ମ.ରାମପୁର,୧୭/୫( ମସୀହା): ମ.ରାମପୁର ଆଦିସ୍କନ୍ଧ ସମାଜର ବ୍ଲକ ସ୍ତରୀୟ ବୈଠକ ରାଜ କିଶୋର ମାଝୀଙ୍କ ସଭାପତିତ୍ବରେ ସ୍ଥାନୀୟ ଅନ୍ଧାରି ବୋରେଇ ପରିସରରେ ଅନୁଷ୍ଠିତ ହୋଇଛି l ଜିଲ୍ଲା ସଭାପତି ରାଜେନ୍ଦ୍ର ଭୋଇଙ୍କ ଉପସ୍ଥିତିରେ ନୂତନ ବ୍ଲକ କମିଟି ଚୟନ ପାଇଁ ନିଷ୍ପତ୍ତି ହୋଇଥିଲା l ଏଥିରେ ସଭାପତି ଭାବରେ ରାଜୁ ମାଝୀ, ଉପସଭାପତି ଭଗବାନ ମାଝୀ,ସଂପାଦକ ବିପ୍ର ମାଝୀ, ସହସଂପାଦକ୍ ବୈକୁଣ୍ଠ ମାଝୀ, କୋଷାଧ୍ୟକ୍ଷ ବିରଞ୍ଚି ମାଝୀ, ସମାଜ ସେବୀ ଚନ୍ଦ୍ରମଣି ମାଝୀ ଓ ଜହର ମାଝୀ ଏବଂ ଉପଦେଷ୍ଟା ସିଦ୍ଧେଶ୍ୱର ମାଝୀ,କୃପାଚନ୍ଦ୍ର ମାଝୀ, ସିଙ୍ଗମଲ ଭୋଇ,ଅଙ୍ଗଦ ଭୋଇ, ହଳଧର ମାଝୀ ପ୍ରମୁଖଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା l ଜିଲ୍ଲା ସଭାପତି ଶ୍ରୀ ଭୋଇ ନୂତନ କମିଟି ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇବା ସହିତ ଅନ୍ୟାୟ ବିରୋଧରେ ଲଢେ଼ଇ କରି ସୁସ୍ଥ ସମାଜ ଗଠନ ଏବଂ ସମାଜକୁ କିପରି ସୁଦୃଢ କରାଯାଇ ପାରିବ ସେନେଇ ଦିଗ ଦର୍ଶନ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ବ୍ଲକ ସଭାପତି ଅନନ୍ତ ରାମ ମାଝୀ ସମାଜ କିପରି ସଠିକ୍ କାର୍ଯ୍ୟ କରିବ ସେ ନେଇ ଆଲୋଚନା କରିଥିଲେ l ବୀର କମଳ ମଇଦାନ ସମ୍ପାଦକ ଦେବରାଜ ମାଝୀ ଆସନ୍ତା ମଇ ୨୦ ତାରିଖ ରେ ଅସୁରଗଡ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଅନୁରୋଧ ଜଣାଇଥିଲେ l ଜିଲ୍ଳା ଉପସଭାପତି ପ୍ରକାଶ ଚନ୍ଦ୍ର ମାଝୀ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l
ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ୍ l