ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦିପୁର ରେ ଷଡ଼ବିଂଶ ତମ ରାମ ଚରିତ ମାନସ

ଢ଼େଙ୍କାନାଳ:ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁର ବସଷ୍ଟାଣ୍ଡ ଯାତ୍ରା ମଣ୍ଡପ ଠାରେ ଶ୍ରୀ ଶ୍ରୀ ରାମ ଚରିତ ମାନସ ନବାନ୍ନ ପାରାୟଣ ମହାଯଜ୍ଞ ଗତ ତା ୦୨.୦୪.୨୦୨୨ରିଖ ଠାରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ତା ୧୦.୦୪.୨୦୨୨ରିଖ ଯାଏଁ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ପ୍ରତ୍ୟହ ପ୍ରାତଃ ସାତ ଘଟିକା ରେ ସୂର୍ଯ୍ୟ ପୂଜା,ଗୋ ପୂଜା, ରୁଦ୍ରାଭିଷେକ, ଗୀତା ଓ ବିଷ୍ଣୁ ସହସ୍ର ନାମ ପାଠ, ଶ୍ରୀରାମ ଅର୍ଚ୍ଚନା, ଦିବା ୧ଟା ଠାରୁ ଯଜ୍ଞ ଓ ସଂଧ୍ୟା ଆରତୀ ପରେ ପରେ ୭:୩୦ ରୁ ବାଚକଙ୍କ ଦ୍ବାରା ମାନସକଥା ଅମୃତ ଧାରା ପ୍ରବାହ ହେଉଛି। ଆଚାର୍ଯ୍ୟ ସୁଶାନ୍ତ କୁମାର ରଥ ଶର୍ମା ଓ ସହଯୋଗୀ ବୃନ୍ଦ ଙ୍କୁ ନେଇ ବିଭିନ୍ନ ପ୍ରସଙ୍ଗରେ ବକ୍ତା ପ୍ରତାପ କିଶୋର ନନ୍ଦ,ବିଜୟ ରାଘବେନ୍ଦ୍ର ଦାସ ମହାରାଜ, ଭରତ ଚନ୍ଦ୍ର ନାୟକ, ଗୀତାଞ୍ଜଳି ଜେନା ପ୍ରମୁଖ ଯୋଗ ଦେଉଛନ୍ତି ।

          ଏହି ପବିତ୍ର ଧର୍ମୀୟ ଅନୁଷ୍ଠାନ କୁ ଇନ୍ଦିପୁର ସମେତ ପଡୋଶୀ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି। ପଣ୍ଡିତ ବିରେନ୍ଦ୍ର କୁମାର ପତିଶର୍ମା ଅନୁଷ୍ଠାନ ର ବ୍ୟାସ ସ୍ଥାନ ରେ ଅଳଙ୍କୃତ ହୋଇଛନ୍ତି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଆସନ୍ତୁ ଆଚାର୍ଯ୍ୟ ଦ୍ରୋଣଙ୍କ ଜନ୍ମ ରହସ୍ଯ ବିଷୟରେ ଜାଣିବା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶ୍ରୀମଦ୍ ଗୀତାର ନବମ ଅଧ୍ଯାୟର ସାରକଥା-୯

Leave a Comment

error: Content is protected !!