ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କମୁନିଷ୍ଟ ପାର୍ଟି ର ଷଷ୍ଠ ଜିଲ୍ଲା ସମ୍ମିଳନୀ

ଜୁନାଗଡ଼,୨୭/୮(ମ ନି ସ) ଜୁନାଗଡ ସହର ର ସାସ୍କୃତି ଭବନ ଠାରେ ଭାରତୀୟ କମୁନିଷ୍ଟ ପାର୍ଟି ର ୬ଷ୍ଠ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ପ୍ରତିନିଧି ମାନେ ଏକ ଶୋଭାଯାତ୍ରା ରେ ସହର ପରିକ୍ରମା କରି ସାସ୍କୃତି ଭବନ ରେ ପହଂଚି ଥିଲେ ।ପୂର୍ବତନ ଜିଲ୍ଲା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ଦ୍ଵାରା ପତାକା ଉତ୍ତୋଳନ କରିବାପରେ ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ଦାମୋଦର ବେହେରା ଙ୍କ ଦ୍ଵାରା ଏହି ସମ୍ମିଳନୀ ଉଦ୍ଘାଟନ ହୋଇଥିଲା l ଏହା ପରେ ଦଳୀୟ ରିପୋର୍ଟ ଉପସ୍ଥାପନ କରାଯାଇ ୧୭ ଜଣିଆ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚିତ କରଯାଇଥିଲା l ଏଥିରେ ସମ୍ପାଦକ ଭାବେ ଅକ୍ଷୟ କୁମାର ମେହେର୍ ସହ ସମ୍ପାଦକ ସୁରେନ୍ଦ୍ର ମାଝୀ, ସଞ୍ଜୟ ସୁନାନୀ, ଜଗଦୀଶ ଦୂର୍ଗା ରହିଥିବା ବେଳେ ଅନ୍ୟ ମାନଙ୍କ୍ ମଧ୍ୟ ରେ ସୁଶାନ୍ତ ଜାଲ, ସୁରେଶ୍ ମାଝୀ, ଦାମୋଦର ବେହେରା, ଆଗଷ୍ଟ ନାଏକ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ରାଜା ରାମ ଡଙ୍ଗରି, ଟିଲି ବାଗ, ରାଣୀ ମତି ଛତ୍ରିଆ, ବିନତା ମାଝୀ ପ୍ରମୁଖ ରହିଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା “ଗୋବିନ୍ଦ “

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ପଞ୍ଚମ ସ୍ବରୂପ  ମାତା ସ୍କନ୍ଦମାତା

Sunil Chandra Nayak

Leave a Comment

error: Content is protected !!