ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ପ୍ରକ୍ରୁତି ପୁରସ୍କାର ରେ ସମ୍ମାନୀତ

 ଚିଲିଗୁଡ଼ା -: (ମ ନି ସ )   ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ରେ ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପରିବେଶ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡା ଗ୍ରାମରେ ଥିବା ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ କୁ ଚଳିତ ବର୍ଷ ପାଇଁ “ପ୍ରକୃତି ମିତ୍ର” ପୁରସ୍କାର ସହିତ ୨୦୦୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇ ଅଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଡ଼. ମୋନା ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସଚିବ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ,ଓଡିଶା , ସମ୍ମାନିତ ଅତିଥି ଭାବରେ ଶ୍ରୀ ରାଜୀବ କୁମାର  ,ନିର୍ଦ୍ଦେଶକ ସେଣ୍ଟର ଫର ଏନଭରମେଣ୍ଟାଲ ଷ୍ଟଡିଜ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା , ଶ୍ରୀ ସୁଶାନ୍ତ ନନ୍ଦ , ନିର୍ଦ୍ଦେଶକ ପରିବେଶ ତଥା ସ୍ୱତନ୍ତ୍ର ଶାସନ ସଚିବ ସ୍ୱତନ୍ତ୍ର ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ,ଓଡିଶା ପ୍ରମୁଖ ଉପସ୍ଥିତ ରହି ପ୍ରକୃତି ମିତ୍ର” ପୁରସ୍କାର ପ୍ରଦାନ କରିଥିଲେ। ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ସଂପାଦକ ଅବିନାଶ ମୁଣ୍ଡ ଓ ବରିଷ୍ଠ ସଦସ୍ୟ ପ୍ରିୟରଞ୍ଜନ ମୁଣ୍ଡ ପୁରସ୍କାର ଗ୍ରହଣ କରିଥିଲେ। ଏଠାରେ ପ୍ରକାଶ ଥାଉକି ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ସହିତ କଳାହାଣ୍ଡି ର ଆଉ ତିନି ଗୋଟି ଅନୁଷ୍ଠାନ କୁ ମଧ୍ଯ ଉକ୍ତ ପୁରସ୍କାର ଦିଆଯାଇଛି।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ।

 

Related posts

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ରୂପସୀ ଋତୁପର୍ଣ୍ଣା

Sunil Chandra Nayak

ରାସ୍ତା ଖଣ୍ଡିକ ସାତ ସପନ; ଆଗ ପୋଲ ପରେ ରାସ୍ତା: ମୁନିଗୁଡା ପଡ଼ାବାସୀ।

ବେଣୁଧର ସୂତାର ଙ୍କ କବିତା ବୟସ ଯାଇଛି ହଜି

Sunil Chandra Nayak

Leave a Comment

error: Content is protected !!