ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ ବିଜ୍ଞାନୀ ମାନବ

ବିଜ୍ଞାନୀ ମାନବ

 

ନଳିନୀ ପ୍ରଭା ମିଶ୍ର

 

ବିଶେଷ ଜ୍ଞାନର ଅଧିକାରୀ ଆଜି

  ହୋଇଅଛି ଏ ମଣିଷ

ବିଜ୍ଞାନ ବଳରେ ସମଗ୍ର ଧରାକୁ

  କରୁଛି ନିମିଷେ ବଶ।

ଆଗୁଆ ସମ୍ବାଦ ଦେଉଅଛି କହି

   ସତର୍କ ରହିବା ପାଇଁ

ଦୈବୀ ଦୁର୍ବିପାକ ମୁକାବିଲା ଲାଗି

  ପନ୍ଥା ଦେଉଛି ବତାଇ।

କୃତ୍ରିମ ବଳରେ କରୁଛି ଅନେକ

  ସମାଜର ଉପକାର

ତଥାପି ରହିଛି ତା’ର ଉଦ୍ଭାବନେ

  ଅହିତ ଓ ଅପକାର।

 ପରମାଣୁ ବଳ କରୁଅଛି ଧ୍ବଂସ

   ଯୁଦ୍ଧ ବିଭୀଷିକା ନେଇ

ବିବେକ ବିହୀନ ମନର ବିକାର

   ମଣିଷ ପଣିଆ ନାହିଁ।

ହେଲେ କିସ ହେବ ନୂତନ ବ୍ୟବସ୍ଥା

  ଦେଲେ ଏ ବିଜ୍ଞାନ ଯେତେ

 ମଣିଷ ଚାହୁଁଛି ମଣିଷ ରକତ

   ଆଧୁନିକତାର ମତେ।

କହିବାକୁ ଗଲେ ବିଜ୍ଞାନୀ ବନାମ

   ଅଜ୍ଞାନୀ ଆଜି ନର

ତଥ୍ଯ ଭିତ୍ତିକ ବିଜ୍ଞାନକୁ ଆଜି

  କରି ଅପ ବ୍ୟବହାର।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

ରାଉରକେଲା ବିକାଶ ମଞ୍ଚର ଚତୁର୍ଥ ଜନ ସଚେତନତା ଅଭିଯାନ

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

Sunil Chandra Nayak

ସାଂସଦ ଶ୍ରୀଯୁକ୍ତ ସପ୍ତଗୀରୀ ଉଲ୍ଲକାଙ୍କ ମୁନିଗୁଡା ବ୍ଲକ ଗସ୍ତ

Sunil Chandra Nayak

Leave a Comment

error: Content is protected !!