ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା /  କୁହୁଡି

    କୁହୁଡି

   

         କବିତା ସାହୁ     

ଆଜିକାଲି ସକାଳ ପ୍ରହରେ 
ସବୁଜ ଦିଶୁନି ଧର
ଡଙ୍ଗର ଶିଖର ଛୁଇଁ ଆସୁନାହିଁ
କଅଁଳ ସୁନ୍ଦର ଖରା
କୁହୁଡିରେ ଘେରା ଚାରିଆଡ 
ଭ୍ରମ ଭସା ବାଦଲର ପରା
୨- କୁହୁଡି ଚାଦର ଘୋଡି ହୋଇଅଛି 
   ସତେ ଅବା ବସୁନ୍ଧରା
କବାଟ ଦେଶରୁ ଚଉଁରା ଦିଶୁନି
ସୂରୁଜ ଲୁଚିଛି ପରା
ବହଳ ବହଳ କୁହୁଡି ଭାସୁଛି
ଦିଶୁନାହିଁ ବାଟ ସାରା। 
୩’ ଗାଆଁରୁ ସହର ବଜାର ବନ୍ଦର
କୁହୁଡି କବଳେ ଭରା
ଯାନବାହାନ ଲାଇଟ୍ ଦିଶୁନି 
ଅଘଟଣ ଘଟେ ପରା
ଅଧିକ କୁହୁଡି ଫସଲ ହାନୀ 
ଆମ୍ବ ବଉଳ ଦିଏ ପୋଡି। 
୪’ ସକାଳ ଭ୍ରମଣ ଅବା ବ୍ଯାୟମ
ଖେଳ ପଡିଆ ଟି ଖାଲି
କୁହୁଡ଼ି ଭରା ଏ ସବୁଜ ସକାଳେ
ସବୁ ଦିଶେ ଝାପସା ଝାପ୍ସା।

     ଜୟପୁର

Related posts

ଚର୍ଚ୍ଚାରେ ସୁଗାର ଫ୍ରି ଆମ୍ବ.. ପାଚିବା ପର୍ଯ୍ୟନ୍ତ ୧୬ଥର ବଦଳାଇଥାଏ ରଙ୍ଗ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ସ୍ବପ୍ନ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ ଗଳ୍ପ ଉପସ୍ଥିତ ବୁଦ୍ଧି 

Sunil Chandra Nayak

Leave a Comment

error: Content is protected !!