ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲା ର ଗର୍ବ ଓ ଗୌରବ, ଜିଲ୍ଲାର ପ୍ରଥମ କମ ବୟସ୍କ ଛାତ୍ରୀ ଅର୍ଚ୍ଚନା ତିୱାରୀ ଗଣିତ ବିଭାଗରେ ପିଏଚଡି ଲାଭ

ନୁଆପଡା ଜିଲା ଗର୍ବ ଓ ଗୌରବ, ଅର୍ଚ୍ଚନା ତିୱାରୀ, ଗଣିତ ବିଭାଗ ରୁ ପିଏଚ.ଡି.ଲାଭ, ଆନ୍ଦ୍ରପ୍ରଦେଶ ର ଅମରାବତୀ ଠାରେ ଅତିରିକ୍ତ ଅଧ୍ୟାପକ ରୂପେ କାର୍ଯ୍ୟରତ ଅଟନ୍ତି। ଖଡ଼ିଆଳ ନିବାସୀ ଆଇନଜୀବୀ, ନୋଟାରୀ ପବ୍ଲିକ ଦିନେଶ ତିୱାରୀ ଏବଂ ମାୟା ତିୱାରୀଙ୍କ କନ୍ୟା ଅର୍ଚ୍ଚନା ତିୱାରୀ, ଛାତ୍ରୀ ଜୀବନରୁ ନିଜର ଉଚ୍ଚ ଆକାଂକ୍ଷା ଥିବା ଜଣାପଡୁଥିଲା। ଖଡ଼ିଆଳ ପ୍ଲବିକ ସ୍କୁଲରେ ରେ ପ୍ରଥମ ରୁ ଦଶମ ଶ୍ରେଣୀ ଅଧ୍ୟୟନ କରିଥିଲେ। ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟରେ ଗଣିତ ରେ ସ୍ନାତ୍ତକ ଅଧ୍ୟୟନ କରି ଥିଲେ। ନିଟ, ଜାତୀୟ ଅନୁଷ୍ଠାନ ଅଫ ଟେକ୍ନୋଲୋଜି ରାଉଲକେଲା ରୁ ସ୍ନାତ୍ତକଉତ୍ତର ମାଷ୍ଟର ଡିଗ୍ରୀ ହାସଲ ପରେ ସେହି ଅନୁଷ୍ଠାନରେ ରିସର୍ଚ୍ଚ କରିଥିଲେ। ସେ ଅଗଷ୍ଟ ୨୫ ତାରିଖ ୨୦୨୨ ରେ ପିଏଚ ଡି ଲାଭ କରିଛନ୍ତି। ଏହି ସଫଳତା ପାଇଁ ନିଜର ପରିବାରଙ୍କୁ ଶ୍ରେୟ ଦେଉଥିବା ବେଳେ ତାଙ୍କ ଅକ୍ଲାନ୍ତ ପରିଶ୍ରମ ର ଫଳ ଅଟେ। “ସମ କଣ୍ଟ୍ରୋଲ ପ୍ରୋବ୍ଲମ ଅନ ଲେ ଗ୍ରୁପ ଏଣ୍ଡ ସେମିଟ୍ରିକ ସ୍ପେସ”  ବିଷୟରେ ରିସର୍ଚ୍ଚ କରି ସଫଳତା ହାସଲ କରିଛନ୍ତି। ନୂଆପଡା ଜିଲ୍ଲା ର ପ୍ରଥମ କମ ବୟସ୍କ ମହିଳା ଛାତ୍ରୀ ରେଗୁଲାର ରୂପେ ପିଏଚଡ଼ି ଲାଭ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଚାରିଛକ ଠାରେ ବ୍ଲକ୍ ସ୍ତରୀୟ ସୁରଭି ୨୦୨୨ ଉଦଯାପିତ 

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ପ୍ରକୃତିରାଣୀ

Sunil Chandra Nayak

ଓଲଟିଲା ବରଗଛ ଭାଙ୍ଗିଲା ନାଟ ମନ୍ଦିର

Sunil Chandra Nayak

Leave a Comment

error: Content is protected !!