ହେ ସୂର୍ଯ୍ୟ

ମୁଁ ତୁମର ପହିଲି କିରଣ କୁ
ଯେତିକି ଭଲ ପାଏ
ନିଦାଘର ଆଗ୍ନେୟଗିରି କୁ
ଖୁବ ଆପଣେଇଥାଏ
ଯେପରିକି ମାଘର ସୁ ସୁ କମ୍ପନରେ
ତୁମରି ଉଷ୍ଣତାର ଚାଦର ଭିତରେ
ନିଜକୁ ହଜାଇ ଦେବାକୁ
ସେଥିପାଇଁ ମୋର ସାରାଦିନର ପ୍ରତିକ୍ଷା
ତୁମ ପାଖରେ
ନା ସମୟକୁ ଦେଖେ
ନା ପରିସ୍ଥିତି କୁ
ଖୁବ୍ ଜାବୁଡି ଧରେ
ଅନୁଭବ ର
ଉତ୍ତାପରେ
ଯେ ପର୍ଯ୍ୟନ୍ତ ଆଶ୍ୱସ୍ତିର
ପିଠି ଥାପୁଡା ଇସରା
ପାଇନାହିଁ ସାରା ଶରୀର
ଜଳିବାରେ…

ସଫଳା ଦାସ
କଟକ
ବାଦାମବାଡି
