ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ ମାରୱାଡି ମହିଳା ସମିତିର ରଜତ ଜୟନ୍ତୀ

ଜୁନାଗଡ଼,୫/୪(ନି.ପ୍ର) କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ସ୍ଥିତ ଅଗ୍ରେସନ ଭବନ ଠାରେ ମାରୱାଡି ମହିଳା ସମିତି ର ରଜତ ଜୟନ୍ତୀ ଏବ୍ଂ ଗନ୍ ଗୌର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ବରିଷ୍ଠ ସଦସ୍ୟ ମାଣିକ ଚାନ୍ଦ ଅଗ୍ରୱାଲ,ଅଧକ୍ଷ୍ୟ ମୁକେଶ୍ ଅଗ୍ରୱାଲ, ବଜରଙ୍ଗ ଖେମକା, ବେଦ ପ୍ରକାଶ ଗୋଏଲ, ଚମ୍ପକ ଅଗ୍ରୱାଲ, ଲଲିତ ଅଗ୍ରୱାଲ, ଅମିତ୍ ଗୁପ୍ତା, ଆଶିଷ ଗୋଏଲ୍, ପ୍ରଣବ ଗୋଏଲ୍, ସୁରେନ୍ଦ୍ର ଗୋଏଲ୍ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଉତ୍ସବ ରେ ବରିଷ୍ଟ ସଦସ୍ୟ ଏବ୍ଂ ପୂର୍ବତନ ଅଧ୍ୟକ୍ଷ ଙ୍କୁ ସମ୍ମାନିତ କରାଯାଇଥିଲା l ମାରୱାଡି ୟୁବା ମଞ୍ଚ ର ନୂତନ ଅଧ୍ୟକ୍ଷ ଭାବେ ଯୋଗେଶ ଅଗ୍ରୱାଲ ଏବ୍ଂ ମହିଳା ସମିତି ଅଧ୍ୟକ୍ଷl ଭାବେ ଶ୍ରୀମତୀ କାନ୍ତl ମିତ୍ତଲ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା l ଉତ୍କଳ ପ୍ରାନ୍ତ ର ଧାର୍ମିକ ପ୍ରକଲ୍ପ ପ୍ରମୂଖ ଭାବେ କାଞ୍ଚନ ଅଗ୍ରୱାଲ ଙ୍କୁ ଚୟନ କରାଯାଇଥିବା ବେଳେ ଶ୍ରୀମତୀ ରିତୁ ଅଗ୍ରୱାଲ ଙ୍କୁ ଶାଖା ସଞ୍ଚାଳକ ଏବ୍ଂ ଶ୍ରୀମତୀ କୋମଲ ଅଗ୍ରୱାଲ ଙ୍କୁ ଶାଖା ଉପଦେଷ୍ଟା ଭାବେ ଚୟନ କରାଯାଇଛି l ଏହି କାର୍ଯ୍ୟ କ୍ରମରେ ମାରୱାଡି ମହିଳା ମୋର୍ଚା ଏବ୍ଂ ଯୁବା ମୋର୍ଚା ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ l ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ବାଲେଶ୍ବର – ସରକାରୀ ଉପ୍ରା ବିଦ୍ୟାଳୟ ଦିମିରିଆରେ ଗଠନ ହେଲା ଶିଶୁ କ୍ୟାବିନେଟ 

ବେଣୁଧର ସୂତାର ଙ୍କ କବିତା ପ୍ରେରଣା

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ଆସରେ ପିଲାଏ

Leave a Comment

error: Content is protected !!