ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୋକାର୍ପିତ ହେଲା ଲାଞ୍ଜିଗଡ଼ ବ୍ଲକର ୯ଗୋଟି ୫-ଟି ରୁପାନ୍ତରିତ ସ୍କୁଲ   

  ପାଣିମୁଣ୍ଡା ହାଇସ୍କୁଲଠାରେ ଭବ୍ୟ ସମାରୋହ

ଲାଞ୍ଜିଗଡ଼,୦୬/୦୬(ମନିସ)-ରାଜ୍ୟ ସରକାରଙ୍କ ଫାଇଭ୍‌-ଟି ରୁପାନ୍ତରଣ କାର୍ଯ୍ୟକ୍ରମ ଅନୁଯାୟୀ ରୁପାନ୍ତରିତ କଳାହାଣ୍ଡି ଜିଲ୍ଲାର ୧୦୦ଟି ହାଇସ୍କୁଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଏହିକ୍ରମରେ ଆଜି ଲାଞ୍ଜିଗଡ ବ୍ଲକର ନଅଗୋଟି ରୁପାନ୍ତରିତ ହାଇସ୍କୁଲ ରୁପାନ୍ତରିତ ହୋଇଛି । ବ୍ଲକର ଭଟାଙ୍ଗପଦର, ଗୁଣ୍ଡରୀ, ପାହାଡପଦର, ବେନଗାଁ, ଲାଖବାହାଲି,ବାତେଲିମା, ଧଅଁରାଭଟା ଆଦର୍ଶ ବିଦ୍ୟାଳୟ ଓ ଲାଞ୍ଜିଗଡ ହାଇସ୍କୁଲକୁ ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ତେବେ ରୁପାନ୍ତରିତ ପାଣିମୁଣ୍ଡା ଉନ୍ନୀତ ହାଇସ୍କୁଲଠାରେ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳୀ ମାଝୀ ଯୋଗ ଦେଇ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ଉତ୍ସବର ସିଧାପ୍ରସାରଣରେ ସାମିଲ ହୋଇଥିଲେ । ଏହାପରେ ସ୍କୁଲ ପରିସର ପରିଦର୍ଶନ କରି ହାଇସ୍କୁଲର ରୁପାନ୍ତରଣ କାର୍ଯ୍ୟକ୍ରମ ଦେଖି ପ୍ରଶଂସା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ତପନ କୁମାର ମାଝୀ, ଗୋବର୍ଦ୍ଧନପୁର ସିଆର୍‌ସିସି ତପନ କୁମାର ଭୋଇ, ଗୋବର୍ଦ୍ଧନପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, ବରିଷ୍ଠ ନାଗରିକ ଲକ୍ଷ୍ମଣ ପରିଡା, ପ୍ରମୋଦ ପରିଡା, କନିଷ୍ଠଯନ୍ତ୍ରୀ ହାଡିବନ୍ଧୁ ଟୁଡୁ, ସମାଜସେବୀ ପ୍ରସନ୍ନ କୁମାର ପରିଡା, ସୁବନ ଭୋଇ, ଯୁବଲେଖକ ଓ ସମାଜସେବୀ ସୁଶୀଲକୁମାର ବାଗ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ସନ୍ତୋଷ କୁମାର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ଅଶୋକ କୁମାର ମାଝୀ, ବିଷ୍ଣୁ ଆଡଯୁଆଡ, ଲିଙ୍ଗରାଜ ପ୍ରଧାନ, ଯୋଗାଣ ସହାୟକ କମଳ ମାଝୀ, ସମାଜସେବୀ ଅଶୋକ ପରିଡା, ଭୁବନେଶ୍ୱର ଭୋଇ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ବଦ୍ରି ନାରାୟଣ ନାଗ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ହାଇସ୍କୁଲ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ତଥା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସାମିଲ ହୋଇଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।

Related posts

ନର୍ମଦା ନାୟକ ଙ୍କ କବିତା ଅଗ୍ରପୂଜ୍ୟ ଶ୍ରୀ ଗଣେଶ

Sunil Chandra Nayak

ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ , ଅଭିଯୁକ୍ତ ଗିରଫ

Sunil Chandra Nayak

କବିତା ସଙ୍କଳନ’ ସ୍ନିଗ୍ଧ ଶିଶିର ‘ ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!