ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଣ୍ଡମୁକ୍ତ ଅଂଚଳ ରେ ଛାତ୍ର ଙ୍କୁ ଦଣ୍ଡ ଥାନା ରେ ଏତଲା

ଚନ୍ଦାହାଣ୍ଡି – ରାଜ୍ୟ ସରକାର ଗୋଟିଏ ପଟେ ଛାତ୍ରୀ ଛାତ୍ର ଙ୍କୁ ଦଣ୍ଡମୁକ୍ତ ଶିକ୍ଷା କହି ଚାରି ଆଡ଼େ ଡିଣ୍ଡିମ ପିଟୁ ଥିବା ବେଳେ , ଗୋଟିଏ ପଟେ ଛାତ୍ରୀ ଛାତ୍ର ଙ୍କ ପାଠ ପଢା ରେ ବ୍ୟାଘାତ ଦେଖା ଦେଉଥିବା କହି , ବିଦ୍ୟାଳୟ ପରିସର କୁ ଗାଣମାଧ୍ୟମ ପ୍ରତିନିଧି ଙ୍କୁ ବlରଣ କରାଯାଉଥିବା ବେଳେ ବାସ୍ତବ ରେ ଏହାର ଚିତ୍ର ଓଲଟା ଦେଖିବାକୁ ମିଳୁଛି l ଏହି ଯେପରି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟ ଠାରେ l ବିଦ୍ୟାଳୟ ର ଉମେଶ ସୁନାନୀ ନାମକ ଜଣେ ସହକାରୀ ଶିକ୍ଷକ ଙ୍କ ମାଡ଼ ରେ 7 ମ ଶ୍ରେଣୀ ର ଜଣେ ଛାତ୍ର ଆହତ ହେବାରୁ ଛାତ୍ର ଜଣକ ର ବାପା ଚନ୍ଦାହାଣ୍ଡି ଥାନା ରେ ଶିକ୍ଷକ ନାମରେ ଏତଲା ଦେବା ଘଟଣା ଏଠାରେ ଏକ ଆଲୋଚ୍ୟ ବିଷୟ ପାଲଟି ଯାଇଛି l ଘଟଣା ଟିକୁ ବିଭିନ୍ନ ମହଲ ରେ ନିନ୍ଦା କରାଯାଇଛି ଏଦିଗରେ ଜିଲ୍ଲା ମଙ୍ଗଳ ଅଧିକାରୀ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l

ସୂଚନା ମୁତାବିକ ହଳଦୀ ଗ୍ରାମର ତ୍ରିଲୋଚନ ବାଘ (45) ଙ୍କ ପୁଅ ଆଦିତ୍ୟ ବାଘ (13) ଧୋଡ଼ିପାଣି କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟ ର ଅନ୍ତେବାସ ରେ ରହି 7ମ ଶ୍ରେଣୀ ରେ ପାଠ ପଢୁଛି l ଗତ 11/7/2022 ତାରିଖ ରାତି 9 ଟା ସମୟ ରେ ଆଦିତ୍ୟ ତାର ସହପାଠୀ କ୍ଷୀରସିନ୍ଧୁ ମାଝି ଙ୍କ ରୁମ କୁ ଯାଇଥିବା ସମୟରେ ସେଠାରେ ଥିବା ଅର୍ଜୁନ ଗଣ୍ଡ ନାମକ ଅନ୍ୟଜଣେ ସହପାଠୀ ସହ ମା୍ଡଗୋଳ ହେବାରୁ ବିଦ୍ୟାଳୟ ପରିସର ରେ ରହୁଥିବା ସହକାରୀ ଶିକ୍ଷକ ଉମେଶ ସୁନାନୀ ଙ୍କୁ ଛାତ୍ରମାନେ ଅଭିଯୋଗ କରିବା ପରେ ଶିକ୍ଷକ ଶ୍ରୀ ସୁନାନୀ ଛାତ୍ରମାନଙ୍କୁ ବୁଝା ସୁଝା କରିବା ବଦଳ ରେ ଏକ ପ୍ଲାଷ୍ଟିକ ପାଇପ ରେ ଛାତ୍ର ଙ୍କୁ ନିର୍ଧୁମ ପ୍ରହାର କରିବା ସହ ଅସଭ୍ୟ ଭାଷା ରେ ଗାଳିଗୁଲଜ କରି ଥିଲେ l ଶିକ୍ଷକ ଙ୍କ ମାଡ଼ରେ ଛାତ୍ର ର ହାତ ଉଠୁ ନ ଥିବା ତାଙ୍କ ଏତଲା ରେ ଦର୍ଶାଇ ଛନ୍ତି l ଛାତ୍ର ଜଣକ ବାପା ମାଙ୍କୁ ଘଟଣା ସମର୍କ ରେ ଜଣାଇବା ରୁ ବାପା ତ୍ରିଲୋଚନ ବାଘ ଏବଂ ମା ହେମଳତା ବିଦ୍ୟଳୟ କୁ ଯିବାରୁ ଶିକ୍ଷକ ମାନେ ଏହାର କୌଣସି ସମାଧାନ କରି ନ ଥିବା ସେମାନେ ପ୍ରକାଶ କରିଛନ୍ତି l ଏହା ପରେ ଅନ୍ୟ ଉପାୟ ନ ପାଇ ଛାତ୍ର ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଚନ୍ଦାହାଣ୍ଡି ବି ଡି ଓ ଧର୍ମରାଜ ମାଝି ଙ୍କୁ ଗୁହାରି କରିବା ସହ ଚନ୍ଦାହାଣ୍ଡି ଥାନା ରେ ଏକ ଲିଖିତ ଅଭିଯୋଗ ଦେବା ପରେ ଥାନାଅଧିକାରୀ ପ୍ରମାନନ୍ଧ ସୁନାନୀ ଉଭୟ ପକ୍ଷ ଙ୍କୁ ଥାନା କୁ ଡକାଇ ଘଟଣା ର ତଦନ୍ତ କରିଥିଲେ l ଏବାବଦ ରେ ସମ୍ପୃକ୍ତ ଶିକ୍ଷକ ଉମେଶ ସୁନାନୀ ଙ୍କୁ ପଚାରି ବାରୁ ସେ ଛାତ୍ର ଙ୍କୁ ପ୍ଲାଷ୍ଟିକ ପାଇପ ରେ ପିଟିଥିବା ଘଟଣା କୁ ଅସ୍ବୀକାର କରିଥିବା ସହ କେବଳ ଦୁଇ ଚାପୁଡ଼ା ଦେଇ ଥିବା ପ୍ରକାଶ କରି ଥିଲେ l ଏ ସମର୍କ ରେ ଚନ୍ଧାହାଣ୍ଡି ମଙ୍ଗଳ ଅଧିକାରୀ ଜଗମୋହନ ମାଝି ଙ୍କୁ ପଚାରିବାରୁ ସେ ଜିଲ୍ଲାମଙ୍ଗଳ ଅଧିକାରୀ ଙ୍କୁ ଘଟଣା ର ଅବଗତ କରାଇ ଥିବା ସେ ପ୍ରକାଶ କରିବା ସହ ବିଭାଗୀୟ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି l ଗୋଟିଏ ପଟେ ଗରୀବ ଆଦିବାସୀ, ହରିଜନ ବାପା ମା ନିଜ ଛୁଆ ର ଭବିଷ୍ୟତ ଗଠନ ପାଇଁ  ପିଲାଙ୍କୁ ଶିକ୍ଷକ ଭରସା ରେ ଛାଡୁ ଥିବା ବେଳେ ଏ ପଟେ ଶିକ୍ଷକ ମାଡ଼ ରେ ଛାତ୍ର ଆହତ ଘଟଣା କୁ ବିଭିନ୍ନ ମହଲ ରେ ନିନ୍ଧା କରହିବା ସହ ଏହାର ଉଚ୍ଚ ସ୍ଥରୀୟ ତଦନ୍ତ ଦାବୀ କରିଛନ୍ତି l ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ମିନତି ଦାଶ ଙ୍କ କବିତା ପାର୍ବଣେ ବନଦୁର୍ଗା

Sunil Chandra Nayak

ଜଳିଗଲା ଆଳୁ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

Sunil Chandra Nayak

ଟ୍ୟାଙ୍କର ପିଟିଲା ବାଈକ କୁ ଦୁଇ ଗୁରୁତର ଆହତ

Sunil Chandra Nayak

Leave a Comment

error: Content is protected !!