ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ମୁକ୍‌ଲା ବାଲ୍‌

   ମୁକ୍‌ଲା ବାଲ୍‌

ମାଏକିନିଆଁର୍‌ ଗୁନ୍‌ ଯେନ୍‌ତା ଭିଲ୍‌ ଥାଉ
ଯେଭେଁ ଆସିଥିବା ଗାଧିକରି
ସର୍‌ସର୍‌ ଉଦା ମୁକ୍‌ଲା ବାଲେଁ ଥାଇ
ଜାଡ଼େଁ ଯାଉଥିବା ଚଁଡ଼୍‌ ଥରି।୧
ବାଲ୍‌ ଥିଲେଁ ମୁକ୍‌ଲା ଥିଲେଁ ଭିଲ୍‌ ଉଖ୍‌ଲା
ମନ୍‌କେ ଆଏସି ଭକ୍ତି ଭାବ୍‌
ସେ ସମିଆଟା ପଂଚମେ ଗୁର୍‌ ସର୍‌ସର୍‌
ଯାହା ମାଗ୍‌ବୁ ବଏଲେଁ ମାଗ୍‌।୨
ଗୁଏଲ୍‌ ଝଗର୍‌ ହେବାକେ ଯାଇଥିଲେଁ
ମନ୍‌ ନିଶ୍ଚେ ଯାଏସି ବଦ୍‌ଲି
ତାର୍‌ ମନେ ପାପ୍‌ ନି’ଥାଏ ସେ ବେଲ୍‌କେ 
କଥାଥିଁ ମନ୍‌ ଯିବା ତଗ୍‌ଲି।୩
ଇ ମୁକ୍‌ଲା ବାଲ୍‌କେ ହର୍‌ମିଶା ଲୟ୍‌ ରଖ୍‌ବୁ
ଯଦି ମାଏକିନିଆଁ ହେବା ରିଷା
ମିର୍‌ତେଲ୍‌ ଗିନେ ସିଆନୀର୍‌ ମୁଡ଼େଁ ମଖାବୁ
କହେବୁ ଖୁସ୍‌ବା ଢଲିଆ ଖୁସା। ୪
ପୂଜାଥିଁ, ଲଢ଼େଇଥିଁ ଇ ମୁକ୍‌ଲା ବାଲ୍‌
ସାକ୍ଷୀ ଭାବେଁ ଥିସି ରହି
ଦୁର୍‌ପଦୀର୍‌ କଥା ସଭେ ନି’ଜାନି କାଏଁ
ଲବାର୍‌ ଦୁଃଶାସନ୍‌ ଗଲା ପାହି। ୫
ନାରୀ ଉପ୍‌ରେଁ ଅତ୍ୟାଚାର୍‌ ହେଲେଁ
କର୍‌ସି ବାଲ୍‌କେ ମୁକ୍‌ଲା
ଇ ବାଲ୍‌ କେତେ କେରା ତାର୍‌ ଇଜତ୍‌ ହୋ
ହେସି ପଛେଁ ଗୁଲ୍‌ଗୁଲା।୬
ତେଲ୍‌ ଚିକ୍‌ଚିକ୍‌ ଢଲିଆଖୁସା ଲୁକ୍‌ଲାନ
ସାଗୁନ୍‌ ମାଖି ଚୁଂଦି ଗଲାନ ଝଡ଼ି
କୁଚିକୁଚି ବାଲ୍‌କେ କତ୍‌ରୁଛନ୍‌ ଆଘୋନୁ
ହେସନ୍‌ ପଛେ ସଭେ ବୁଚିମୁଡ଼ି। ୭
ବେନୀ, ଖୁପା, ଖୁଷା ଚାଆଁରି ମୁଡ଼ିଏନ୍‌ 
ଗାଆଁନ ନି’ପାଅ ଜନେ କିହେ
ଲମ୍‌ ବାଲ୍‌ ଦେଖି କନିଆଁ କରନ୍‌ ଆଘୋ 
ଯାହାର୍‌ ମନ୍‌କେ ଯେ ପାଏ ।୮
ନିଜର୍‌ ହାତେଁ ନିଜର୍‌ ଜିଭ୍‌ କାଟ୍‌ଲା ବାଗିର୍‌
ବାଲ୍‌ ଆଉ ଭୂଲ୍‌ତା କତ୍‌ରି
ଇଥିଁ ରଜାର୍‌ ଝି ସାଏଖାତ୍‌ ଦିଶ୍‌ବେ ହୋ 
ଦେଖି ମୁଡ୍‌ ଯିବା କିଂଦ୍‌ରି। ୯
ବାଲ୍‌କଟା ଖର୍ଚା ହଜାରେ ଟଁକା ଗନ୍‌ବ 
ଫେପଲ୍‌ ମାଖି ହେଲେ ଚାଂଦ୍‌ଲି
ଇ କଥାକେ ଗୁହାର୍‌ମା କାହାକେ କାଏଁ
ସିଧା ଧର୍‌ସେଁ ଯିବ ଗୁଂଦ୍‌ଲି। ୧୦

ଗଅଁଲିଆ କବି ସୁଧୀର୍‌ ପଂଡା

Related posts

କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସର ୧୯୮୮ ମସିହା ବ୍ୟାଚର ବନ୍ଧୁ ମିଳନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!