନ ଉପରେ ବର୍ଷିଥିଲେ ଓ କିଭଲି କ୍ରସର ପାଇଁ ବୈଜଲପୁର ଅଞ୍ଚଳର ଚାଷୀ ମାନଙ୍କ ସହିତ ଆବାଲ ବୃଦ୍ଧ ବନିତାଙ୍କ ଜିବନ ଜିବିକାରେ ପ୍ରଭାବ ପଡିଛି ବୋଲି ପ୍ରକାଶ କରି ତୁରନ୍ତ ବେଆଇନ କ୍ରସରକୁ ବନ୍ଦ କରିବା ପାଇଁ ଯୁବ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସାଉଲ ମଙ୍ଗରାଜ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ

Related posts

ଗିଦିଘାଟୀ ଏବଂ ହେଁସଡା ଠାରେ ସାନ୍ତଳୀ ହୁଲ ମାହା (କ୍ରାନ୍ତି ଦିବସ) ପାଳିତ

Sunil Chandra Nayak

ଜିଲ୍ଲାପାଳ ଙ୍କୁ ସୀମାନ୍ତବର୍ତ୍ତୀ ସମସ୍ୟା ନେଇ ଭେଟିଲା ଉତ୍କଳ ସମ୍ମିଳନୀ

Sunil Chandra Nayak

ଫରଙ୍ଗ ପଲ୍ଲୀ ବିକାଶର ସାଂଗଠନିକ ସଭା

Sunil Chandra Nayak

Leave a Comment

error: Content is protected !!