ଡ଼ାଲଗୁମା -:: କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଆଖିଲଭରତୀୟ କଂଗ୍ରେସ କମିଟି ର ସଭ୍ୟ ତରୁଣ ମାଝୀ ହେଲେ ବିହାର ରାଜ୍ୟର ମୁଙ୍ଗେର ଜିଲ୍ଲା କଂଗ୍ରେସ କମିଟି ର ରିଟରିଙ୍ଗ ଅଫିସର। ଶ୍ରୀ ମାଝୀଙ୍କ ସଂଘାଠନିକ ସ୍ତରୀୟ ଏହି ପଦୋନ୍ନତି ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଅଛି। କଳାହାଣ୍ଡି ର ଜଣେ ଯୁବନେତା ଭାବେ ସେ ଦୀର୍ଘ ବର୍ଷ ହେଲା କଂଗ୍ରେସ ଦଳରେ ବିଭିନ୍ନ ଦାୟିତ୍ଵ ରେ ରହି କୋକସରା ସମେତ କଳାହାଣ୍ଡି ଜିଲ୍ଲାରେ ଦଳକୁ ତୃଣ ମୂଳ ସ୍ତରରେ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଯୋଗଦାନ କରିଛନ୍ତି ।ଏବେ ସେ ବିହାର ର ମୁଙ୍ଗେର ଜିଲ୍ଲା ରେ ମଧ୍ୟ ତାଙ୍କର ଅଭିଜ୍ଞତା କୁ ଆୟୁଧ୍ୟ କରି କାମ କରିବେ ବୋଲି କଂଗ୍ରେସ ର ଉପର ମହଲ ଚିନ୍ତା କରୁଥିବା ସ୍ପଷ୍ଟ ହୋଇଯାଇଛି । ପ୍ରକାଶ ଥାଉ କି , ଏହା ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଳାହାଣ୍ଡି ର ଟାଣୁଆ ନେତା ଭକ୍ତ ଚରଣ ଦାସ ମଧ୍ୟ ଗତ ଉପନିର୍ବାଚନ ରେ ବିହାର ପ୍ରଦେଶ ର ଏ ଆଇ ସି ସି ପ୍ରଭାରୀ ରହିଥିଲେ ।
ଡ଼ାଲଗୁମା ରୁ ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ ।