ରାଉରକେଲା/ କଲୁଙ୍ଗା ସ୍ଥିତ ଆରଆଇଟି ରେ ବିଶ୍ବ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ରଶ୍ମିତା ଟେଟେ ଙ୍କ ଅଧ୍ୟକ୍ଷତା ଓ ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାଠିକଟା ସ୍ବାସ୍ଥ୍ୟ ସେବା କେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ସସ୍ମିତା ବେହେରା ମୁଖ୍ୟଅତିଥି ଓ ଏମସିଏ/ ଏମବିଏ ବିଭାଗର ନିର୍ଦ୍ଦେଶକ ଡଃ ଶିଶିର କୁମାର ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଡ୍ସ ଦିବସ ପାଳନର ଆବଶ୍ୟକତା, ଏଥି ନିମନ୍ତେ ସଚେତନତା ଆଦି ଉପରେ ଗୁରୁତ୍ବାରୋପ କରିଥିଲେ । ମୁଖ୍ୟଅତିଥି ଡାକ୍ତର ବେହେରା ଏଡ୍ସ ହେବାର କାରଣ ଓ ନିରାକରଣ ସଂପର୍କରେ ଆଲୋଚନା କରିବା ସହ ଏଥିରୁ କିପରି ନିସ୍ତାର ମିଳିବ ସେ ସଂପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଡଃ ଚୌଧୁରୀ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ସହ ବିଭିନ୍ନ ଉଦାହରଣ ଦେଇ ଛାତ୍ରମାନଙ୍କୁ ସଚେତନ କରାଇଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷତା କରୁଥିବା ସୁଶ୍ରୀ ଟେଟେ ସ୍ବାଗତ ଅଭିଭାଷଣ ରଖିବା ସହ ଏଭଳି ଆଲୋଚନା ଚକ୍ର ମାଧ୍ୟମରେ ସମାଜର ଲାଭ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ଛାତ୍ର ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟଅତିଥି ଡାକ୍ତର ବେହେରା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପାଧ୍ୟକ୍ଷ ପ୍ରଭଞ୍ଜନ ବେହେରା, ସଂପାଦକ ପଦ୍ମଲୋଚନ ପଟେଲ, ଫେଲିକ୍ସ ଖେସ, ଜଗନ୍ନାଥ ରଥ , ସୂର୍ଯ୍ୟ ପରିଡା,ଶଙ୍କର ପ୍ରଧାନ, ଦେବେନ୍ଦ୍ର ବେହେରା, ନୀଳକଣ୍ଠ ପ୍ରଧାନ,ଅମୂଲ୍ୟ ଚୌଧୁରୀ, ସଞ୍ଜୁ କିଶାନ, ଉମଙ୍ଗ ପ୍ରଧାନ,କୁଆର ମିଞ୍ଜ,ରଶ୍ମିରଂଜନ ମହନ୍ତ, ଅଭିଷେକ ହରୋ,ଲଳିତ ରଜାକ, ବଟକୃଷ୍ଣ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସଂଯୋଜକ ଶ୍ରୀ ରାଉତ ଅତିଥିଙ୍କ ପରିଚୟ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
previous post