ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା – କବିତା

କବିତା

                          କବିତା ସାହୁ    ଜୟପୁର

 

କେତୋଟି ଅକ୍ଷରେ ଶଦ୍ଦ ସୃଷ୍ଟି ହୁଏ 

ଶଦ୍ଦରେ ଶବ୍ଦ କୁ ଗୁନ୍ଥି ଦେଲେ 

ନିଏ ସେ କବିତା ରୂପ। 

ଛନ୍ଦ ହୀନ କିବା ଛନ୍ଦ ବୋଧହୁଏ 

ହୁଏ ସେ କବିତା ଗୀତ। 

କେତୋଟି ବାକ୍ଯରୁ କବିତା ର ସୃଷ୍ଟି

ଏକ ପଦୀ ଖଣ୍ଡ କାବ୍ଯ।

କବିର ଭାବନା ଚିନ୍ତା ଚେତନା 

ଅସମ୍ଭବ କୁ କରେ ସମ୍ଭବ।

ତୋଳି ଆଣି ପାରେ ଆକାଶରୁ 

ସୂର୍ଯ୍ୟ ଚନ୍ଦ୍ର ତାରା ଅସଂଖ୍ଯ। 

ଶୁଖିଲା ନଈରେ ନାବକୁ ଚଳାଏ

ସମୁଦ୍ରକୁ ଦିଏ ଶୁଖାଇ। 

ପର୍ବତ ଶିଖରେ ଫୁଟାଇ କମଳ 

ଗ୍ରୀଷ୍ମରେ ଲଭଇ ଶୀତଳ। 

ନିର୍ଜୀବ ଦେହରେ ପ୍ରାଣ ଦିଏ ଭରି 

ମୂର୍ତ୍ତୀ କୁ କରାଏ ବାଚାଳ।

ଇନ୍ଦ୍ରଧନୁ ଠାରୁ ରଙ୍ଗ ମାଗି ଆଣେ 

ଧରଣୀରାଣୀ ଠୁ ସୁଷମା।

ମନର ଭାବକୁ ପ୍ରକାଶ କରଇ 

ଦେଇ କେତେ ଯେ ଉପମା।

ରଚିଯାଏ କେତେ ବିରହ କବିତା

ପୁଣି କେତେ ପ୍ରେମ ଗୀତ। 

କବି ମନ ପ୍ରାଣ ଘୂରେ ପ୍ରତି କ୍ଷଣ

ବିଶ୍ବ କୋଣ ଅନୁକୋଣ। 

ସାହିତ୍ଯ ସଂସ୍କୃତି କଳା ଭାସ୍କର 

ଧର୍ମ କର୍ମ ରୀତି ନୀତି ସମାଜର।

ଯୁଦ୍ଧ ନୀତି ଠାରୁ ରାଜନୀତି ସବୁ 

କବି ନିର୍ଭୟେ କରେ ପ୍ରଚାର।

ଭାବନା ରାଜ୍ଯ ରେ ଉଡି ବୁଲୁଥାଏ 

ନିଦ୍ରା ଅବା ଜାଗ୍ରତ ରେ।

ଯେତେ ଦୁଃଖ କଷ୍ଟ ଥାଉ ହୃଦୟ ରେ 

ନିଜେ ଜଳି ଦିଏ ଆଲୋକ ସଂସାରେ।

ସୃଷ୍ଟି କରି ଯାଏ କାଳଜୟୀ କବିତା

ଯାହା ରଚିଛନ୍ତି ସେ ପରମେଶ୍ଵର 

ଜଗତରେ ତାହା କରେ

କବି ଦ୍ବିତୀୟ ଈଶ୍ବର ।

                   କୋରାପୁଟ

Related posts

ରାଇରଙ୍ଗପୁରରେ ଶ୍ରୀଜଗନ୍ନାଥଙ୍କ ୩୫ ତମ ପବିତ୍ର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ

ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତାଦାବୀ ନେଇ ପର୍ବତାରୋହଣ

Sunil Chandra Nayak

ଇନ୍ଦିରାବତୀ ବୁଢୀ ଅଞ୍ଚଳର ୧୧ ବୁଥକୁ ମଟର ବୋଟରେ ଗଲେ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!