ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା /  କୁହୁଡି

    କୁହୁଡି

   

         କବିତା ସାହୁ     

ଆଜିକାଲି ସକାଳ ପ୍ରହରେ 
ସବୁଜ ଦିଶୁନି ଧର
ଡଙ୍ଗର ଶିଖର ଛୁଇଁ ଆସୁନାହିଁ
କଅଁଳ ସୁନ୍ଦର ଖରା
କୁହୁଡିରେ ଘେରା ଚାରିଆଡ 
ଭ୍ରମ ଭସା ବାଦଲର ପରା
୨- କୁହୁଡି ଚାଦର ଘୋଡି ହୋଇଅଛି 
   ସତେ ଅବା ବସୁନ୍ଧରା
କବାଟ ଦେଶରୁ ଚଉଁରା ଦିଶୁନି
ସୂରୁଜ ଲୁଚିଛି ପରା
ବହଳ ବହଳ କୁହୁଡି ଭାସୁଛି
ଦିଶୁନାହିଁ ବାଟ ସାରା। 
୩’ ଗାଆଁରୁ ସହର ବଜାର ବନ୍ଦର
କୁହୁଡି କବଳେ ଭରା
ଯାନବାହାନ ଲାଇଟ୍ ଦିଶୁନି 
ଅଘଟଣ ଘଟେ ପରା
ଅଧିକ କୁହୁଡି ଫସଲ ହାନୀ 
ଆମ୍ବ ବଉଳ ଦିଏ ପୋଡି। 
୪’ ସକାଳ ଭ୍ରମଣ ଅବା ବ୍ଯାୟମ
ଖେଳ ପଡିଆ ଟି ଖାଲି
କୁହୁଡ଼ି ଭରା ଏ ସବୁଜ ସକାଳେ
ସବୁ ଦିଶେ ଝାପସା ଝାପ୍ସା।

     ଜୟପୁର

Related posts

ଟଙ୍କା ଠକି ନେଇ ଥିବା ଘଟଣା କୁ ଅଭିଯୋଗ କାରୀଙ୍କ ଖଣ୍ଡନ

Sunil Chandra Nayak

କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ

Sunil Chandra Nayak

ରୁକେୟା ଜବିନ ଙ୍କ କବିତା ବାଲିଘର

Sunil Chandra Nayak

Leave a Comment

error: Content is protected !!