ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିକିତା ସେନାପତି ଙ୍କ କବିତା ପ୍ରେମର ଅନ୍ତଃସ୍ଵର

ପ୍ରେମର ଅନ୍ତଃସ୍ଵର

 

ପ୍ରେମର ବଦଳେ ପ୍ରେମ ଖୋଜ ନାହିଁ

କର ନାହିଁ ବନ୍ଧୁ ଆଶା,

ଆଶା କରିଥିଲେ ବେଦନା ମିଳିବ 

ହୋଇବ ତୁମେ ନିରାଶା l

 

ପ୍ରେମର ଭାଷାକୁ କିଏ ବା ବୁଝଇ 

ପ୍ରେମ କରନ୍ତି ସଭିଏଁ,

ପ୍ରେମର ବଦଳେ ପ୍ରେମ ଖୋଜୁଥାନ୍ତି

ପ୍ରେମକୁ ପାଇବା ଯାଏଁ l

 

ପ୍ରେମ ନୁହେଁ ଏକ ଛଳନା ସମ୍ପର୍କ

ପ୍ରେମ ପବିତ୍ର ବନ୍ଧନ,

ଆଶା କରି ପ୍ରେମ କର ନାହିଁ ବନ୍ଧୁ

ଲୁହ ଢାଳି ଯିବ ଦିନ l

 

ତନ ଦେଖି ଭଲ ପାଏ କିଏ ଏଠି 

କିଏ ପାଏ ଦେଖି ଧନ ,

ପ୍ରେମ ର ଭାଷାକୁ ଜାଣିପାରନ୍ତିନି 

ଦେଇଥାନ୍ତି ସିଏ ମନ l 

 

ଦୁଇ ଦିନ ଏଠି ଭଲପାଇବାଟା

ରହୁ ନାହିଁ ବେଶି ଦିନ,

ମନର ବଦଳେ ବୁହୁ କିଛି ଖୋଜି

ଭାଙ୍ଗି ଯାଉଛି ବନ୍ଧନ l

ନିକିତା ସେନାପତି

କୋଣାର୍କ, ପୁରୀ

Related posts

ବିଶ୍ୱ ବିଦ୍ୟାଳୟ ର ଟପ୍ ଟେନ୍ ତାଲିକା ରେ ପରଜଙ୍ଗ ର ୫ ଜଣ ଝିଅ ଙ୍କ କୃତିତ୍ବ

Sunil Chandra Nayak

ବ୍ରହ୍ମ କୁମାର ସାରଙ୍ଗ ଧର ନାୟକ ଙ୍କ ‘ଅମରଗାଥା’ ପୁସ୍ତକ ଉନ୍ମୋଚନ

Sunil Chandra Nayak

ଲଙ୍ଗଳେଶ୍ଵର ମିଡିଆ ହାଉସ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!