ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଣମାଧ୍ୟମ ନଜର ରେ ପୁଜାରୀଗୁଡ଼ା _ ହରଡ ଘଣା ରେ ଯୋଗାଣ ସହାୟକ

ତେନ୍ତୁଳିଖୁଣ୍ଟି-,୨୭//୦୮/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ପୁଜାରୀଗୁଡ଼ା ଗ୍ରାମ ପଞ୍ଚାୟତ ଠାରେ ମୃତ ଲୋକଙ୍କ ନାମରେ ରାସନ୍ କାର୍ଡ ରେ ଚାଉଳ ମାସେ ନୁହେଁ କି ବର୍ଷେ ନୁହେଁ ଉଠୁଛି ବର୍ଷ ବର୍ଷ ର ଚାଉଳ। ହିତାଧିକାରୀ ମୃତ କୁ ଚାଉଳ ସରକାରଙ୍କ କୋରନା ସହାୟତା ରାଶି ରେ ଜୀବିତ ଦର୍ଶାଇ ଚଲୁ କରିବା କୁ ନେଇ ପଞ୍ଚାୟତ ରେ ରାଜନୀତି ପାଣିପାଗ ସରଗରମ ହେବାରେ ଲାଗିଛି।ଯୁବଗୋଷ୍ଠୀ ତଦନ୍ତ କରି କିଛି ମୃତକ ଯେଉଁମାନଙ୍କ ନାମରେ ଚାଉଳ ଉଠିଛି ଯଥା ଶଶି ଜାନୀ କାର୍ଡ ନଂ ୨୩୦୯୧୪୧୦୦୦୪। ମୃତ୍ୟୁ ତାରିଖ ୬ଜୁଲାଇ ୨୦୨୧, ଭାନୁମତୀ ବିଷୋୟୀ କାର୍ଡ ନଂ ୨୩୦୯୧୪୧୦୫୪୯। ମୃତ୍ୟୁ ତାରିଖ ୧୯ଡିସେମ୍ବର ୨୦୧୯। ବୃନ୍ଦାବତତୀ ହରିଜନ୨୩୦୯୧୪୧୦୧୯୫, କୌଶଲ୍ୟା ଡମ୍ବ କାର୍ଡ ନଂ ୨୩୦୯୧୪୧୦୫୪୯ ଜନୈକ ମୃତକ ଙ୍କ ନାତି ଯୋଗାଣ ସହାୟକ ଙ୍କୁ ପଞ୍ଚାୟତ କୁ ଯାଇ ଯୋଗାଣ ସହାୟକ ଙ୍କୁ ପଚାରିବା ଓ ଵିପ୍ପଣୀ ନିରୀକ୍ଷକ ଙ୍କ ସହ ପୂଜାରିଗୁଡା ର ଯୁବଗୋଷ୍ଠୀ ମିଶି ଆଲୋଚନା ପରେ ମୃତକଙ୍କ ନାମରେ ଚାଉଳ ଓ ଟଙ୍କା ଉଠୁଥିବା ଲୋକଲୋଚନକୁ ଆସିଲା। ଯୁବଗୋଷ୍ଟି ପଞ୍ଚାୟତ ରେ ଆଉ କେତେ କାର୍ଡ ଏଭଳି ଚାଲିଥିବ ବୋଲି ସନ୍ଦେହ କରି ସବୁ ତନ ତନ କରି ତର୍ଜମା କରିବା ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳିି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି।ଖୋଦ୍ ବ୍ଲକ ବିପ୍ପଣୀ ନିରୀକ୍ଷକ ସେ ବ୍ଲକ୍ ଆସିବା ପରେ କେତେ ମୃତ ହୋଇଛି ତାହାର ସଂପୂର୍ଣ୍ଣ ତାଲିକା ମାଗିଥିଲେ।ଏହାର ତାଲିକା ଆସିନଥିବା ସେ ସତ ସତ ମାନିଯାଇଥିଲେ ।ସୂଚନା ଥାଉକି ବ୍ଲକ୍ ରେ ଅଁଳାଭଟା ଗ୍ରାମ ପଞ୍ଚାୟତ ଚାଉଳ ଦୁର୍ନୀତି ର ଟେର ପ୍ରଶାସନ ଓ ଭିଜିଲାନ୍ସ ଏ ପର୍ଯ୍ୟନ୍ତ ପାଇ ନଥିବା ବେଳେ ବର୍ତ୍ତମାନ ଭୁତ ନେଉଛି ଚାଉଳ ରୋଚକ ଓ ମୁଣ୍ଡବଥା ର କାରଣ ସାଜିଛି ପ୍ରଶାସନ ପାଇଁ।ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଜାରିଗୁଡ଼ା ବରିଷ୍ଠ ନାଗରିକ ମାନଙ୍କୁ ନେଇ ଆଜି ଏକ ବୈଠକ ବସିଥିଲା। ଏଥିରେ ସରପଞ୍ଚଙ୍କୂ ବରିଷ୍ଠ ନାଗରିକ ମାନେ କଣ ପଦକ୍ଷେପ ନେଇଛ ବୋଲି ପଚାରିଥିଲେ। ସରପଞ୍ଚ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିସ୍ କରିବା ସହିତ ରିକୋଭରି ପାଇଁ ବ୍ଲକ୍ ଅଫିସ୍ କୁ ଅବଗତ କରୁଥିବା ସୂଚନା ଦେଇଥିଲେ। ଏହି ବୈଠକରେ ନବୀନ କର୍କରା, ସୁନିଲ ସିଂ, ସୁବାସ କର୍କରା, ଗଣେଶ ବାଘ,ବୁଲୁ ସୁନା, ବନମାଳି ଜାନୀ, ଚଇତୁ ଜାନୀ,ସମେତ ଶତାଧିକ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ।ଏ ସଂପର୍କ ରେ ପୁଜାରୀଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ସହିତ ଯୋଗାଯୋଗ କରିବାରୁ ଗ୍ରାମ ପଞ୍ଚାୟତ ରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ବୈଠକ ହୋଇଥିବା ସୂଚନା ଦେଇଥିଲେ।ଏଥିରେ ଯୋଗାଣ ସହାୟକ ବିଷୟ ରେ ଆଲୋଚନା କରିଥିବା କହିଛନ୍ତି। ଅନ୍ୟ ପକ୍ଷେ ପଞ୍ଚାୟତ ବାସି ତୁରନ୍ତ ଯୋଗାଣ ସହାୟକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜୁନାଗଡ଼ ବ୍ଲକ ସ୍ତରୀୟ ଆଶା ସଂଘ ଗଠିତ

Sunil Chandra Nayak

ବିଶାଗୁଡା ଅଙ୍ଗନବାଡ଼ି ଗୃହ ନିର୍ମାଣ ଶୀଘ୍ର ସାରିବାକୁ ବିଡ଼ିଓ ଙ୍କୁ ଗୁହାରି

Sunil Chandra Nayak

ଓଡ଼ିଶାରେ ସର୍ବାଧିକ ଜରାଶ୍ରମ – ଭାରତରେ ୫୩୪, ଓଡ଼ିଶାରେ ୮୫

Leave a Comment

error: Content is protected !!