ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଭାଗ୍ୟ 

       ଭାଗ୍ୟ  

ଏମିତିକା ଭାଗ୍ୟ ବିଧାତା ଲେଖିଲା
ଦୁଃଖ ସରେ ନାହିଁ ମୋର
କି ଦୋଷ କରିଛି କୁହ ଜଗନ୍ନାଥ
ଦୟା ନହୋଇଲା ତୋର
ଯାହା ଦେଇଥିଲୁ ଛଡ଼ାଇ ତ ନେଲୁ
ଏ କ’ଣ ବିଚାର ତୋର
ଏମିତିକା ଭାଗ୍ୟ …………….୧ 
ସବୁ ଦୁଃଖ ସହି କେବେ ହେଲେ ଦିନେ
ଭୁଲିନି ମନରୁ ତୋତେ
ଯେତେ ଇଛା ଦୁଃଖ ଦେଇ ଦିଅ ପ୍ରଭୁ
ଆଶୀର୍ବାଦ ଲାଗେ ମୋତେ
ଦୁଃଖ ର ପାହାଡ଼ ମୁଣ୍ଡରେ ମୋ ଲଦି
ସୁଖରେ ରୁହ ଏଥର
ଏମିତିକା ଭାଗ୍ୟ …………….୨ 
ମରି ପାରୁ ନାହିଁ  ତୋତେ ଛାଡ଼ି ଏକା 
ଅନ୍ତରେ ଧରିଛି ବୋଲିି
ଜୀଇବାକୁ ଭଲା ଦେଉନାହୁଁ ମୋତେ
ବଞ୍ଚିକି ମରୁଛି ଖାଲି
ଜୀବ ଯିବା ଯାଏଁ ଡୋରି ଲାଗିଥାଉ 
ଭାବିଛି ତୋତେ ନିଜର
ଏମିତିକା ଭାଗ୍ୟ ବିଧାତା ଲେଖିଲା
ଦୁଃଖ ସରେ ନାହିଁ ମୋର………୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ତରବୋଡ ସମ୍ଭବ ଗୃହ ପରିସର ରେ ଜିଲ୍ଲା ସାମ୍ୱାଦିକ ସମନ୍ବୟ ସମିତି ର ଜରୁରୀ ବୈଠକ

Sunil Chandra Nayak

କେବୁଲ ତାର ଚୋରୀ ଅଭିଯୋଗ ରେ ୩ ଜଣ କୁ କୋର୍ଟ ଚାଲାଣ

Sunil Chandra Nayak

ଜିଲାସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ ଚୟନ

Sunil Chandra Nayak

Leave a Comment

error: Content is protected !!