ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡିଆଳ ବ୍ଲକ ବରଗାଁରେ ଫ୍ଲଡ୍ ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

 ପଦମପୁରକୁ ହରାଇ ବେନ୍ଦ୍ରାବାହାଲ ଟିମ୍ ଚମ୍ପିୟାନ

ନୂଆପଡା ଖଡିଆଳ ବ୍ଲକ ବରଗାଁଠାରେ ଚାଲିଥିବା ଫ୍ଲଡ ଲାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ବେନ୍ଦ୍ରବାହାଲ ଦଳ ଓ ପଦମପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବେନ୍ଦ୍ରାବାହାଲ ଦଳ ୫ ୱିକେଟରେ ବିଜୟୀ ହେବା ସହ ଚମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚର ଉଦଯାପନୀ ପୁରସ୍କାର ବିତରଣୀ ଉତ୍ସବରେ ୪ ନମ୍ବର ବିଜେଡ଼ି ଜିଲ୍ଲାପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା ମୁଖ୍ୟ ଅତିଥି, ଖଡିଆଳ ବ୍ଲକ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ବରିଷ୍ଠ ସାମ୍ବାଦିକ କୁନୁ କରୁଆ ଓ ଜିଲ୍ଲା ବିଜେଡ଼ି ଉପସଭାପତି ମନୋଜ କୁମାର ଦୀପ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟୀ ବେନ୍ଦ୍ରାବାହାଲ ଦଳକୁ ଚମ୍ପିୟାନ ଟ୍ରଫି ଓ ଉପବିଜେତା ପଦମପୁର ଦଳକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଧାନସଭା ମୌସୁମୀ ଅଧିବେଶନ: ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ

ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ, ୧୯୪୭ ଅଗଷ୍ଟ ୧୫ରେ ଜନ୍ମ ଗ୍ରହଣ କରିଥିଲେ l

masiha

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତାଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!