ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଡଃ ସରିତା ମଲ୍ଲ ସମ୍ବର୍ଦ୍ଧିତ

ରାଉରକେଲା/ ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ତରଫରୁ ରେଲୱେ କଲୋନୀ ନିକଟସ୍ଥ ଶାନ୍ତି ଭବନ ଠାରେ ଅଧ୍ୟାପିକା ଡଃ ସରିତା ମଲ୍ଲ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି। ଷ୍ଟିଲ ସିଟିର ଉପଦେଷ୍ଟା ରୋଟାରୀଆନ ଡଃ ଅଞ୍ଜନା ମୈତ୍ର ସିହ୍ନାଙ୍କ ଆବାହକତ୍ବ ଓ ସଭାପତି ରୋଟାରୀଆନ ଅର୍ଚ୍ଚନା ମହାନ୍ତି ଙ୍କ ସଭପତିତ୍ବ ଓ ସାଧାରଣ ସଂପାଦକ ପିଉ ଗୁହାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ହମିରପୁର ସ୍ଥିତ କଲ୍ୟାଣୀ ରାୟ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡଃ ସରିତା ମଲ୍ଲ ଙ୍କୁ ତାଙ୍କ ଡକ୍ଟରେଟ ଉପାଧି ପାଇଥିବା ଯୋଗୁଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ନୂଆଦିଲ୍ଲୀସ୍ଥିତ ସର୍ବପଲ୍ଲୀ ରାଧାକ୍ରିଷ୍ନନ ଟିଚର ଆସୋସିଏସନ୍ ତରଫରୁ ଡଃ ମଲ୍ଲ ଙ୍କ ନାମକୁ ସୁପାରିଶ କରାଯାଇଥିଲା। ଡଃ ମଲ୍ଲ ଙ୍କ ସମାଜସେବା, ଶିକ୍ଷା ପ୍ରତି ଅବଦାନ ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଆମେରିକାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଡକ୍ଟରେଟ ଉପାଧି ପ୍ରଦାନ କରିଥିଲେ। ଜନଶିକ୍ଷଣ ସଂସ୍ଥାନ ମାଧ୍ୟମରେ ବହୁତ ଗୁଡିଏ ସଚେତନତା କାର୍ଯ୍ୟକ୍ରମ କରି ସାଧାରଣରେ ପ୍ରଶଂସା ଭାଜନ ହୋଇପାରିଛନ୍ତି। ସେହିପରି ଡଃ ମଲ୍ଲ ୨୦୦୯ରୁ ୨୦୧୧ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା ବିଭାଗ ସିଲାବଶ କମିଟିର ସଦସ୍ୟ ଭାବେ ସେ ନିଜର ସ୍ବକୀୟ ପ୍ରତିଭା ର ପରିଚୟ ପ୍ରଦାନ କରିଛନ୍ତି। ଡଃ ମଲ୍ଲ ଡକ୍ଟରେଟ ପାଇବା ପରେ ଶାନ୍ତି ଭବନ ଠାରେ ଅନ୍ତେବାସୀଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ ସହ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରୋଟାରୀଆନ ନୀଲମ ରତ୍ନାକର, ଟୁନି ଦେବୀ ସାହୁ, ଅସ୍ମିତା ମହାନ୍ତି, ବୀଣାପାଣି ରଥ, କଲ୍ୟାଣୀ ରାୟ ମହାବିଦ୍ୟାଳୟ ର ଅଧ୍ୟାପିକା ପ୍ରଣତୀ ଅଧିକାରୀ, ଅଧ୍ୟାପିକା ସୁଜାତା କିଣ୍ଡୋ, ଭାଗ୍ୟଶ୍ରୀ ବାରିକ, ଆୟୁସ୍ମିତା ସାହୁ, ରାଧାନାଥ ବିଶ୍ବାଳ, ସଂଜୀବ ପଣ୍ଡା, ଡାକ୍ତର ଗୋପାଳ ଚନ୍ଦ୍ର ରାୟ,ବିଜୟ ରାୟ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ଯ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଡଃ ମଲ୍ଲ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ରାଉଲକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ରାଉରକେଲା – ସାହିତ୍ୟଘର ସହରର ଚରିତ୍ର ସହ ସଂପର୍କର ସେତୁ …..

ପାଞ୍ଚଟି ନଳକୂପରୁ ଥାଇ ମଧ୍ୟ ଉପଯୋଗୀ ନୁହେଁ , ତେଲନଦୀ ବାଲି  ଚୁଆଁ ଉପରେ ନିର୍ଭର ପଣ୍ଡକୁଳ ବାସୀ

ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଜଳ ସଙ୍କଟ, ସ୍ଥିତି ନସୁଧାରିଲେ ଆଗକୁ ମରୁଡ଼ିର ପଦଧ୍ୱନି

Sunil Chandra Nayak

Leave a Comment

error: Content is protected !!