ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରଫେସର ଜେ କେ. ରାଓଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତା ଭାବରେ ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଉମାକାନ୍ତ ପଣ୍ଡା ଆଲୋଚ୍ୟ ବିଷୟ ” ସାହିତ୍ୟ ଓ ଜୀବନ ସମ୍ପର୍କରେ ଆଲୋଚନା କରି କହିଲେ ଯେ ସାହିତ୍ୟ ମାଧ୍ୟମରେ ସମାଜର ପରିବର୍ତ୍ତନ ସମ୍ଭବ। ଗାଁ ଗହଳିରେ ଅଲିଖିତ ସାହିତ୍ୟ ରହିଛି । ଜୀବନ ଗଠନରେ ସାହିତ୍ୟ ର ଭୂମିକା ଅନେକ । ପରମ୍ପରା ଓ ସଂସ୍କୃତି ଯାହା ମାଧ୍ୟମରେ ପ୍ରକାଶିତ ହୋଇଥାଏ ତାକୁ ସାହିତ୍ୟ କୁହନ୍ତି । ଏହି ଅବସରରେ ଅଜୟ କୁମାର ମହାନ୍ତି ଗଳ୍ପ ପାଠ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ କବି କିଶୋରୀ ମୋହନ କର, ବିଜୟିନୀ ଜେନା, ଗୀତାରାଣୀ ବେହେରା, ବିଜୟ କୁମାର ସାହୁ, ସ୍ମିତା ମହାନ୍ତ, ଇଂ. ଅଶୋକ ପଟ୍ଟନାୟକ, ସାର୍ଥକ ପ୍ରସାଦ ସାହୁ, ବ୍ରଜେନ୍ଦ୍ର ଦାଶ, ରାଜ କୁମାର ମହାନ୍ତି, ଗଙ୍ଗାଧର ପୁହାଣ, ସଂଯୁକ୍ତା ଦାଶ, ସୁଭାଷିନୀ ସାହୁ, ଶୁଚିସ୍ମିତା ପଣ୍ଡା, ବସନ୍ତ ବିଶ୍ୱକର୍ମା, ପୀତବାସ ପ୍ରଧାନ, ଉପେନ୍ଦ୍ର ବସ୍ତିଆ, ପ୍ରତାପ କୁମାର ରାୟ, ଶ୍ୱେତ କୁମାର ବେହେରା, ସୁଶାନ୍ତ କୁମାର ନାୟକ, ନିରୁପମା ପତି, ପ୍ରକାଶ ଚନ୍ଦ୍ର ସେଠୀ, ବ୍ରହ୍ମାନନ୍ଦ ପାଢ଼ୀ ଏବଂ ତ୍ରିଲୋଚନ ସ୍ୱାଇଁ କବିତା ପାଠ କରିଥିବା ବେଳେ କବିତା ଗୁଡିକୁ ସଂଯୋଜନା କରିଥିଲେ ନିରୁପମା ପତି ଓ ସୁଶାନ୍ତ କୁମାର ନାୟକ । କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କୁଳମଣି ଦାସ, ଶରତ ଚନ୍ଦ୍ର ରାଉତ, ଗଦାଧର ରଥ, ବିବେକ ପାତ୍ର, ବସନ୍ତ ମହାରଣା, ତାପସ ସାହା, କମଳା କାନ୍ତ ମହାନ୍ତି, ସଂଜୀବ କୁମାର ଭୋଇ, ନିରଞ୍ଜନ କରଣ, ଅଭିରାମ ସାହୁ, ଶ୍ରୀକାନ୍ତ ପାଣିଗ୍ରାହୀ, ଅନିଲ କୁମାର ଦାସ, ଲକ୍ଷ୍ମଣ ନାଥ ଦାସ, ଶରତ ଧଳ, ରବୀନ୍ଦ୍ର ଠାକୁର, କବିତା ଦାଶ, ପ୍ରିୟା ପାତ୍ର, ନିରୁପମା ଚାନ୍ଦ, ଗୀତାଞ୍ଜଳି ମହାରଣା, ଅସିମା ଦାଶଗୁପ୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଘୁମରେଶ୍ଵର ଶୈବ ପୀଠ ରୁ ଦୁଇ ଫୁଟ ଖୋଳି ଲିଙ୍ଗ ଚୋରୀ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ତିକ୍ତ ସେ ଅନୁଭୂତି

ଜନମଙ୍ଗଳ, ରାସୋଳ ତରଫରୁ ଦୁଇକେନ୍ଦ୍ରମନ୍ତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଓ ଅନୁରୋଧ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!