ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ୍ ଆଦମୀ ପାର୍ଟି ର କାର୍ଯ୍ୟକାରିଣୀ ବୈଠକ

ଭବାନୀ ପାଟଣା -:   ପଞ୍ଜାବ ନିର୍ବାଚନ ରେ ସଫଳତା ପରେ ଆମ ଆଦମୀ ପାର୍ଟି ଏବେ ଓଡ଼ିଶାରେ ତାର ସଂଗଠନ କୁ ତୃଣ ମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଜୋର୍ ସୋର ଉଦ୍ୟମ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ରେ ମଧ୍ୟ ଗୁରୁତ୍ୱ ଦେଉଛି , ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ରେ ରିହାତି ଦାବି କୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଦସ୍ତଖତ ଅଭିଯାନକୁ ତ୍ୱରିନିତ କରିବା , ଜୋନ୍ ଓ ୱାର୍ଡ ସ୍ତର ରେ ସଂଗଠନ କୁ ମଜବୁତ୍ କରିବା ଭଳି ଅନେକ କାର୍ଯ୍ୟକ୍ରମ କୁ ଅଗ୍ରାଧିକାର ଦେବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ କୃତିବାସ ମୁଣ୍ଡ ଙ୍କ ନେତୃତ୍ୱରେ  କେସିଙ୍ଗା ବ୍ଲକ  କାଣ୍ଡେଲ ଠାରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଶ୍ରୀ ବିଘ୍ନ ରାଜ ପଣ୍ଡା, ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ମମତା ନାୟକ, ଜିଲ୍ଲା ଉପଦେଷ୍ଟା କୃପାସିନ୍ଧୁ ନାୟକ, ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ଭୋଦେବ ବେହେରା, ଜୟପାଟଣା ବ୍ଲକ ସଭାପତି ଶ୍ରୀ ପ୍ରସନ୍ନ ସାହୁ, ଜୟପାଟଣା ବ୍ଲକ ଯୁବ ମୋର୍ଚ୍ଚା ସଭାପତି ଇଶ୍ମାଇଲ ବାଗ, ଉପସଭାପତି ବିକାସ ସାହୁ ଯୋଗ ଦେଇଥିଲେ। ୫୩ ଜଣ ପଦାଧିକାରୀ ଙ୍କ ଯୋଗଦାନ କରିଥିଲେ ।

ଭବାନିପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ

 

Related posts

ସାହିତ୍ୟ ଅଗଣା

Sunil Chandra Nayak

ମାନଝରୀ ଠାରେ ସଡ଼କ ଦୁର୍ଘଟଣା, ବାଇକ ଚାଳକ ଗୁରୁତର

Sunil Chandra Nayak

ଧର୍ମଗଡ ରେ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!