ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ କମଳା ପାତ୍ର

ଲାଞ୍ଜିଗଡ଼,୧୨/୦୩-ବହୁ ପ୍ରତୀକ୍ଷିତ ବ୍ଲକ ଅଧ୍ୟକ୍ଷା ନିର୍ବାଚନ ଶେଷ ହୋଇଥିବାବେଳେ ଲାଞ୍ଜିଗଡ଼ ବ୍ଲକରେ ଏଥର ଅଧ୍ୟକ୍ଷା ପଦବୀରେ ନିର୍ବାଚିତ ହୋଇଛନ୍ତି ପୋଖରୀବନ୍ଧ ସମିତିସଦସ୍ୟା କମଳା ପାତ୍ର ! ଶ୍ରୀମତୀ ପାତ୍ର ପୂର୍ବରୁ ଭୁର୍ଟିଗଡ଼ ପଞ୍ଚାୟତର ସରପଞ୍ଚ ଭାବେ କ୍ରୁତିତ୍ବର ସହିତ କାର୍ଯ୍ୟ କରିଥିବାବେଳେ ତାଙ୍କ ସ୍ବାମୀ ତଥା ଅବସରପ୍ରାପ୍ତ ରେଞ୍ଜର ହରିଶଙ୍କର ପାତ୍ରଙ୍କ ଲୋକପ୍ରିୟତା ଆଧାରରେ ସେ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବା ସହ ପୋଖରୀବନ୍ଧ ପଞ୍ଚାୟତର ସମିତି ସଦସ୍ୟା ଭାବେ ନିର୍ନ୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ ! ସେହିପରି ବ୍ଲକ ଅଧ୍ୟକ୍ଷା ପଦବୀ ପାଇଁ ସେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବାବେଳେ ଆଜି ଅନୁଷ୍ଠିତ ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି ! ତାଙ୍କ ବିପକ୍ଷରେ ପୂର୍ବତନ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାଝୀ ଏଥର ବ୍ଲକ ଅଧ୍ୟକ୍ଷା ହେବାକୁ ନିର୍ବାଚନରେ ଓହ୍ଲାଇଥିବାବେଳେ ଆଜି ନିର୍ବାଚନରେ କମଳାଙ୍କଠାରୁ ପରାଜିତ ହୋଇଛନ୍ତି ! ଆଜି କମଳା ଓ ଶ୍ରୀମତୀ ବ୍ଲକ ଅଧ୍ଯକ୍ଷା ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବାବେଳେ କମଳାଙ୍କୁ ୧୬ ଜଣ ଓ ଶ୍ରୀମତୀଙ୍କୁ ୧୦ ଜଣ ସମିତିସଦସ୍ୟ ସମର୍ଥନ କରି ଭୋଟ ଦେଇଥିଲେ ! ଫଳରେ ଆଜି ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇଥିବା ଥୁଆମୂଳ ରାମପୁର ବିଡିଓ ଶୁଭକାନ୍ତ ନାୟକ ଶ୍ରୀମତୀ ପାତ୍ର ନିର୍ବାଚିତ ହେବା ସଂପର୍କରେ ଘୋଷଣା କରିଥିଲେ ! ଉଭୟ ପ୍ରାର୍ଥିନୀ ନିଜକୁ ବିଜେଡି ସମର୍ଥନରେ ଠିଆ ହୋଇଥିବା କହୁଥିବାବେଳେ ବିଜେଡି ବିରୁଦ୍ଧରେ ବିଜେଡି ଜିତିଲା ବୋଲି ଲୋକେ କୁହାକୁହି ହେଉଛନ୍ତି ! ଅପରପକ୍ଷରେ ବ୍ଲକ ଉପାଧ୍ୟକ୍ଷ ହେବା ଆଶାରେ ଥିବା ଜଣେ ସଦସ୍ୟ ସବୁ ପ୍ରକାର ତାଗିଦ୍ ସତ୍ତ୍ବେ ଆଜି କ୍ରସ୍ ଭୋଟିଂ କରିଥିବା ଚର୍ଚ୍ଚା ଜୋର ଧରିଛି ! ସୌଭାଗ୍ୟବଶତଃ କମଳାଙ୍କ ଗୋଷ୍ଠୀ ନିର୍ବାଚିତ ହେବା ପରେ କଥାଟିକୁ ଚାପିଦେବାକୁ ଉଦ୍ୟମ କରାଯାଉଛି ସତ କିନ୍ତୁ କମ୍ ସଂଖ୍ୟକ ସଦସ୍ୟଙ୍କ ସମର୍ଥନ ସତ୍ତ୍ବେ ଶ୍ରୀମତୀ କେମିତି ୧୦ ଟି ଭୋଟ ପାଇଲେ ବୋଲି ଏବେ ସଭ୍ୟମାନେ ପରସ୍ପର ନିଜକୁ ଦୋଷାରୋପ କରୁଛନ୍ତି ! ତେବେ ଯେଉଁ ସଦସ୍ୟ କ୍ରସ୍ ଭୋଟିଂ କରିଛନ୍ତି ତାଙ୍କୁ ଉପାଧ୍ୟକ୍ଷ ପଦବୀରୁ ବଞ୍ଚିତ କରାଯିବ ବୋଲି କମଳାଙ୍କ ଗୋଷ୍ଠୀର ସଦସ୍ୟମାନେ ନିଷ୍ପତ୍ତି ନେଇଥିବା ବାଟରେଘାଟରେ ଆଲୋଚନା ହେଉଛି ! –ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍

Related posts

ଜଂଗଲୀ ହାତୀ ଠାରୁ ଫସଲ ସୁରକ୍ଷା ନିମନ୍ତେ ଜିଲ୍ଲାପାଳ ଙ୍କୁ ଅଭିଯୋଗ

Sunil Chandra Nayak

ଲାୟନ୍ସ କ୍ଲବ ରାଉରକେଲା ଛେଣ୍ଡ ର ୩୦ତମ ସ୍ଥାପନା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ପ୍ରଶାସନ ର ଉଦ୍ୟମ ପରେ ତେଲେଙ୍ଗାନା ରୁ ଗାଁ କୁ ଫେରିଲେ ବନ୍ଧକ ଦାଦନ ଶ୍ରମିକ

Leave a Comment

error: Content is protected !!