ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଣି ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର

ପୁଣି ଥରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ | କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର । ୧୪.୨ କେଜି ଘରୋଇ LPG ସିଲିଣ୍ଡର ଦର ୫୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ, ୫ କେଜି ଏଲ୍‌ପିଜି ସିଲିଣ୍ଡର ଦର ୧୮ ଟଙ୍କାକୁ ବଢ଼ିଛି । ହେଲେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୮ ଟଙ୍କା ୫୦ ପଇସା କମିଛି ।

ଦିଲ୍ଲୀ, ମୁମ୍ବାଇରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ୧୦୫୩ ଟଙ୍କାରେ ପହଞ୍ଚିଛି । କୋଲକତାରେ ସିଲିଣ୍ଡର ପିଛା ଦାମ ୧୦୭୯ ହୋଇଥିବା ବେଳେ ଚେନ୍ନାଇରେ ଏହି ଦାମ୍‌ ୧୦୬୯ରେ ପହଞ୍ଚିଛି। ଆଜିଠାରୁ ହିଁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି।

ସୂଚନାଯୋଗ୍ୟ, ମେ’ ମାସରେ ଘରୋଇ ଗ୍ୟାସ୍‌ ଦର ୫୦ ଟଙ୍କା ବଢ଼ିଥିଲା। ଫଳରେ ସିଲିଣ୍ଡର ପିଛା ୯୯୯ ଟଙ୍କାରେ ପହଞ୍ଚିଥିଲା। ଅପରପକ୍ଷେ, ୧୯ କେଜି କମର୍ସିଆଲ ଗ୍ୟାସ ଦର ସିଲିଣ୍ଡର ପିଛା ୮ଟଙ୍କା ୫୦ ପଇସା କମ୍‌ କରାଯାଇଥିଲା। କିଛି ଦିନ ପୂର୍ବରୁ ପୁଣି ଥରେ କମର୍ସିଆଲ ଗ୍ୟାସ୍‌ ଦର ୧୯୮ ଟଙ୍କା ସିଲିଣ୍ଡର ପିଛା କମ୍‌ କରାଯାଇଥିଲା। ଏହାପରେ ରାଜଧାନର ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍‌ ଦର ସିଲିଣ୍ଡର ପିଛା ୨୦୨୧ ଟଙ୍କା ହୋଇଯାଇଥିଲା। ଏବେ ୮ଟା ୫୦ ପଇସା କମିବା ପରେ ଏହି ଦାମ ୨୦୧୨ ଟଙ୍କାରେ ପହଞ୍ଚିଛି।

କମ୍‌ ଦିନ ବ୍ୟବଧାନରେ ଗ୍ୟାସ୍‌ ଦର ବଢ଼ିଥିବା ଯୋଗୁଁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି |

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବିଶ୍ଵପ୍ରସିଦ୍ଧ ଯୋରନ୍ଦା ସ୍ଥିତ ମହିମା ଗାଦୀ ରେ ଚାଲିଲା ଜେସିବି

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଶ୍ରୀ ତ୍ରିନାଥ ପଟ୍ଟନାୟକ,ଗାନ୍ଧୀନଗର, କୋରାପୁଟ  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!