ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଉତ୍କଟ ଜଳସଂକଟକୁ ନେଇ ବୈଠକରେ ଉଦବେଗ

ଜୁନାଗଡ଼ ୨୯/୦୪(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା।ବ୍ଲକ ଅଧକ୍ଷ୍ୟା ସବିତା ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଡିଓ ଦୁଲାରାମ ମାରାଣ୍ଡି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟା ସୁଧିରା ମେହେର, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ କୁମାର ବେହେରା,ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭଗବାନ ପଣ୍ଡା, ଜିପିଓ ରାଜେନ୍ଦ୍ର ଭୋଇ,ଜିଲ୍ଲା ପରିଷଦ ସଭ୍ୟ ଲାଲ ବାହାଦୁର ଯାନୀ,ସାଂସଦ ପ୍ରତିନିଧି ହସ୍ୟ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟା ସଂଗୀତା ଖରସେଲ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ବୈଠକରେ ବ୍ଲକର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତାଘାଟ, ଗ୍ରାମାଞ୍ଚଳ ଜଳଯୋଗାଣ, ଜଳାଭାବ,କରୋନା ସମ୍ବନ୍ଧୀୟ ସତର୍କତା, ଆଦି ବିଷୟରେ ଆଲୋଚନା କରାଯାଇଥିଲା।ପ୍ରବଳ ତାତି ସହିତ ଉତ୍କଟ ଜଳାଭାବ ସମସ୍ୟାକୁ ନେଇ ସଭ୍ୟ ସଭ୍ୟା ମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ।ତୁରନ୍ତ ନଳକୂପ ମରାମତି, ନୂତନ ଜଳାଉତ୍ସ ନିର୍ମାଣ, ଜଳଯୋଗାଣ ପ୍ରକଳ୍ପ ଗୁଡିକର ସଫଳ ପରିଚାଳନା ପ୍ରତି ଉପସ୍ଥିତ ସଭ୍ୟସଭ୍ୟା ଗୁରୁତ୍ୱାରୋପ କରିଥିଲେ।ଚଳିତ ବର୍ଷ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଜଳସେଚନ ବନ୍ଦ ରହିଛି।ଏହା ଦ୍ୱାରା ଜଳାଭାବ ଜନିତ ସମସ୍ୟା ବ୍ୟାପକ ହୋଇଛି।ବୈଠକରେ ବ୍ଲକର ୩୪ ଟି ପଞ୍ଚାୟତର ସମିତି ସଭ୍ୟ ସରପଞ୍ଚ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଆଗାମୀ ଦିନରେ ଜୁନାଗଡ଼ ବ୍ଲକକୁ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଅଧିକାରୀଙ୍କ ସହଯୋଗରେ ବିକାଶ ପଥରେ ଆଗେଇ ନେବାକୁ ବ୍ଲକ ଅଧକ୍ଷ୍ୟା ଓ ବିଡ଼ିଓ ଆହ୍ଵାନ ଦେଇଥିଲେ।ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ବିଶୋଇ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଷ୍ଟାଣ୍ଡ ଫର୍ ନିଡି ୟୂଥ କ୍ଲବ ପକ୍ଷରୁ ବିଶୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହୁଇଲ ଚେୟାର ପ୍ରଦାନ

Sunil Chandra Nayak

ଦେଶରେ ନିଯୁକ୍ତି – ୨୨ କୋଟି ଆବେଦନ… ମାତ୍ର ୭ ଲକ୍ଷ ଙ୍କୁ ଚାକିରି

Sunil Chandra Nayak

ସହିଦ ରେଣ୍ଡୋ ମାଝୀ ଙ୍କ ୬୭ତମ ସହିଦ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!