ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡିଗ୍ରୀ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଏଡସ ସଚେତନତା ଦିବସ ପାଳନ

କୋକସରା,୨/୧୨-ବିଶ୍ୱ ଏଡସ ଦିବସ ଅବସରରେ ଲୋକଙ୍କୁ ଏଡସ ରୋଗର ନିରାକରଣ ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ କୋକସରା ଡିଗ୍ରୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୟୁଥ ରେଡ଼କ୍ରସ ଓ ଏନଏସଏସ ମିଳିତ ଆନୁକୂଲ୍ୟରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଉଭୟ କଲେଜର ଛାତ୍ରଛାତ୍ରୀ ମାନେ ଏଡସ ମୁକ୍ତ ଭାରତ ପାଇଁ ସଚେତନତା ବାର୍ତ୍ତା ନେଇ କୋକସରା ସହର ପରିକ୍ରମା କରି ଏଡସ ରୋଗ ନିରାକରଣ ଉପରେ ଲୋକଙ୍କୁ ସଚେତନ କରିଛନ୍ତି। ପରେ ଏଡସ ସଚେତନତାକୁ ନେଇ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଗୁଣାକାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କୋକସରା ତହସିଲଦାର ଦେବବ୍ରତ କରାଟି, ଡ଼. ଅନୀଲ ମେହେର ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ଏନଏସଏସ ସଂଯୋଜକ ଅଇରୀ ନାସନ ଚିନ୍ଦା, ଅଧ୍ୟାପକ ଜଗନ ଚନ୍ଦାନି, ପୁଷ୍ପରାଜ ମେହେର ମଞ୍ଚାସିନ ରହିଥିଲେ। ୟୁଥ ରେଡ଼କ୍ରସ ପରାମର୍ଶ ଦାତା ଅଧ୍ୟାପକ ସୁବ୍ରତ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଉପେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଡ଼. ପ୍ରଭାତ କୁମାର ଶୁକ୍ଳା, ଦେବେନ୍ଦ୍ର ମେହେର, ଜୟରାମ ସୁନାନୀ, ପବିତ୍ର କେତକି ଉପସ୍ଥିତ ରହି ଏଡସ ଆଲୋଚନା ଚକ୍ରରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୟୁଥ ରେଡ଼ କ୍ରସ ପରାମର୍ଶ ଦାତା ସଂଜୟ କୁମାର ପୁରୋହିତ ଙ୍କ ପରିଚାଳନାରେ ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ରେଡ଼ ରିବନ କ୍ଲବ ପକ୍ଷରୁ ସଚେତନତା ଅଭିଯାନ କରା ଯାଇଥିଲା। ମୁଖ୍ୟ ଅତିଥି ଭାବେ ଡ଼. ରଜତ ସୌମ୍ୟ ଅନୁରାଗ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ଉପସ୍ଥିତ ରହି ଏଡସ ନିରାକରଣ ଉପରେ ପରାମର୍ଶ ଦେଇଥିଲେ। ଏହି ଅବସରରେ ବକୃତା, ରଚନା, ଚିତ୍ରଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ସହ ପୁରସ୍କୃତ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ରାଜପଥ ରକ୍ଷଣାବେକ୍ଷଣ: ଓଡ଼ିଶାକୁ ମିଳିଲା ଆଉ ୧.୪୮ କୋଟି

Sunil Chandra Nayak

ସାହିତ୍ୟ ଜୀବନ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

Sunil Chandra Nayak

ନିର୍ବାଚିତ ହେଲେ ଶାଳିଆ ଜଳସେଚନ ପ୍ରକଳ୍ପର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!