ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଭାଗ୍ୟ 

       ଭାଗ୍ୟ  

ଏମିତିକା ଭାଗ୍ୟ ବିଧାତା ଲେଖିଲା
ଦୁଃଖ ସରେ ନାହିଁ ମୋର
କି ଦୋଷ କରିଛି କୁହ ଜଗନ୍ନାଥ
ଦୟା ନହୋଇଲା ତୋର
ଯାହା ଦେଇଥିଲୁ ଛଡ଼ାଇ ତ ନେଲୁ
ଏ କ’ଣ ବିଚାର ତୋର
ଏମିତିକା ଭାଗ୍ୟ …………….୧ 
ସବୁ ଦୁଃଖ ସହି କେବେ ହେଲେ ଦିନେ
ଭୁଲିନି ମନରୁ ତୋତେ
ଯେତେ ଇଛା ଦୁଃଖ ଦେଇ ଦିଅ ପ୍ରଭୁ
ଆଶୀର୍ବାଦ ଲାଗେ ମୋତେ
ଦୁଃଖ ର ପାହାଡ଼ ମୁଣ୍ଡରେ ମୋ ଲଦି
ସୁଖରେ ରୁହ ଏଥର
ଏମିତିକା ଭାଗ୍ୟ …………….୨ 
ମରି ପାରୁ ନାହିଁ  ତୋତେ ଛାଡ଼ି ଏକା 
ଅନ୍ତରେ ଧରିଛି ବୋଲିି
ଜୀଇବାକୁ ଭଲା ଦେଉନାହୁଁ ମୋତେ
ବଞ୍ଚିକି ମରୁଛି ଖାଲି
ଜୀବ ଯିବା ଯାଏଁ ଡୋରି ଲାଗିଥାଉ 
ଭାବିଛି ତୋତେ ନିଜର
ଏମିତିକା ଭାଗ୍ୟ ବିଧାତା ଲେଖିଲା
ଦୁଃଖ ସରେ ନାହିଁ ମୋର………୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ତୀର୍ଯ୍ୟକ

Sunil Chandra Nayak

ଚିଲିଗୁଡା ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଚିତ୍ର।ଙ୍କନ ,ହସ୍ତାକ୍ଷର ,ଭାଷା ଜ୍ଞାନ ଓ ପ୍ରବନ୍ଦ ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

ବ୍ଲକସ୍ତରିୟ ବିଦ୍ୟାର୍ଥି ସମ୍ବର୍ଦ୍ଧନା ସମାରୋହ ୨୦୨୨

Sunil Chandra Nayak

Leave a Comment

error: Content is protected !!