ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୋଗିପଲାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ପଞ୍ଚାୟତ ଯୋଗିପଲା ଠାରେ ସରପଞ୍ଚ ଦିପ୍ତିରାଣୀ ସାହୁଙ୍କ ନେତୃତ୍ବରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଅବସରରେ, ସମିତି ସଭ୍ୟା ଶ୍ରୀମତୀ ଗେଲ କମ୍ଫ, ପିଇଓ ଓମ ଜଗଦିଶ ଜାନୀ, ଗ୍ରାମ ରୋଜଗାର ସେବକ ଛାୟାକାନ୍ତ ସାହୁ, ଯୋଗାଣ ସହାୟକ, ଶିକ୍ଷକ, ଅଙ୍ଗନବାଡି କର୍ମି, ଆଶାକର୍ମୀ, ଗ୍ରାମ କୃଷି କର୍ମଚାରୀ ଉପସ୍ଥିତି ରହି ଅଞ୍ଚଳର ବିଭିନ୍ନ ସମସ୍ୟା ତଥା ମନରେଗା କାମ, ପାନୀୟ ଜଳ, ଶିକ୍ଷା ଉପରେ ଅଭିଯୋଗ ପତ୍ର ଯୋଗିପଲା ଗ୍ରାମର ଜନସାଧାରଣଙ୍କ ଠାରୁ ଅଭିଯୋଗ ପାଇ ଆଗାମୀ ଦିନକରେ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶୃତି ଦେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ଆଗାମି ଦିନରେ ପର୍ଯ୍ୟୟକ୍ରମେ ମାସର ପ୍ରତ୍ୟେକ ସୋମବାର ଦିନ ସମସ୍ତ ଗ୍ରାମରେ ଜନ ଶୁଣାଣୀ କାର୍ଯ୍ୟକ୍ରମ ରହିବ ବୋଲି ରେଗଡା ପଞ୍ଚାୟତର ସରପଞ୍ଚ ଦୀପ୍ତିରାଣୀ ସାହୁ ସୂଚନା ଦେଇଛନ୍ତି। କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜୁନାଗଡ ପୌରପରିଷ ନିର୍ବାଚନରେ ବିଜେଡି ଗଡକୁ ଭାଙ୍ଗିଲା ବିଜେପି

Sunil Chandra Nayak

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଖମାର ହଳଦି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପଢନା ଲିଖନା ଅଭିଯାନ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!