ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାସନ୍ତୀ ଲତା ଜେନା ଙ୍କ କବିତା ସହଭାଗିତା

ସହଭାଗିତା

 

ବାସନ୍ତୀ ଲତା ଜେନା

 

ଦୁଃଖ ସୁଖ ଭରା ଏ ସାରା ଜୀବନ

ସାମାଜିକ ପ୍ରାଣୀ ନର

ଘାତ ପ୍ରତିଘାତ ସହନ କରିଣ

ଜୀବନ କରେ ସୁନ୍ଦର l୧l

 

ହାତକୁ ହାତ ଯେ ମିଶାଇଣ ଦେଲେ

ହୋଇବ ସହ ଭାଗିତା

ଜଟିଳ କାମଟି ସହଜ ହୋଇବ

ହୋଇବ ଜଗତ ଜିତା l୨l

 

ସଂସ୍କାର ସଂସ୍କୃତି ଆମର ଚଳଣି

ଦେଶ ସେବା ପରମ୍ପରା

ମେଳା ମହୋତ୍ସବ ସହଭାଗିତାରେ

ହସି ଉଠେ ବସୁନ୍ଧରା l୩l

 

ପରିବାର ଠାରୁ ଆରମ୍ଭ କରିଣ

ସମାଜର ହିତ ପାଇଁ

ଜାନି ଯାତ୍ରା ହୁଏ ସହ ଭାଗିତାରେ

କର୍ମ କରି ଯିବା ଭାଇ l୪l

 

ଔପଚାର ଅବା ଅଣଔପଚାର

ସହ ଭାଗିତାରେ କଲେ

କାର୍ଯ୍ୟଟି ସହଜ ସଫଳ ହୁଅଇ

ପ୍ରଗତିର ରଥ ଚଳେ l୫l

 

ସହ ଭାଗିତାରେ ଶକତି ସାହସ

ବଳ ଦ୍ବିଗୁଣିତ ହୁଏ

ବିନ୍ଦୁ ବିନ୍ଦୁ ଜଳେ ସାଗର ଭରଇ

ବିଶ୍ୱରେ କଲ୍ୟାଣ ହୁଏ l୬l

 

ମହୁଫେଣା ହୁଏ ସହଭାଗିତାରେ

କୋଣାର୍କ ହୋଇଛି ଗଢ଼ା

ମନ୍ଦିର ମସଜିଦ୍ ସେତୁ ବନ୍ଧ ହୁଏ

ଶତ୍ରୁ ସଂଗେ ହୁଏ ଲଢା l୭l

ମନ ସଙ୍ଗେ ମନ ମିଶି ଗଲେ ଥରେ

ହିଂସା ଇର୍ଷା ଦ୍ୱେଷ ଦୂର

ଶାନ୍ତି ମୈତ୍ରୀ ପ୍ରୀତି ବିଶ୍ୱରେ ପ୍ରତିଷ୍ଠା

ହେଉ ଥିବ ନିରନ୍ତର l୮l

 

ସାରା ବିଶ୍ୱ ଆମ ଏକ ପରିବାର

ପର ଆପଣାର ନାହିଁ

ସହଭାଗିତାରେ ହାତ ମିଶାଇବା

କୁସଂସ୍କାର ଦୂର ହୁଏ l୯l

ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର

Related posts

ଗାଧେଇବାକୁ ଯାଇ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

Sunil Chandra Nayak

ଚନ୍ଦ୍ରକଳା ଙ୍କ କବିତା ହେରା ପଞ୍ଚମୀ

ମେସିନ କରୁଛି ଏମଜିଏନଆଇଜିଏ କାମ,ଶ୍ରମିକ ଯାଉଛି ଦାଦନ

Sunil Chandra Nayak

Leave a Comment

error: Content is protected !!