ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ହରିହର ମିଶ୍ର ଙ୍କ ପରଲୋକ

ବିଶିଷ୍ଟ ଶିକ୍ଷାବିତ୍ ତଥା ଧର୍ମ ପରାୟଣ ବ୍ୟକ୍ତିତ୍ଵ ହରିହର ମିଶ୍ର(୮୧) ଙ୍କ ଆଜି ସନ୍ଧ୍ୟା ଘ ୫.୪୫ ମିନିଟ ସମୟରେ ହୃଦଘାତ ରେ ପରଲୋକ ହୋଇଯାଇଛି। ସ୍ୱର୍ଗତଃ ମିଶ୍ର ୧୯୬୫ ମସିହାରେ ପରମ ପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଠାରୁ ଦୀକ୍ଷା ଗ୍ରହଣ କରି ଗାୟତ୍ରୀ ପରିବାର ସେ ଜଣେ ସକ୍ରିୟ ସଦସ୍ୟ ଥିଲେ। ସ୍ୱର୍ଗତଃ ମିଶ୍ର ଧର୍ମଗଡ ହାଇସ୍କୁଲ ରେ ତାଙ୍କର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ୧୯୬୯ ମସିହାରୁ ୧୯୭୮ ପର୍ଯ୍ୟନ୍ତ ଗାୟତ୍ରୀ ତପୋଭୂମି ହରିଦ୍ଵାର ରେ ଅବସ୍ଥାନ କରି ଯୁଗ ନିର୍ମାଣ ମାସିକ ଧର୍ମୀୟ ପୁସ୍ତକ ର ସମ୍ପାଦକ କାର୍ଯ୍ୟ ତୁଲାଇ ଥିଲେ।୧୯୭୨ ମସିହାରେ ତିନିଖଣ୍ଡ ଗାୟତ୍ରି ମହାବିଜ୍ଞାନର ଓଡ଼ିଆ ଅନୁବାଦ ଓ ୧୯୯୫ ରୁ ୨୦୦୦ ମସିହାରେ ଚାରି ବେଦର ଆଠ ଖଣ୍ଡ ଓଡ଼ିଆ ଅନୁବାଦ ସହିତ ଏକ ଲକ୍ଷରୁ ଉର୍ଦ୍ଧ୍ବ ଘରେ ବେଦ ସ୍ଥାପନ କରାଇଥିଲେ।୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ଓଡ଼ିଆ ପ୍ରଜ୍ଞା ଅଭିଜାନର ଅନୁବାଦ,ସମ୍ପାଦନା, ମୁଦ୍ରଣ ଓ ପ୍ରକାଶନ କରିଥଲେ। ଏନେଇ ଅଖିଳ ବିଶ୍ଵ ଗାୟତ୍ରି ପାରିବାର ଓଡିଶା ପ୍ରାନ୍ତ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହାଛଡା ତାଙ୍କୁ ରମାନାଥ ମିଶ୍ର ଫାଉଣ୍ଡଡେସନ୍, ବଲାଙ୍ଗୀର ପକ୍ଷରୁ ୨୦୧୨ମସିହାରେ ଯୁଗବଶିଷ୍ଠ ସମ୍ମାନ ରେ ତାଙ୍କୁ ସମ୍ମାନୀତ କରାଯାଇଥିଲା। ହରିଦ୍ଵାରରୁ ଫେରିବା ପରେ ସେ ରାମକୃଷ୍ଣ ହାଇସ୍କୁଲ, ବ୍ରାହ୍ମଣ ଛେଣ୍ଡିଆ ରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ପ୍ରତାପ କିଶୋର ମୁଣ୍ଡ, ଶିକ୍ଷାବିତ୍ ଜନ୍ମେଜୟ ପାତ୍ର, ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର, ଗାୟତ୍ରି ପରିବାରର ବରିଷ୍ଠ ସଦସ୍ୟ ସୁରେଶ ଚନ୍ଦ୍ର ମୁଣ୍ଡ, ଧର୍ମଗଡ ବିଧାୟକ ମୌଶଧି ବାଗ, ପୁର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ,ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ହୃଷୀକେଶ ମିଶ୍ର, ବିରଞ୍ଚି ନାରାୟଣ ଜାଲ, ବୈଦ୍ୟନାଥ ବେହେରା ପ୍ରମୁଖ ଶୋକ ପ୍ରକାଶ କରି ସ୍ୱର୍ଗତଃ ମିଶ୍ର ଙ୍କ ର ଅମରଆତ୍ମା ର ସଦ୍ ଗତି କାମନା କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମାଗଣା ଯୋଜନା ବନ୍ଦ ହୋଇପାରେ ? ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ଉଠାଇଲେ ମାଗଣା ଯୋଜନା ଉପରେ ପ୍ରଶ୍ନ

Sunil Chandra Nayak

ମନ୍ଦିର ପରିଚାଳନା କମିଟି ସହ ନର୍ଲା ପୋଲିସର ବୈଠକ

Sunil Chandra Nayak

ଶ୍ରୀମାଙ୍କ ଜନ୍ମଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!